Tuesday Horoscope: ମଙ୍ଗଳବାର ରାଶିଫଳ (୦୩-୧୧-୨୦୨୬)

ମେଷ: ଦିନଟି ମିଶ୍ରଫଳ ପ୍ରଦାନ କରିବେ। ଅଟକି ରହିଥ଄ବା କାର୍ଯ୍ୟ ପୂରା ହେବ। ବିଦେଶ ଭ୍ରମଣର ସୁଯୋଗ ମିଳିବ। ବନ୍ଧୁଙ୍କ ସହ ସମ୍ପର୍କ ଘନିଷ୍ଠ ହେବ। ଆଇଟି କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। 

ବୃଷ: ପୈତୃକ ସମ୍ପତ୍ତିରେ ବିବାଦ ତୁଟିବ। ପ୍ରେମ ଜୀବନରେ ତିକ୍ତତା ଆସିବ। ବ୍ୟବସାୟ ଲାଗି ନୂଆ ଯୋଜନା କରିବେ। ବନ୍ଧୁଙ୍କ ସାହାଯ୍ୟ ମିଳିବ।

ମିଥୁନ: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଚାକିରିରୁ ନେଇ ଚିନ୍ତାରେ ରହିବେ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। 

କର୍କଟ: ଜମି କିଣାବିକାକୁ ନେଇ ସମସ୍ୟା ଦେଖା ଦେବ। ବନ୍ଧୁ ସମସ୍ୟାରେ ପକାଇ ପାରନ୍ତି। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀ ମନୋରଞ୍ଜନରେ ସମୟ ଅତିବାହିତ କରିବେ।

ସିଂହ: ଦିନଟି ଚିନ୍ତାଜନକ ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଅଫିସ୍ କାର୍ଯ୍ୟ ପ୍ରଭାବିତ ହେଲେ ବି ନୂତନ ଦାୟିତ୍ବ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିବେଶ ଲାଗି ଅନୁକୂଳ ସମୟ।  

କନ୍ୟା: ବ୍ୟବସାୟରୁ ଲାଭ ମିଳିବ। ଆୟର ନୂଆ ମାର୍ଗ ଉନ୍ମୁକ୍ତ ହେବ। ପାରିବାରିକ ସମସ୍ୟା ଦୂର ହେବ। ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦ ଦୂର ହେବ। ଅଫିସ୍‌ରେ ପଦୋନ୍ନତି ମିଳିବ। 

ତୁଳା: ଦିନଟି ଶୁଭଫଳ ପ୍ରଦାନ କରିବ। ଧାର୍ମିକ ସ୍ଥାନକୁ ଯାତ୍ରା ଯୋଗ ଅଛି। ପରିବାର ଓ ସାଙ୍ଗସାଥୀଙ୍କ ସହଯୋଗ ମିଳିବ। ଭାବିଚିନ୍ତି କାମ କରିବେ। 

ବିଛା: ଘରେ ମାଙ୍ଗଳିକ କାର୍ଯ୍ୟ କରିବେ। ନୂତନ ଚାକିରି ଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପରିବାର ସହିତ ସମୟ ଅତିବାହିତ କରିବେ। 

ଧନୁ: ଦିନଟି ହସ ଖୁସିରେ ବିତିବ। ପାରିବାରିକ ଜୀବନ ସୁଖମୟ ହେବ। ଆୟର ନୂତନ ମାର୍ଗ ଉନ୍ମୁକ୍ତ ହେବ। ଚାକିରି ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ। 

ମକର: କୌଣସି ଖୁସି ଖବର ମିଳିବ। ପରିବାର ସହ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଭାବିଚିନ୍ତି ନିବେଶ କରିବେ।

କୁମ୍ଭ: ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବେ।  

ମୀନ: ଦୂର ସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟରେ ନୂଆ ନିବେଶ କରିବେ। ଜମିବାଡ଼ି କାର୍ଯ୍ୟରେ ସମସ୍ୟା ଆସିବ। ପ୍ରେମ ଜୀବନରେ ବାଧା ଆସିପାରେ। 

About The Author: Madhusudan Das