ମେଷ: ରବି, ସୋମବାରରେ ଯୋଜନା କରି ସଫଳ ହେବେ। ସନ୍ତାନସନ୍ତତି ଉନ୍ନତି କରିବେ। ମଙ୍ଗଳ, ବୁଧବାରରେ କର୍ମତତ୍ପର ହୋଇ ସମସ୍ତ କାର୍ଯ୍ୟ ସୁଚାରୁରୂପରେ ତୁଲାଇବେ। ଗୁରୁ, ଶୁକ୍ର, ଶନିବାରରେ ସମ୍ପର୍କରେ ସୁଦୃଢ଼ତା ଦେଖାଦେବ। ଦୂରଯାତ୍ରା ଯୋଗ ରହିଛି।
ବୃଷ: ରବି, ସୋମବାରରେ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ। ଛାତ୍ରଛାତ୍ରୀମାନଙ୍କ ମନ ଚଳଚଞ୍ଚଳ ରହିବ। ମଙ୍ଗଳ, ବୁଧବାରରେ ବିଭିନ୍ନ ଉପାୟରେ ଆୟ କରିବେ। ଗୁରୁ, ଶୁକ୍ର, ଶନିବାରରେ ଅବହେଳାର ଶିକାର ହେବେ। ଅତ୍ୟଧିକ କାର୍ଯ୍ୟ କରି ଅସୁସ୍ଥ ମନେ କରିବେ।
ମିଥୁନ: ରବି, ସୋମବାରରେ କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ଦୂରଯାତ୍ରା କରିପାରନ୍ତି। ମଙ୍ଗଳ,ବୁଧବାରରେ ବିଭିନ୍ନ କ୍ଷେତ୍ରରେ ଅର୍ଥପ୍ରାପ୍ତି। ଗୁରୁ, ଶୁକ୍ର, ଶନିବାରରେ ଉଚ୍ଚ ସମ୍ମାନ ପାଇବେ। ପଡ଼ୋଶୀଙ୍କ ସହଯୋଗ ମିଳିବ।
କର୍କଟ: ରବି, ସୋମବାରରେ କର୍ମକ୍ଷେତ୍ରରେ ବିଳମ୍ବିତ କାର୍ଯ୍ୟ କରି ଅପଦସ୍ତ ହେବେ। ଅଭାବ ଓ ଅସୁବିଧା ଦେଖାଦେଇପାରେ। ମଙ୍ଗଳ, ବୁଧବାରରେ ଗୁରୁଜନଙ୍କ ସହଯୋଗ ମିଳିବ। ଗୁରୁ, ଶୁକ୍ର, ଶନିବାରରେ ଶତ୍ରୁହାନି। ବ୍ୟବସାୟିକ ପ୍ରସାର ଘଟିବ।
ସିଂହ: ରବି, ସୋମବାରରେ ଧର୍ମାଦି କାର୍ଯ୍ୟରେ ମନଦେବେ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ମଙ୍ଗଳ, ବୁଧବାରରେ ଦୃଢ଼ମନା ହୋଇ କାର୍ଯ୍ୟ କରିବେ। ଗୁରୁ, ଶୁକ୍ର, ଶନିବାରରେ ଆୟବୃଦ୍ଧିର ନୂତନ ପଥ ଉନ୍ମୋଚନ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।
କନ୍ୟା: ରବି, ସୋମବାରରେ କର୍ମକ୍ଷେତ୍ରରେ ମାନମର୍ଯ୍ୟାଦା ବୃଦ୍ଧି ପାଇବ। ମଙ୍ଗଳ, ବୁଧବାରରେ କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଯୋଗ ରହିଛି। ଗୁରୁ, ଶୁକ୍ର, ଶନିବାରରେ ବ୍ୟସ୍ତବିବ୍ରତ ଅନୁଭବ କରିବେ। ସ୍ବପ୍ନ ପୂରଣ ପାଇଁ ଚେଷ୍ଟା କରିବେ।
