ମେଷ: ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ଶୁଭ ଖବର ମିଳିପାରେ। ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ।
ବୃଷ: ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଭଲ ରହିବ। ଭାଗ୍ୟ ଆପଣଙ୍କୁ ପୁରା ସାଥ୍ ଦେବ। ମାତାପିତାଙ୍କ ଆଶୀର୍ବାଦରୁ ଅଟକିଥିବା କାମ ପୂରା ହେବ। ଦୂରସ୍ଥାନକୁ ବୁଲିବାକୁ ଯାଇପାରନ୍ତି।
ମିଥୁନ: ଆଶା କରିଥିବା ଦିଗରୁ ଅର୍ଥ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆଣ୍ଠୁଗଣ୍ଠି ସମସ୍ୟା ଭୋଗି ପାରନ୍ତି। ରାଜନେତାଙ୍କ ପାଇଁ ଦିନଟି ଭଲ। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ।
କର୍କଟ: ଦୀର୍ଘ ଦିନରୁ ଅଟକିଥିବା କାମ ପୂରା ହେବ। କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ନୂତନ ବ୍ୟବସାୟ ପାଇଁ ଭଲ ସମୟ। ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିପାରନ୍ତି।
ସିଂହ: ଆଜି ଦିନଟି ଆପଣଙ୍କୁ ମିଶ୍ରିତଫଳ ପ୍ରଦାନ କରିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ୍ କାମ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଚିନ୍ତାରେ ରହିବେ।
କନ୍ୟା: ଅଫିସ୍ରେ କାର୍ଯ୍ୟଭାର ବଢ଼ିବ। ପଡୋଶୀଙ୍କ ସହ ସୁସମ୍ପର୍କ ବୃଦ୍ଧି ପାଇବ। ବନ୍ଧୁମିଳନ ଯୋଗ ରହିଛି। କିଛି ନୂଆ କରିବାକୁ ଚିନ୍ତା କରିବେ। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି।
ତୁଳା: ପରିବାର ସଦସ୍ୟଙ୍କ ସହ ମଜାମସ୍ତି କରିବେ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ସଫଳତା ପାଇଁ କଠିନ ପରିଶ୍ରମ କରିବେ।
ବିଛା: ଅଫିସ୍ରେ ସହକର୍ମୀଙ୍କ ସହଯୋଗ ମିଳିବ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଆଶା କରିଥିବା ଦିଗରୁ ଲାଭବାନ ହେବେ।
ଧନୁ: ଦିନଟି ବ୍ୟସ୍ତଭିତରେ କଟିବ। ଶାରୀରିକ ସମସ୍ୟା ଦେଖା ଦେଇପାରେ। ପ୍ରିୟଜନଙ୍କ କଥା ଦୁଃଖ ଦେବ। ବନ୍ଧୁଙ୍କ ସହିତ ଦୂର ସ୍ଥାନ ବୁଲିବାକୁ ଯାଇପାରନ୍ତି। ପୁରୁଣା ନିବେଶରୁ ଲାଭ ମିଳିବ।
ମକର: ଆଜି ଦିନଟି ଆପଣଙ୍କୁ ମିଶ୍ରିତଫଳ ପ୍ରଦାନ କରିବ। ପିଲାମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ଇଚ୍ଛା ମୁତାବକ କାମ କରନ୍ତୁ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ।
କୁମ୍ଭ: ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବେ। ଅନ୍ୟକୁ ସାହାଯ୍ୟର ହାତ ବଢ଼ାଇ ପ୍ରଶଂସିତ ହୋଇପାରନ୍ତି। ଅଟକିଥିବା କାମ ପୂରା ହେବ। ବ୍ୟାଙ୍କ ଓ ଆଇଟି କ୍ଷେତ୍ରରେ ସଫଳତା ମିଳିବ।
ମୀନ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଅଟକିଥିବା କାମ ପୂରା ହେବ। ଅଚାନକ ଖୁସି ଖବର ପାଇପାରନ୍ତି। ଅଫିସ୍ରେ ଭାବିଚିନ୍ତି କଥା କୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହ ଦୀର୍ଘ ବର୍ଷ ପରେ ସାକ୍ଷାତ ହେବ।