ଉମରକୋଟ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡ଼ାବେଡା ପଞ୍ଚାୟତର ତେନ୍ତୁଲିଗାଁ ଛକରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବଜ୍ରାଘାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତ ମହିଳାଙ୍କ ନାଁ ନବିନା ଭତ୍ରା(୩୦) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଟେଣ୍ଡକାଗୁଡା ଗ୍ରାମର ନବିନା ଭତ୍ରା ଏବଂ ବୁଧୁବାରି ଭତ୍ରା(୪୦) ସହ ଝିଅ ତୁଳସୀ ନିଜ ଧାନ ଜମିରେ କାମ କରିବା ପାଇଁ ଯାଇଥିଲେ। କାମ ସାରି ଅପରାହ୍ଣରେ ଘରକୁ ଫେରିବା ସମୟରେ ତେନ୍ତୁଲିଗାଁ ଛକ ନିକଟରେ ବଜ୍ରପାତ ହୋଇଥିଲା। ଫଳରେ ନବିନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମା ଏବଂ ଝିଅ ଗୁରୁତର ହୋଇଯାଇଥିଲେ। ଖବର ପାଇ ପରିବାର ଲୋକ ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।