Saturday Horoscope: ଶନିବାର ରାଶିଫଳ (୨୭-୧୨-୨୦୨୫)

ମେଷ: କୌଣସି କାମରେ ମନ ଲାଗିବ ନାହିଁ। ମନ ଖୁସି ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ। ବ୍ୟବସାୟରୁ ଲାଭ ମିଳିବ। 

ବୃଷ: ଦିନଟି ମିଶ୍ର ଫଳ ପ୍ରଦାନ କରିବ। କଳା, ମନୋରଞ୍ଜନ ପ୍ରତି ଆଗ୍ରହ ବଢ଼ିବ। ପରିବାର ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପ୍ରେମ ମାମଲାରେ କିଛି ନୂଆ ନିଷ୍ପତ୍ତି ନେବେ। 

ମିଥୁନ: ଦିନଟି ଭଲରେ ଅତିବାହିତ ହେବ। ବ୍ୟବସାୟ ଓ ଧାର୍ମିକ କାର୍ଯ୍ୟ ପାଇଁ ଅନୁକୂଳ ସମୟ। ବ୍ୟାୟାମ, ଯୋଗ, ଉଚ୍ଚଶିକ୍ଷା, ଧ୍ୟାନ ଆଦି ପ୍ରତି ରୁଚି ବଢ଼ିବ। ଶୁଭ ସମ୍ବାଦ ମିଳିବ। 

କର୍କଟ: ବିଦ୍ୟାର୍ଥୀଙ୍କ ପାଇଁ ଉତ୍ତମ ସମୟ। କାର୍ଯ୍ୟ ସ୍ଥିତିରେ ସୁଧାର ଆସିଲେ ମଧ୍ୟ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଦାମ୍ପତ୍ୟ ଜୀବନ ଚିନ୍ତାଜନକ ହେବ। କୌଣସି ସ୍ଥାନକୁ ବୁଲିବାକୁ ଯାଆନ୍ତୁ। 

ସିଂହ: ଦାମ୍ପତ୍ୟ ଜୀବନ ଅନୁକୂଳ ରହିବ। କିଛି କ୍ଷେତ୍ରରେ ବାଧା ଉପୁଜିବ। କାଳୀ ମା’ଙ୍କ ପୂଜା କରନ୍ତୁ। ନୂଆ ଯୋଜନା ପାଇଁ ଉପଯୁକ୍ତ ସମୟ। ବରିଷ୍ଠ କର୍ମଚାରୀଙ୍କ ସହଯୋଗ ମିଳିବ। 

କନ୍ୟା: ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।  ବିରୋଧୀଙ୍କଠାରୁ ଦୂରେଇ ରୁହନ୍ତୁ। ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ଦୂର ହେବ। 

ତୁଳା:  ଦୂରସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟରୁ ଲାଭ ମିଳିବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ସନ୍ତାନଙ୍କ ସହଯୋଗ ପ୍ରାପ୍ତ ହେବ। ଋଣ ସମସ୍ୟା ଦୂର ହେବ। 

ବିଛା: ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେବ। କୋର୍ଟକଚେରୀ ମାମଲା ଆପଣଙ୍କ ସପକ୍ଷରେ ରହିବ। ପ୍ରତିଯୋଗୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। 

ଧନୁ: ଦିନଟି ଭଲରେ କଟିବ। ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ଭଲ କାର୍ଯ୍ୟ ଯୋଗୁଁ ସମାଜରେ ପ୍ରତିଷ୍ଠା ବଢ଼ିବ। ମନୋରଞ୍ଜନ କାର୍ଯ୍ୟରେ ନିଜକୁ ସାମିଲ କରିବେ। 

ମକର: ଧନ ବୃଦ୍ଧି ସହ ଅର୍ଥ ସଞ୍ଚୟ କରିବେ। ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ। ଦିନଟିରେ ଖୁସି ରହିବେ। ବିବାହ ପ୍ରସ୍ତାବ ଆସିବ। 

କୁମ୍ଭ: ବ୍ୟବସାୟକୁ ମଜଭୁତ କରିବା ପାଇଁ ଅଧିକ ପ୍ରୟାସ କରିବାକୁ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପ୍ରେମ ଜୀବନରେ ତିକ୍ତତା ଦେଖା ଦେବ। 

ମୀନ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିବେଶ ଲାଗି ଉତ୍ତମ ସମୟ। କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ ସମୟ। ପରୀକ୍ଷାର୍ଥୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। 

About The Author: Madhusudan Das