ମେଷ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କ୍ୟାରିୟରକୁ ନେଇ ଆଗକୁ ବଢ଼ିବେ। ବୈବାହିକ ଜୀବନ ସୁଖମୟ ହେବ। ଆର୍ଥିକ ଦୃଷ୍ଟିରୁ ଦିନଟି ଭଲରେ କଟିବ। ଅଚାନକ ଖୁସି ଖବର ମିଳିପାରେ।
ବୃଷ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଦୀର୍ଘ ଦିନର ଆଶା ପୂରଣ ହେବ। ସକାରାତ୍ମକ ଚିନ୍ତାଧାରା ସହିତ ଆଗକୁ ବଢ଼ିବେ। ପରିବାରର ଦାୟିତ୍ବ ସୁଚାରୁରୂପେ ତୁଲାଇବେ।
ମିଥୁନ: କାର୍ଯ୍ୟକ୍ଷେତ୍ରରେ ଅଧିକ କାମ କରିବାକୁ ପଡ଼ିପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭ ମିଳିବ। ଚିନ୍ତାଗ୍ରସ୍ତ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
କର୍କଟ: ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି। ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଲାଗି ବିଦ୍ୟାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।
ସିଂହ: କାର୍ଯ୍ୟରେ ସଫଳତା ମିଳିପାରେ। ଦିନଟି ବ୍ୟସ୍ତତା ଭିତରେ କଟିବ। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ମନୋରଞ୍ଜନରେ ସମୟ ଅତିବାହିତ କରିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।
କନ୍ୟା: ସହକର୍ମୀଙ୍କ ସହ ଉତ୍ତମ ବୁଝାମଣା ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ପରିବାର ସଦସ୍ୟଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଉଧାର ଦେଇଥିବା ଟଙ୍କା ଫେରିପାଇବେ।
ତୁଳା: ଅଫିସ୍ରେ ବରିଷ୍ଠ ଅଧିକାରୀଙ୍କଠାରୁ ପ୍ରଶଂସା ପାଇବେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ବ୍ୟବସାୟକୁ ନେଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଧନ ଲାଭର ଯୋଗ ଅଛି।
ବିଛା: ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ପିଲାମାନେ ଖେଳ କୁଦରେ ସମୟ ଅତିବାହିତ କରିବେ।
ଧନୁ: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଗୁରୁଜନଙ୍କ ଆଶୀର୍ବାଦ ନେଇ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।
ମକର: ବ୍ୟବସାୟକୁ ଆଗକୁ ନେବା ଲାଗି ନୂଆ ଯୋଜନା କରିବେ। କୋର୍ଟ କଚେରୀ ମାମଲାର ଶୁଣାଣି ହେବ। ଯୋଜନା ଅନୁଯାୟୀ କାମ କରିବେ। ଆୟ ଓ ବ୍ୟୟ ସମାନ ରହିବ। ଚକ୍ଷୁ ସମସ୍ୟା ଭୋଗିପାରନ୍ତି।
କୁମ୍ଭ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅଯଥା କାମକୁ ନେଇ ଚିନ୍ତାରେ ରହିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ବିବାହ ପ୍ରସ୍ତାବ ଆସିପାରେ।
ମୀନ: ଚାକିରିରେ ନୂଆ ସୁଯୋଗ ଜୁଟିବ। ଲୋକ ସମ୍ପର୍କ ବୃଦ୍ଧି ପାଇବ। ଭାଇମାନଙ୍କ ସହିତ ସମ୍ପର୍କ ମଧୁର ହେବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଖର୍ଚ୍ଚ ବଢ଼ିପାରେ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ।