ମଙ୍ଗଳବାର ରାଶିଫଳ ( ୨୦–୧୨–୨୦୨୨ )

ମେଷ: ଭ୍ରମଣ କରିବା ଦ୍ବାରା ସ୍ବାସ୍ଥ୍ୟ ବିଗିଡ଼ି ଯାଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ଗୁରୁଜନଙ୍କ ସେବା କରି ସନ୍ତୋଷ ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ। ବୃଷ: ବିଭିନ୍ନ ମାର୍ଗରେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ପଡ଼ିପାରେ। ସାମୂହିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରେମୀଯୁଗଳ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମିଥୁନ: ବିଭିନ୍ନ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। କର୍ମକ୍ଷେତ୍ରରେ […]

ମେଷ: ଭ୍ରମଣ କରିବା ଦ୍ବାରା ସ୍ବାସ୍ଥ୍ୟ ବିଗିଡ଼ି ଯାଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ଗୁରୁଜନଙ୍କ ସେବା କରି ସନ୍ତୋଷ ପାଇବେ। ପରିବାରରେ ସୁଖଦ ବାତାବରଣ ରହିବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ।

ବୃଷ: ବିଭିନ୍ନ ମାର୍ଗରେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ପଡ଼ିପାରେ। ସାମୂହିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରେମୀଯୁଗଳ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ମିଥୁନ: ବିଭିନ୍ନ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। କର୍ମକ୍ଷେତ୍ରରେ ମନୋମାଳିନ୍ୟ ହୋଇପାରେ । ନିଜ କାଗଜପତ୍ର ସାବଧାନତାର ସହ ରଖନ୍ତୁ।

କର୍କଟ : ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ପରିବାରରେ ତିକ୍ତତା ଦେଖା ଯାଇପାରେ। ଯାତ୍ରାରେ କଠିନତା ଦେଖାଦେବ। ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ।

ସିଂହ: ନୂତନ ନିବେଶରୁ ଲାଭାନ୍ବିତ ହେବେ। ନକାରାତ୍ମକ ବିଚାରଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ସହ ମତଭେଦ ହୋଇପାରେ। ଭୂସଂପତ୍ତିର ଅଧିକାରୀ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାନ୍ତୁ।

କନ୍ୟା: ଭାବିଚିନ୍ତି କାର୍ଯ୍ୟ କରନ୍ତୁ । ପ୍ରତିଯୋଗୀମାନଙ୍କଠାରୁ ପରାସ୍ତ ହେବେ। ପଡ଼ୋଶୀମାନଙ୍କ ସହିତ ଖୁବ୍ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମିଳିବ। ସମାଜରେ ମାନ-ସମ୍ମାନର ଅଧିକାରୀ ହେବେ।

ତୁଳା : ନିଜ ଜିଦିଆ ସ୍ବଭାବ ପାଇଁ କଷ୍ଟ ପାଇପାରନ୍ତି। ବାଦବିବାଦ ସ୍ଥିତିରୁ ଦୂରେଇ ରୁହନ୍ତୁ। ସମାଧାନ ପୂର୍ଣ୍ଣ ବ୍ୟବହାର ଆଜି ଆପଣାଇବାକୁ ହେବ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।

ବିଛା : ମହିଳାମାନଙ୍କ ମନ ପ୍ରଫୁଲ୍ଲ ରହିବ। ଜୀବନସାଥୀଙ୍କ ସହିତ ଅଧିକ ସମୟ କଟାଇବେ। ଉଚ୍ଚ ପ୍ରଶଂସାର ଅଧିକାରୀ ହେବେ। ପରିବାରବର୍ଗଙ୍କ ସହ ମନୋମାଳିନ୍ୟ ହୋଇପାରେ।

ଧନୁ : କଷ୍ଟକର କାର୍ଯ୍ୟରେ ମଧ୍ୟ ସଫଳତା ହାସଲ କରିବେ। ମାନସିକ ରୂପରେ ଆପଣ ଅସୁସ୍ଥ ରହିପାରନ୍ତି। କ୍ରୋଧ ଉପରେ ଅଂକୁଶ ଲଗାନ୍ତୁ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ।

ମକର: କୌଣସି ସ୍ଥାନରୁ ଶୁଭ ସମାଚାର ପାଇବେ। ନୂତନ ଆର୍ଥିକ ଯୋଜନାରେ ନିବେଶ କରିବାରୁ ବିରତ ରୁହନ୍ତୁ। ଆପଣଙ୍କ ବ୍ୟବହାରରେ ଅନ୍ୟମାନେ ଖୁସି ହେବେ। ବରିଷ୍ଠ ଅଧିକାରୀଙ୍କ ସହ ମିଳାମିଶା ବଢ଼ିବ।

କୁମ୍ଭ : ପ୍ରତ୍ୟେକ କାର୍ଯ୍ୟକୁ ର୍ନିଵିଘ୍ନରେ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ। ଏବଂ ଉଚ୍ଚପଦାଧିକାରୀଙ୍କ ସହଯୋଗ ପାଇବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ଅଛି।

ମୀନ : ନକାରାତ୍ମକ ବିଚାର ପାଇଁ ନିଜକୁ ଅବହେଳିତ ମନେ କରି ପାରନ୍ତି। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ । ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହେବେ। ଦାମ୍ପତ୍ୟ ଜୀବନ ମଧୁର ରହିବ।

About The Author: The Sakala