ମେଷ: ରବି, ସୋମବାରରେ ନିଜ ଦକ୍ଷତା ବଳରେ ଲୋକମାନଙ୍କୁ ପ୍ରଭାବିତ କରିବେ। ମଙ୍ଗଳ, ବୁଧବାରରେ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ। ଗୁରୁ, ଶୁକ୍ରବାରରେ ଶତ୍ରୁମାନଙ୍କୁଠାରୁ ଦୂରେଇ ରୁହନ୍ତୁ। ଶନିବାରରେ ବିଭାଗୀୟ ଅଧିକାରୀଙ୍କଠାରୁ ଉଚିତ ପରାମର୍ଶ ପାଇବେ।
ବୃଷ: ରବି, ସୋମବାରରେ ପରିଶ୍ରମ କରି ସଫଳତା ପାଇବେ। ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରଣ କରିବେ। ମଙ୍ଗଳ, ବୁଧବାରରେ ସହକର୍ମୀଙ୍କ ସହ ବଚସା ହୋଇପାରେ । ଛାତ୍ରଛାତ୍ରୀ ଆଳସ୍ୟତାର ବଶବର୍ତ୍ତୀ ହୋଇପାରନ୍ତି। ଗୁରୁ, ଶୁକ୍ରବାରରେ ନିଜ କାର୍ଯ୍ୟକୁ ଅଧିକ ଗୁରୁତ୍ବ ଦେବେ। ଶନିବାରରେ ପରିବାରର ସହାୟତା ପାଇବେ।
ମିଥୁନ: ରବି, ସୋମବାରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ମଙ୍ଗଳ, ବୁଧବାରରେ ମହିଳାଙ୍କ ମନୋବଳ ଦୃଢ଼ ରହିବ । ଅଚିହ୍ନା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। ଗୁରୁ, ଶୁକ୍ରବାରରେ ନକାରାତ୍ମକ ଭାବାନାରୁ ଦୂରେଇ ରୁହନ୍ତୁ। ଶନିବାରରେ ଖାଦ୍ୟ ପାନୀୟରେ ଅଧିକ ଧ୍ୟାନ ରଖନ୍ତୁ। ପରିବାରବର୍ଗଙ୍କ ସହାୟତା ପାଇବେ।
କର୍କଟ: ରବି, ସୋମବାରରେ ଭବିଷ୍ୟତ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରିବେ। ମଙ୍ଗଳ, ବୁଧବାରରେ ଅଟକି ରହିଥିବା ଧନ ଫେରିପାଇବେ। ଗୁରୁ, ଶୁକ୍ରବାରରେ କର୍ମକ୍ଷେତ୍ରରେ ନିଜର ପ୍ରତିଭାକୁ ବିକଶିତ କରିବେ। ଶନିବାରରେ ଜୀବନରେ ଭିନ୍ନ ମୋଡ଼ ଦେଖାଦେବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋନିବେଶ କରିବେ।
ସିଂହ: ରବି, ସୋମବାରରେ ଅସ୍ଥିରତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହଯୋଗ ପାଇବେ। ମଙ୍ଗଳ, ବୁଧବାରରେ ନିଜ ଦାୟିତ୍ବକୁ ସୁଚାରୁ ରୂପରେ ସମାପନ କରିବେ। ଗୁରୁ, ଶୁକ୍ରବାରରେ ଅଯଥା ଖର୍ଚ୍ଚ ଚିନ୍ତାର କାରଣ ପାଲଟି ପାରେ। ଶନିବାରରେ କୌଣସି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।
କନ୍ୟା: ରବି,ସୋମବାରରେ ସଂପତ୍ତି କ୍ରୟବିକ୍ରୟ କରିବାର ସୁଯୋଗ ପାଇବେ। ମଙ୍ଗଳ,ବୁଧବାରରେ ଦୀର୍ଘ ଦିନ ପରେ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ଗୁରୁ, ଶୁକ୍ରବାରରେ ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ଶନିବାରରେ କର୍ମକ୍ଷେତ୍ରରେ ପଦୋନ୍ନତି ସୁଯୋଗ ରହିଛି। ଛାତ୍ରଛାତ୍ରୀ ଲେଖାପଢ଼ାରେ ଉନ୍ନତି କରିବେ।
