ରବିବାର ରାଶିଫଳ ( ୨୭-୦୩-୨୦୨୨ )

ମେଷ: କୌଣସି ବଡ଼ ଧରଣର କାର୍ଯ୍ୟକୁ ତୁଲାଇ ପାରନ୍ତି। ଚାକିରିରେ ପଦୋନ୍ନତି ହୋଇପାରେ । ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ | ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି | ବୃଷ: ଅନ୍ୟକୁ ସାହଯ୍ୟ କରିବାକୁ ଯାଇ ସମସ୍ୟାରେ ପଡ଼ିବେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟରେ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଅବହେଳା କରିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା | ମିଥୁନ : କର୍ମକ୍ଷେତ୍ରରେ […]

ମେଷ: କୌଣସି ବଡ଼ ଧରଣର କାର୍ଯ୍ୟକୁ ତୁଲାଇ ପାରନ୍ତି। ଚାକିରିରେ ପଦୋନ୍ନତି ହୋଇପାରେ । ରାଜନୀତିରେ ପ୍ରସିଦ୍ଧି ବଢ଼ିବ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ | ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି |

ବୃଷ: ଅନ୍ୟକୁ ସାହଯ୍ୟ କରିବାକୁ ଯାଇ ସମସ୍ୟାରେ ପଡ଼ିବେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟରେ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଅବହେଳା କରିବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା |

ମିଥୁନ : କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ଚାକିରିରେ ଅସହଯୋଗ ଦେଖାଦେବ। ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ବାଣିଜ୍ୟରେ ହାନି ହୋଇପାରେ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍।

କର୍କଟ: ସମାଜରେ ପ୍ରତିଷ୍ଠିତ ହେବେ । ରାଜନୀତିରେ ପ୍ରଭାବଶାଳୀ ରହିବେ । ଚାକିରିରେ ସ୍ଥାୟିତ୍ବ ରହିବ । ବାଣିଜ୍ୟରେ ଆୟବୃଦ୍ଧି ହେବ | ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- କ୍ରିମ୍ ।

ସିଂହ : କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ତୁଲାଇବେ। ରାଜନୀତିରେ ବ୍ୟସ୍ତତା ଭିତରେ କଟିବ। ମହିଳାମାନେ ରକ୍ଷଣଶୀଳା ହେବେ | ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

କନ୍ୟା: ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡ଼ି ଯାଇପାରେ। ଚାକିରିରେ କାର୍ଯ୍ୟ ବ୍ୟସ୍ତତା ରହିବେ । ରାଜନୀତିରେ ପ୍ରତିକୂଳ ସ୍ଥିତି ରହିବ। ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍ ।

ତୁଳା: ଦିନଟି ଚଳଚଞ୍ଚଳ ରହିବେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ମହିଳାମାନେ ପରିଶ୍ରମୀ ହେବେ । ବାଣିଜ୍ୟରେ ଶୁଭ ଫଳ ମିଳିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ- ୬, ଶୁଭ ରଙ୍ଗ- ଧଳା ।

ବିଛା : କୌଣସି ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି। ଚାକିରିରେ ସହଯୋଗ ପାଇବେ । ମହିଳାମାନେ ଗୃହକାର୍ଯ୍ୟରେ ମନ ରହିବ। ବାଣିଜ୍ୟରେ ଲାଭପ୍ରଦ ରହିବ। ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ସିଲଭର୍।

ଧନୁ: କର୍ମକ୍ଷେତ୍ରରେ ଆବଦ୍ଧଯୋଗ ଦେଖାଦେବ । ଚାକିରିରେ ସମସ୍ୟା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ବାଣିଜ୍ୟରେ ବ୍ୟୟବହୁଳତା ରହିବ । ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ | ଶୁଭ ଅଙ୍କ- ୮, ଶୁଭ ରଙ୍ଗ-ନୀଳ ।

ମକର : କର୍ମକ୍ଷେତ୍ରରେ ଉଚ୍ଚସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ହେବ। ମହିଳାମାନେ ଆଦରଣୀୟା ହେବେ । ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ହଳଦିଆ |

କୁମ୍ଭ: ଯୋଜନା କରି ସଫଳ ହେବେ । ପଡ଼ୋଶୀଙ୍କ ସହଯୋଗ ପାଇବେ। ରାଜନୀତିରେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ଲାଭଜନକ ରହିବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍ |

ମୀନ: ଦିନଟି ହଷୋଲାସ ଭିତରେ କଟିବ। ରାଜନୀତିରେ ସୁନାମ ପାଇବେ। ମହିଳାମାନେ ଆଦରଣୀୟା ହେବେ । ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ । ଶିକ୍ଷାର୍ଥୀ ପ୍ରସନ୍ନ ରହିବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- କଫି ।

About The Author: The Sakala