ମେଷ: ଖୁସି ଖବର ମିଳିପାରେ। ଚାକିରିରେ ସଫଳତା ମିଳିବ। ଅର୍ଥ ନିବେଶ କରିବା ପାଇଁ ଭଲ ସମୟ। ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବେ। ନିଜ ଭୁଲ୍କୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଯୋଗ ଅଛି।
ବୃଷ: ଦିନଟିରେ ସଫଳତା ପ୍ରାପ୍ତି ହେବ। ସୃଜନାତ୍ମକ କାମ ପ୍ରତି ଆଗ୍ରହ ବଢ଼ିବ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଆଶା କରିଥିବା ଦିଗରୁ ଧନ ପ୍ରାପ୍ତି ହେବ। ବନ୍ଧୁଙ୍କ ସହଯୋଗ ମିଳିବ। ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବେ।
ମିଥୁନ: ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ରାଜନୀତିରେ ସକ୍ରିୟ ହେବେ। ଅତିଥି ସତ୍କାରରେ ସମୟ ବିତିବ। ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି କରିବେ।
କର୍କଟ: ବ୍ୟବସାୟରୁ ଲାଭ ମିଳିବ। ଅର୍ଥ ନିବେଶରୁ ଦୂରେଇ ରୁହନ୍ତୁ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅଚାନକ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆଣ୍ଠୁଗଣ୍ଠି ସମସ୍ୟା ବଢ଼ିପାରେ।
ସିଂହ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ବ୍ୟବସାୟ ସମ୍ବନ୍ଧିତ ନୂଆ ଯୋଜନାରୁ ବଞ୍ଚିତ ରହିବେ। ମନ ଖୁସି ରହିବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ପିତାମାତା ଚିନ୍ତାରେ ରହିବେ।
କନ୍ୟା: ଆର୍ଥିକ ସ୍ଥିତି ଭଲ ରହିବ। ସୁଖଦ ଯାତ୍ରା ଯୋଗ ଅଛି। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଭାଇ, ଭଉଣୀଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ବ୍ୟସ୍ତତା ଭିତରେ ସମୟ କଟିବ।
ତୁଳା: ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ଛାତ୍ରଛାତ୍ରୀ କର୍ମଚଞ୍ଚଳ ହେବେ। ଆଇନଜୀବୀଙ୍କୁ ସଫଳତା ମିଳିପାରେ। ଜୀବନସାଥୀଙ୍କ ନୂଆ କାମକୁ ନେଇ ଖୁସି ଅନୁଭବ କରିବେ।
ବିଛା: ଘରେ ଧନଧାନ୍ୟ ବୃଦ୍ଧି ହେବ। ବିବାହ ପ୍ରସ୍ତାବ ସ୍ଥିର ହେବ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜନ ହେବ। ପରିବାର ସଦସ୍ୟଙ୍କ ମଧ୍ୟରେ ତିକ୍ତତା ଦୂର ହେବ। ପତି-ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇପାରେ।
ଧନୁ: ଅଫିସ୍ରେ ମାନସମ୍ମାନ ବଢ଼ିବ। ଅନ୍ଲାଇନ କାର୍ଯ୍ୟରୁ ଲାଭ ମିଳିବ। ଜବୀନସାଥୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଦେଖା ଦେବ। ନିବେଶ ପୂର୍ବରୁ ଅଭିଜ୍ଞ ଲୋକଙ୍କ ପରାମର୍ଶ ନିଅନ୍ତୁ। ପ୍ରେମ ବ୍ୟାପାରରେ ସଫଳ ହେବେ।
ମକର: ଚାକିରି ନିଷ୍ପତ୍ତି ପାଇଁ ଦ୍ବନ୍ଦ୍ବରେ ରହିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରିବେ। ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦେଖାଦେବ। ସମାଜସେବାରେ ନିଜକୁ ନିୟୋଜିତ କରିବେ। ଦାନ ଧର୍ମ କରନ୍ତୁ।
କୁମ୍ଭ: କାର୍ଯ୍ୟରେ ବାଧା ଆସିପାରେ। ବ୍ୟବହାରରେ ନିୟନ୍ତ୍ରଣ ରକ୍ଷା କରିବେ। କିଛି କଥାକୁ ନେଇ ଚିନ୍ତାରେ ରହିପାରନ୍ତି। ହଜିଯାଇଥିବା ଜିନିଷ ଫେରିପାଇବେ। ମାନସମ୍ମାନ ବୃଦ୍ଧି ପାଇବ।
ମୀନ: ଘରେ ପୂଜାପାଠ ଆୟୋଜନ କରିବେ। ନିଜ ପସନ୍ଦର କାର୍ଯ୍ୟ କରି ଖୁସି ହେବେ। ପାରିବାରିକ ଜୀବନ ସୁଖମୟ ହେବ। ନିଜ ଲୋକ ଶ୍ରତୁ ସାଜିପାରନ୍ତି। ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ।