ମେଷ: ଦିନଟି ଭଲରେ କଟିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନଶୀଳ ରୁହନ୍ତୁ। ଧୈର୍ଯ୍ୟର ସହ କାମ କରନ୍ତୁ। ସନ୍ତାନଙ୍କ ସହ ମଜାମସ୍ତିରେ ଦିନ ବିତିବ।
ବୃଷ: ପରିଶ୍ରମର ଫଳ ମିଳିବ। କମରପୀଡ଼ା ଚିନ୍ତା ବୃଦ୍ଧି କରିବ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ।
ମିଥୁନ: ଅଯଥା କଥାରେ ମୁଣ୍ଡ ପୂରାନ୍ତୁନି। ପୁରୁଣା ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇପାରେ। ଅଚାନକ ସୁସମ୍ବାଦ ମିଳିବ। ପ୍ରତ୍ୟେକ କ୍ଷେତ୍ରରେ ପ୍ରଶଂସିତ ହେବେ।
କର୍କଟ: ନିଜର ଦାୟିତ୍ବକୁ ସୁରୁଖୁରୁରେ ସମ୍ଭାଳିବେ। ବନ୍ଧୁଙ୍କ ସହିତ ମଧୁର ବ୍ୟବହାର କରିବେ। ଦୂରସ୍ଥାନ ଯାତ୍ରା କରିପାରନ୍ତି। ଯୋଜନା ମୁତାବକ କାର୍ଯ୍ୟ କରନ୍ତୁ।
ସିଂହ: କାମଚାପ ଅଧିକ ରହିବ। ଯୁବପିଢ଼ିଙ୍କ ପାଇଁ ସମୟ ଅନୁକୂଳ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଭିଭାବକ ଭାବେ ନିଜର ସନ୍ତାନଙ୍କ ଭବିଷ୍ୟତ ପାଇଁ ଚିନ୍ତା କରିେବ।
କନ୍ୟା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରକୁ ନେଇ ଚିନ୍ତିତ ହୁଅନ୍ତୁନି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଦିନସାରା ବ୍ୟସ୍ତ ରହିବା କାରଣରୁ ଥକ୍କାପଣ ଅନୁଭବ କରିବେ।
ତୁଳା: ଘର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ। ଛାତ୍ରଛାତ୍ରୀ ଖେଳପ୍ରିୟ େହବେ।
ବିଛା: ବିଦ୍ୟାର୍ଥୀମାନେ ନିଜ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦେବା ଦରକାର। ଆଳସ୍ୟ ଓ ଚିନ୍ତାରେ ଦିନଟି ବିତିବ। ପ୍ରେମ ବ୍ୟାପାରରେ ସଫଳ ହେବେ। ଘର କାମରେ ବ୍ୟସ୍ତ ରହିପାରନ୍ତି।
ଧନୁ: ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ଅଫିସ୍ କାମରେ ବ୍ୟସ୍ତ ରହିବେ। ଥକ୍କାପଣ ଅନୁଭବ କରିପାରନ୍ତି। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।
ମକର: ସହକର୍ମୀଙ୍କ ସହଯୋଗ ମିଳିବ। ଯାତାୟାତ ସମୟରେ ସତର୍କ ରୁହନ୍ତୁପ। ଅଯଥା ଖର୍ଚ୍ଚ ବଢ଼ିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।
କୁମ୍ଭ: ପରିସ୍ଥିତି ଅନୁସାରେ କାମ କରନ୍ତୁ। ମନକୁ ଆୟତ୍ତରେ ରଖୀବା ଭଲ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ମହିଳାମାନେ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ଆଖୀ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।
ମୀନ: ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ପୁରୁଣା ସ୍ବାସ୍ଥ୍ୟସମସ୍ୟା ଦେଖାଦେଇପାରେ। ପ୍ରେମ ବ୍ୟପାରରେ ଦିନଟି ଭଲରେ ବିତିବ। ବୈବାହିକ ଜୀବନ ସୁଖମୟ ହେବ।