ମେଷ: ଦୃଢ଼ମନା ଯୋଗୁଁ କାର୍ଯ୍ୟରେ ସଫଳ ହେବେ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ସଫଳତା ପାଇବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା।
ବୃଷ: କର୍ମକ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ରହିବ। ରାଜନୀତିରେ ବିରୋଧୀ ପ୍ରଭାବିତ କରିବେ। ଚାକିରିରେ କାର୍ଯ୍ୟଭାର ରହିବ। ବାଣିଜ୍ୟରେ ଚିନ୍ତାଜନକ ସ୍ଥିତି ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ।
ମିଥୁନ : ବହୁଚେଷ୍ଟା କରି ଆଗେଇବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ମହିଳାମାନେ ଚଳଚଞ୍ଚଳ ରହିବେ। ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ- ସିଲଭର୍।
କର୍କଟ: ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ରାଜନୀତିରେ ମାନମର୍ଯ୍ୟାଦା ବୃଦ୍ଧି ପାଇବ। ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ- ଧଳା।
ସିଂହ : ବଡ଼ ଧରଣର ସଫଳତା ପାଇପାରନ୍ତି। ଚାକିରିରେ ପଦୋନ୍ନତି ହୋଇପାରେ। ରାଜନୀତିରେ ଧନସମ୍ମାନ ପାଇବେ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ-ହଳଦିଆ।
କନ୍ୟା: ଯୋଜନା କରି ଅସଫଳ ହୋଇପାରନ୍ତି। ଧର୍ମାଦି କାର୍ଯ୍ୟରେ ଖର୍ଚ୍ଚ କରି ଅଭାବରେ ପଡ଼ିପାରନ୍ତି। ରାଜନୀତିରେ ବିଶ୍ବାସଘାତକତାର ଶିକାର ହେବେ। ବାଣିଜ୍ୟ ମନ୍ଥର ରହିବ। ଶୁଭ ଅଙ୍କ-୨,ଶୁଭ ରଙ୍ଗ- ସିଲଭର୍।
ତୁଳା: ହେଉଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ। ଚାକିରିରେ ଶତ୍ରୁବୃଦ୍ଧି ହେବେ। ରାଜନୀତିରେ ଷଡ଼ଯନ୍ତ୍ରରେ ପଡ଼ିପାରନ୍ତି। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ତ୍ରୁଟି କରିବେ। ଶୁଭ ଅଙ୍କ- ୬,ଶୁଭ ରଙ୍ଗ- ଧଳା।
ବିଛା : କର୍ମକ୍ଷେତ୍ରରେ ସମ୍ମାନ ପାଇବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ମହିଳାମାନେ ରକ୍ଷଣଶୀଳ ହେବେ। ଚାକିରିରେ ଦାୟିତ୍ବବୋଧ ରହିବ। ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଯଶ ପାଇବେ। ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍।
ଧନୁ : କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଚାକିରିରେ ସୂଚାରୁରୂପରେ କାର୍ଯ୍ୟ ତୁଲାଇବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ- ବାଇଗଣୀ।
ମକର : ବ୍ୟୟ ବହୁଳତା କାରଣରୁ ଋଣ ପ୍ରଭାବିତ ହୋଇପାରନ୍ତି। ଚାକିରିରେ ଅସହଯୋଗ ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ବାଣିଜ୍ୟ ମାନ୍ଦା ଦେଖାଦେବ। ଶିକ୍ଷାର୍ଥୀ ଅଧୈର୍ଯ୍ୟ ହେବେ। ଶୁଭ ଅଙ୍କ- ୬,ଶୁଭ ରଙ୍ଗ- ସିଲଭର୍।
କୁମ୍ଭ: ଧନସମ୍ମାନ ପ୍ରାପ୍ତି ସହ ସୁଖସନ୍ତୋଷ ପାଇବେ। ଚାକିରିରେ ନିଷ୍ଠାପର ରହିବ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟର ସଞ୍ଚୟ ହେବ। ଶିକ୍ଷାର୍ଥୀମାନେ ଆଦର ପାଇବେ। ଶୁଭ ଅଙ୍କ-୫,ଶୁଭ ରଙ୍ଗ- ନୀଳ।
ମୀନ: କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ପ୍ରଶାସନିକ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶିକ୍ଷାର୍ଥୀ କୃତକାର୍ଯ୍ୟ ହେବେ। ଶୁଭ ଅଙ୍କ- ୭,ଶୁଭ ରଙ୍ଗ-କଫି।