ମେଷ: ଭ୍ରମଣ କରିବା ଦ୍ବାରା ସ୍ବାସ୍ଥ୍ୟ ବିଗିଡ଼ି ଯାଇପାରେ। ଆର୍ଥିକ ସ୍ଥିତି ଭଲ ରହିବ। ଗୁରୁଜନଙ୍କ ସେବା କରି ସନ୍ତୋଷ ପାଇବେ। ପରିବାରରେ ସୁଖପୂର୍ଣ୍ଣ ବାତାବରଣ ରହିବ। କର୍ମକ୍ଷେତ୍ରରେ ପରିବର୍ତ୍ତନ ଦେଖାଯିବ।
ବୃଷ: ବିଭିନ୍ନ ମାର୍ଗରେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତାର ସାମ୍ନା କରିବାକୁ ପଡ଼ିପାରେ। ସାମୂହିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରେମୀ ଦମ୍ପତି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଅତ୍ୟଧିକ କାର୍ଯ୍ୟ ଫଳରେ ମାନସିକ ଅବସାଦ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ହତୋତ୍ସାହ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ।
କର୍କଟ: ଦିନଟି ବ୍ୟସ୍ତତା ମଧ୍ୟରେ କଟିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ ଦେଇପାରନ୍ତି। ଗୁରୁଜନଙ୍କ ଆଶୀର୍ବାଦ ପାଇ ଆତ୍ମବିଶ୍ବାସ ଫେରି ପାଇବେ। ଦାମ୍ପତ୍ୟ ଜୀବନ ସୁଖକର ରହିବ।
ସିଂହ: ଅତ୍ୟଧିକ ଖର୍ଚ୍ଚାନ୍ତର ଶିକାର ହୋଇପାରନ୍ତି। ଘର ଦାୟିତ୍ବ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ବାଦବିବାଦ ସ୍ଥିତିରେ ପଡ଼ିଯାଇପାରନ୍ତି। ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ। କ୍ୟାରିୟରରେ ଉନ୍ନତି ହେବ।
କନ୍ୟା: ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ। ପରିବାରରେ ଭୁଲ ବୁଝାମଣା ଦେଖାଦେଇପାରେ । ସନ୍ତାନସନ୍ତତିଙ୍କ ଉନ୍ନତି ପାଇଁ ଚେଷ୍ଟା କରିବେ।
ତୁଳା: ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ସାଙ୍ଗସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ଯାନବାହନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ଭ୍ରମଣ କରି ଲାଭବାନ ହୋଇପାରନ୍ତି।
ବିଛା: ଅନୁଭବୀ ବ୍ୟକ୍ତିଙ୍କ ସମ୍ପର୍କରେ ଆସିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ କରି ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ଅଧିକ ରହିବ। ନୂତନ ନିଯୁକ୍ତି ସୁଯୋଗ ରହିଛି। ଆର୍ଥିକ କାରବାରରେ କ୍ଷତି ସହିପାରନ୍ତି।
ଧନୁ: ମାନସିକ ଅବସାଦରେ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପାରିବାରିକ ସହଯୋଗ ପାଇବେ। ବ୍ୟବସାୟରେ ଆଶାନରୂପ ଫଳ ପାଇବେ। ଛାତ୍ରଛାତ୍ରୀ ମନୋରଞ୍ଜନ କାର୍ଯ୍ୟରେ ଉତ୍ସାହତି ହେବେ।
ମକର: ନିଜର ପ୍ରଭାବଶାଳୀ ବ୍ୟକ୍ତିତ୍ବ ପାଇଁ ସମାଜରେ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିବେ। ସାଙ୍ଗସାଥୀଙ୍କଠାରୁ ଆର୍ଥିକ ସହାୟତା ପାଇବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ।
କୁମ୍ଭ: ମନରେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ। କ୍ୟାରିୟରରେ ଉନ୍ନତି କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ଅଧିକ ଦାୟିତ୍ବ ଭାର ନେଇ ବିରକ୍ତକର ହେବେ।
ମୀନ: ମନୋରଞ୍ଜନରେ ଦିନଟି ଅତିବାହିତ କରିବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ବିଭିନ୍ନ ମାର୍ଗରୁ ସଫଳତା ହାସଲ କରିବେ। ଛାତ୍ରଛାତ୍ରୀ ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରି ସଫଳତା ପାଇବେ।