ମଙ୍ଗଳବାର ରାଶିଫଳ ( ୧୧-୦୩-୨୦୨୫ )

ମେଷ: ଆୟର ନୂତନ ମାର୍ଗ ଉନ୍ମୋଚନ ହେବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ନୂଆ ଯୋଜନା ପାଇଁ ଗୁରୁଜନଙ୍କ ପରାମର୍ଶ ନେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବୃଷ: ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ବ୍ୟବସାୟରୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଜଭୁତ୍ ହେବ। ସରକାରୀ କ୍ଷେତ୍ରରେ ସଫଳତା ଲାଭ କରିବେ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ। ମିଥୁନ: ସନ୍ତାନଙ୍କ ଭବିଷ୍ୟତ ପାଇଁ ଚିନ୍ତାରେ ରହିବେ। ଧନ ଆଗମନ ଯୋଗ ଅଛି। […]

ମେଷ: ଆୟର ନୂତନ ମାର୍ଗ ଉନ୍ମୋଚନ ହେବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ନୂଆ ଯୋଜନା ପାଇଁ ଗୁରୁଜନଙ୍କ ପରାମର୍ଶ ନେବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବୃଷ: ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ବ୍ୟବସାୟରୁ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଜଭୁତ୍ ହେବ। ସରକାରୀ କ୍ଷେତ୍ରରେ ସଫଳତା ଲାଭ କରିବେ। ବିଦ୍ୟାର୍ଥୀ ଖେଳକୁଦରେ ସମୟ ଅତିବାହିତ କରିବେ।

ମିଥୁନ: ସନ୍ତାନଙ୍କ ଭବିଷ୍ୟତ ପାଇଁ ଚିନ୍ତାରେ ରହିବେ। ଧନ ଆଗମନ ଯୋଗ ଅଛି। ପରିବାର ସଦସ୍ୟଙ୍କ ସହିତ ମତାନ୍ତର ହେବ। ବ୍ୟବସାୟୀ ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ।

କର୍କଟ: ଅଫିସ୍‌ କାମରେ ବ୍ୟସ୍ତ ରହିବେ ଏବଂ ଅତିରିକ୍ତ ଦାୟିତ୍ବ ତୁଲାଇବେ। ବନ୍ଧୁଙ୍କ ସାହାଯ୍ୟରେ ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ବିଦ୍ୟାର୍ଥୀ ସଫଳତା ପାଇଁ କଠିନ ପରିଶ୍ରମ କରିବେ।

ସିଂହ: କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ବନ୍ଧୁଙ୍କ ସହ ବୁଲିବା ପାଇଁ ନୂଆ ଯୋଜନା କରିବେ। ଧାର କରଜରୁ ଦୂରେଇ ରହିବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ନୃତ୍ୟଶିଳ୍ପୀଙ୍କ ପାଇଁ ଦିନଟି ଭଲ।

କନ୍ୟା: ଯାତ୍ରାରୁ ଲାଭ ମିଳିବ। ଦିନଟିରେ କର୍ମଚଞ୍ଚଳ ରହିବେ। ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ। ବ୍ୟବସାୟରେ ସଫଳତା ମିଳିବ। ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବେ।

ତୁଳା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଅଫିସ୍‌ରେ ସହକର୍ମୀଙ୍କ ସହ ବ୍ୟକ୍ତିଗତ କଥା ଆଲୋଚନା କରିବେ ନାହିଁ। ଯାତାୟାତ ସମୟରେ ଧ୍ୟାନ ଦିଅନ୍ତୁ।

ବିଛା: ଦିନଟି ଶୁଭଫଳ ପ୍ରଦାନ କରିବ। ଉତ୍‌ଫୁଲ୍ଲିତ ରହିବେ। ସରକାରୀ କାମ ସମସ୍ୟା ସମାଧାନ ହେବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିବ। ପଡୋଶୀଙ୍କ ସହ ସୁସମ୍ପର୍କ ରହିବ।

ଧନୁ: କାର୍ଯ୍ୟରେ ଉନ୍ନତି ଘଟିବ। ଦାମ୍ପତ୍ୟ ଜୀବନ ହସଖୁସିରେ ଅତିବାହିତ କରିବେ। ଇଚ୍ଛା ପୂରଣ ହେବ। ଗରିବ, ଅସହାୟଙ୍କୁ ସାହାଯ୍ୟ କରିବେ। ଗୁରୁଜନଙ୍କ ଆଦେଶ ପାଳନ କରିବେ।

ମକର: ଅଯଥା ଖର୍ଚ୍ଚରୁ ଦୂରେଇ ରହିବେ। ବଦଭ୍ୟାସ ପରିତ୍ୟାଗ କରିବେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ବିବାହ ପ୍ରସ୍ତାବ ସ୍ଥିର ହେବ। ବିଦ୍ୟାର୍ଥୀ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଜାରି ରଖିବେ।

କୁମ୍ଭ: ଦୀର୍ଘ ଦିନ ସମସ୍ୟାର ସମାଧାନ ହେବ। ଅଫିସ୍‌ କାମ ସୁଚାରୁରୂପେ ତୁଲାଇବେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ। ସରକାରି ଚାକିରିଆଙ୍କ ପାଇଁ ଭଲ ସମୟ। ଚକ୍ଷୁ ସମସ୍ୟା ଭୋଗିପାରନ୍ତି।

ମୀନ: କଥା ଓ କାମ ଲୋକଙ୍କୁ ପ୍ରଭାବିତ କରିବେ। ବନ୍ଧୁଙ୍କ ସାହାଯ୍ୟ ମିଳିବ। ଆର୍ଥିକ ମାମଲାରେ ସୁଧାର ଆସିବ। ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ଚିନ୍ତାରେ ରହିବେ। ଦାନଧର୍ମ କରିବେ।

About The Author: The Sakala