ତୁଳା: ରବି, ସୋମବାରରେ ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ମଙ୍ଗଳ, ବୁଧବାରରେ ସୁଖ ସନ୍ତୋଷ ବୃଦ୍ଧି ପାଇବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ। ଗୁରୁ, ଶୁକ୍ରବାରରେ ଭବିଷ୍ୟତ ଯୋଜନା ଫଳପ୍ରଦ ହୋଇପାରେ। ଶନିବାରରେ ସହକର୍ମୀଙ୍କ ସହ ବାଦବିବାଦ ଉପୁଜିପାରେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ।
ବିଛା: ରବି, ସୋମବାରରେ ଆତ୍ମବିଶ୍ବାସର ସହ ସବୁ କାର୍ଯ୍ୟ ସମାପ୍ତ କରିବେ। କୌଣସି ଶୁଭ ସମାଚାର ପାଇବେ । ମଙ୍ଗଳ, ବୁଧବାରରେ ରାଜନୈତିକ କ୍ଷେତ୍ରରେ ଲୋକସମର୍ଥନ ବୃଦ୍ଧି ପାଇବ। ଗୁରୁ, ଶୁକ୍ରବାରରେ ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଶନିବାରରେ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।
ଧନୁ: ରବି, ସୋମବାରରେ ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ମଙ୍ଗଳ,ବୁଧବାରରେ ନିଜ ଲକ୍ଷ୍ୟପୂରଣ ପାଇଁ ଚେଷ୍ଟା ଜାରି ରଖିବେ। ଗୁରୁ, ଶୁକ୍ରବାରରେ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଶନିବାରରେ ବିଭିନ୍ନ କାର୍ଯ୍ୟରେ ସଫଳତା ହାସଲ କରିବେ।
ମକର: ରବି, ସୋମବାରରେ ଶତ୍ରୁର କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ମଙ୍ଗଳ, ବୁଧବାରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ। ଗୁରୁ, ଶୁକ୍ରବାରରେ ପରିଶ୍ରମର ଫଳପ୍ରାପ୍ତି ହେବ। ଶନିବାରରେ କର୍ମକ୍ଷେତ୍ରରେ ଉନ୍ନତି କରିବେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ।
କୁମ୍ଭ: ରବି, ସୋମବାରରେ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ମଙ୍ଗଳ, ବୁଧବାରରେ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଗୁରୁ, ଶୁକ୍ରବାରରେ ପ୍ରିୟଜନଙ୍କ ସହଯୋଗ ପାଇବେ। ଶନିବାରରେ ବ୍ୟବସାୟରେ ପ୍ରସାର ପାଇଁ ନୂତନ ମାର୍ଗ ପାଇବେ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ଚିନ୍ତିତ ହୋଇପାରନ୍ତି।
ମୀନ: ରବି, ସୋମବାରରେ ପରିବାରରେ ଉତ୍ତମ ବୁଝାମଣା ରହିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ। କ୍ଷମତାର ସଠିକ୍ ଉପଯୋଗ କରିବେ। ମଙ୍ଗଳ, ବୁଧବାରରେ ଆର୍ଥିକ ସ୍ଥିତି ମଜଭୁତ ରହିବ। ଶତ୍ରୁମାନଙ୍କର କୂଟଚକ୍ରାନ୍ତରେ ପଡ଼ିପାରନ୍ତି। ଗୁରୁ, ଶୁକ୍ରବାରରେ ମହିଳାମାନେ ଅବହେଳିତ ହେବେ। ଶନିବାରରେ ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗୁଆ ରହିବେ।