ମେଷ: ବରିଷ୍ଠ ବ୍ୟକ୍ତିଙ୍କ ସହ ମିଳାମିଶା ବଢ଼ିବ। ଅନ୍ୟକୁ ଖୁସି କରିବା ପାଇଁ ଅଧିକ ଖର୍ଚ୍ଚ କରିବେ। ଘରୋଇ କାମକାର୍ଯ୍ୟରେ ବ୍ୟସ୍ତ ରହିବେ। ଅକସ୍ମାତ ଯାତ୍ରା କରିପାରନ୍ତି।
ବୃଷ: ମନୋକାମନା ପୂର୍ଣ୍ଣ ହେବ। ସମସ୍ତଙ୍କ ସହ ସମ୍ପର୍କ ମଧୁର ରହିବ। କର୍ମକ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ କରିବେ। କୋର୍ଟକଚେରୀ ମାମଲା ଆପଣଙ୍କ ସପକ୍ଷରେ ଯିବ।
ମିଥୁନ: ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ଆତ୍ମୀୟମାନଙ୍କୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ନିଜ ଦକ୍ଷତାର ପ୍ରମାଣ ଦେବେ। ଆର୍ଥିକ ଅବସ୍ଥାରେ ଅବନତି ଦେଖାଦେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।
କର୍କଟ: ଧାର୍ମିକ କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରିବେ। ଛୋଟ ଛୋଟ ଯୁକ୍ତି ବିବାଦର ମୋଡ଼ ନେଇପାରେ। କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ।
ସିଂହ: ଉଦାର ସ୍ବଭାବ ପାଇଁ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଭବିଷ୍ୟତ ଯୋଜନା ନ କରି ବର୍ତ୍ତମାନ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଅଧିକ ଚିନ୍ତା କରିବା ଦ୍ବାରା ସ୍ବାସ୍ଥ୍ୟ ଖରାପ ହୋଇପାରେ।
କନ୍ୟା: ଗୁରୁଜନଙ୍କ ସହଯୋଗ ପାଇବେ। ସମସ୍ୟା ଦୂର ହେବ। ପଦୋନ୍ନତିର ସୁଯୋଗ ରହିଛି। ବ୍ୟବସାୟରେ ଲାଭବାନ ହେବେ। ପରିବାର ସହ ତୀର୍ଥସ୍ଥଳୀ ଭ୍ରମଣରେ ଯାଇପାରନ୍ତି।
ତୁଳା: କର୍ମକ୍ଷେତ୍ରରେ ଚିନ୍ତାଜନକ ପରିସ୍ଥତି ଉପୁଜିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ସୁଖଶାନ୍ତି ଭଗ୍ନ ହୋଇପାରେ। ଅନ୍ୟର ଭାବନାକୁ ସମ୍ମାନ ଦିଅନ୍ତୁ। ସାଙ୍ଗସାଥୀଙ୍କ ପରାମର୍ଶ ଲୋଡ଼ିବେ।
ବିଛା: କଷ୍ଟକର କାର୍ଯ୍ୟଗୁଡ଼ିକ ସହଜରେ ସମାପନ ହେବ। କର୍ମକ୍ଷେତ୍ରରୁ ବିଦେଶ ଭ୍ରମଣ ପାଇଁ ସୁଯୋଗ ରହିଛି। ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି କରିବେ। ଦମ୍ପତିଙ୍କ ମଧ୍ୟରେ ମାନସିକ ଅଶାନ୍ତି ବୃଦ୍ଧି ପାଇବ।
ଧନୁ: ଅକସ୍ମାତ୍ ଧନଲାଭ ଯୋଗ ରହିଛି। ନୂତନ ନିଯୁକ୍ତି ସୁଯୋଗ ରହିଛି। ପ୍ରିୟଜନଙ୍କ ମନଜାଣି କାମ କରିବେ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।
ମକର:ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବେ। ସଙ୍ଗୀତ ପ୍ରତି ରୁଚି ବଢ଼ିବ। ସହକର୍ମୀଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତିକୁ ସୁଦୃଢ଼ ହେବ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ।
କୁମ୍ଭ: କଠିନ ପରିଶ୍ରମ କରି ଫଳ ପାଇବେ। କର୍ମକ୍ଷେତ୍ରରେ କିଛି ନୂଆ କରି ପ୍ରଶଂସା ପାଇବେ। ଆର୍ଥିକକ୍ଷେତ୍ରରେ ଅବନତି ଦେଖାଦେବ। ଜୀବନସାଥୀଙ୍କ ସହ ସମ୍ପର୍କରେ ନିବିଡ଼ତା ବଢ଼ିବ।
ମୀନ: ବିଗିଡ଼ି ଯାଇଥିବା କାମକୁ ସଜାଡ଼ି ନେବେ। ବ୍ୟବସାୟରେ ପ୍ରସାର ହେବ। ଦାମ୍ପତ୍ୟ ସମ୍ପର୍କ ମଜଭୁତ୍ ହେବ। ଦୂର ସମ୍ପର୍କୀୟଙ୍କ ଆଗମନ ହୋଇପାରେ। ଗୃହରେ ଧାର୍ମିକ କାର୍ଯ୍ୟକ୍ରର୍ମ ଅନୁଷ୍ଠିତ ହୋଇପାରେ।