ମେଷ: ଆର୍ଥିକ ଦୃଷ୍ଟିରୁ ଦିନଟି ଉତ୍ତମ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଗୁରୁଜନଙ୍କ ସହ ଉତ୍ତମ ବୁଝାମଣା ରହିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।
ବୃଷ: ବୈବାହିକ ଜୀବନ ସୁଖମୟ ହେବ। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଉପଯୁକ୍ତ ସମୟ।
ମିଥୁନ: ଦୀର୍ଘ ଦିନର ଆଶା ପୂରଣ ହେବ। ରାଜନେତାଙ୍କ ପାଇଁ ଦିନଟି ଭଲ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଆୟ ଓ ବ୍ୟୟ ସମାନ ରହିବ। ଭୁଲ୍ କାମରୁ ଦୂରେଇ ରହିବେ।
କର୍କଟ: ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିପାରନ୍ତି। ଦାନ ଧର୍ମ କରିବେ । କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧକାରୀଙ୍କ ମାର୍ଗଦର୍ଶନରେ ପରିଚାଳିତ ହେବେ। ଖର୍ଚ୍ଚରେ ନିୟନ୍ତ୍ରଣ ରକ୍ଷା କରିବେ।
ସିଂହ: ଆର୍ଥିକ ସମସ୍ୟା ସୃଷ୍ଟି ହୋଇପାରେ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ବିଶେଷ ଧ୍ୟାନ ଦେବେ। ପିଲାମାନେ ଖେଳକୁଦରେ ସମୟ ଅତିବାହିତ କରିବେ ।
କନ୍ୟା: ବନ୍ଧୁଙ୍କ ସହାୟତାରେ କାମ ପୂରା କରିବେ। ଛାତ୍ରଛାତ୍ରୀ ପଢ଼ାକୁ ନେଇ ଚିନ୍ତାରେ ରହିପାରନ୍ତି। ଚକ୍ଷୁ ସମସ୍ୟା ଦେଖାଦେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ତୁଳା: ଦିନଟିରେ ସଫଳତା ମିଳିବ। ପୈତୃକ ବ୍ୟବସାୟରୁ ଲାଭବାନ ହେବେ। ସକାରାତ୍ମକ ଚିନ୍ତାଧାରାରେ ସମସ୍ତ କାର୍ଯ୍ୟ କରିବେ। ଆର୍ଥିକ ଲାଭ ମିଳିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ବିଛା: ବାଦବିବାଦରୁ ଦୂରେଇ ରହିବା ଭଲ। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁନି। ନୂତନ ବ୍ୟବସାୟରୁ ଲାଭ ମିଳିବ। ଅପ୍ରିୟ ସତ କହି ସମସ୍ୟାରେ ପଡ଼ିପାରନ୍ତି।
ଧନୁ: ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ। ଅତିଥି ସତ୍କାର କରିପାରନ୍ତି। ପରିଶ୍ରମ ଅନୁସାରେ ସଫଳତା ମିଳିବ। କଳାକାରଙ୍କ ପାଇଁ ଦିନଟି ଭଲ। ଆୟ ଓ ବ୍ୟୟ ସମାନ ରହିବ।
ମକର: ଧନଲାଭ ଯୋଗ ଅଛି। ଯୋଜନା ମୁତାବକ କାମ କରନ୍ତୁ। ନୂତନ ଯାନବାହନ କ୍ରୟ କରିପାରନ୍ତି। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ ।
କୁମ୍ଭ: ପରନିନ୍ଦାରୁ ଦୂରେଇ ରୁହନ୍ତୁ। ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତାନ୍ତର ଦେଖା ଦେବ। ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି। ରାଜନେତାଙ୍କ ପାଇଁ ଦିନଟି ଭଲ।
ମୀନ: ମାନସିକ ଶାନ୍ତି ପାଇବେ। ଅଫିସ୍ରେ ପ୍ରତିଷ୍ଠା ବଢ଼ିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭ। କାମ ଆରମ୍ଭ ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନେବେ। ସମସ୍ତ କାମ ସହଜରେ ପୂରା କରିବେ।