ତୁଳା: ରବି, ସୋମବାରରେ ଆର୍ଥିକ ସମୃଦ୍ଧି ଦେଖାଦେବ। ଉଚ୍ଚ ଆଶା ସଫଳ ହେବ। ମଙ୍ଗଳ, ବୁଧବାରରେ ଅଭାବ ଓ ଅସୁବିଧା ଲାଗି ରହିବ। ଗୁରୁ, ଶୁକ୍ର, ଶନିବାରରେ ଜୀବନସାଥୀଙ୍କଠାରୁ ସୁଖଶାନ୍ତି ଆଶା କରିବେ। ବ୍ୟବସାୟିକ ଉନ୍ନତି ହେବ।
ବିଛା: ରବି, ସୋମବାରରେ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ବ୍ୟସ୍ତତା ଭିତରେ ରହିବେ। ମଙ୍ଗଳ,ବୁଧବାରରେ ଅସହଯୋଗର ଶିକାର ହେବେ। ଗୁରୁ, ଶୁକ୍ର, ଶନିବାରରେ ଦୃଢ଼ମନା ହେବେ। ସମୟ ସହ ନିଜକୁ ପରିବର୍ତ୍ତନ କରିବେ।
ଧନୁ: ରବି, ସୋମବାରରେ ଶତ୍ରୁର କୂଟଚକ୍ରାନ୍ତର ଶିକାର ହେବେ। କାର୍ଯ୍ୟହାନି ଦେଖାଦେବ। ମଙ୍ଗଳ, ବୁଧବାରରେ ପରିଶ୍ରମର ଫଳପ୍ରାପ୍ତି ହେବ। ଗୁରୁ,ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ଉନ୍ନତି କରିବେ। ମାନସମ୍ମାନ ପ୍ରାପ୍ତି ହେବେ।
ମକର: ରବି, ସୋମବାରରେ କ୍ରୋଧାନ୍ବିତ ହୋଇ କାର୍ଯ୍ୟ କରି କଷ୍ଟ ପାଇବେ। ଆର୍ଥିକ ସ୍ବଚ୍ଛଳତା ଦେଖାଦେବେ। ମଙ୍ଗଳ, ବୁଧବାରରେ ପରିବାରଠାରୁ ସୁଖଶାନ୍ତି ଆଶା କରିବେ। ଗୁରୁ,ଶୁକ୍ର, ଶନିବାରରେ ଋଣଗ୍ରସ୍ତ ହୋଇ ଚିନ୍ତିତ ରହିବେ। ବ୍ୟବସାୟିକ ହାନି ହୋଇପାରେ।
କୁମ୍ଭ: ରବି, ସୋମବାରରେ ଉଚ୍ଚସମ୍ମାନର ଅଧିକାରୀ ହେବେ। ଭାଇଭଉଣୀଙ୍କ ସହଯୋଗ ମିଳିବ। ମଙ୍ଗଳ, ବୁଧବାରରେ ଠକାମିରେ ପଡ଼ିପାରନ୍ତି । ଗୁରୁ, ଶୁକ୍ର, ଶନିବାରରେ ପରିଶ୍ରମ ମୁତାବକ ଫଳପ୍ରାପ୍ତି ହେବ । ବ୍ୟବସାୟରେ ଯାତ୍ରା ଯୋଗ ରହିଛି।
ମୀନ: ରବି, ସୋମବାରରେ ବୃଥାଭ୍ରମଣ କରି ଅସୁସ୍ଥ ମନେ କରିବେ। ସମସ୍ୟାରେ ପଡ଼ିଯାଇ ପାରନ୍ତି। ମଙ୍ଗଳ,ବୁଧବାରରେ କର୍ମକ୍ଷେତ୍ରରେ ସମୟ ଅନୁସାରେ କାର୍ଯ୍ୟ ପୂରଣ କରିବେ। ଗୁରୁ,ଶୁକ୍ର, ଶନିବାରରେ ବନ୍ଧୁବାନ୍ଧବଙ୍କଠାରୁ ସହଯୋଗ ପାଇ ଆଗକୁ ବଢ଼ିବେ।