ସୋମବାର ରାଶିଫଳ ( ୨୪ – ୧୦ – ୨୦୨୨ )

ମେଷ: ଧୈର୍ଯ୍ୟର ସହ ଅପେକ୍ଷା କରି ସଫଳତା ପାଇବେ। ନୂତନ ନିଯୁକ୍ତି ସୁଯୋଗ ରହିଛି।  ବ୍ୟବସାୟୀମାନଙ୍କୁ ଭଲ ଫଳାଫଳ ମିଳିବ। ଭାଗୀଦାରି କାର୍ଯ୍ୟରେ ସମୟ ଅତିବାହିତ କରିବେ। ବୃଷ:  ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କ୍ୟାରିୟରରେ ଭିନ୍ନ ମୋଡ଼ ଦେଖିବାକୁ ମିଳିବ।  ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହଁୁଥିଲେ  ସଫଳତା ପାଇବେ।  ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ପାଇବ।  ମିଥୁନ: ଗରିବ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଶାନ୍ତି ପାଇବେ। ସମସ୍ୟାର ସମାଧାନ ହୋଇପାରେ। ତରବରିଆ ଭାବରେ […]

ମେଷ: ଧୈର୍ଯ୍ୟର ସହ ଅପେକ୍ଷା କରି ସଫଳତା ପାଇବେ। ନୂତନ ନିଯୁକ୍ତି ସୁଯୋଗ ରହିଛି।  ବ୍ୟବସାୟୀମାନଙ୍କୁ ଭଲ ଫଳାଫଳ ମିଳିବ। ଭାଗୀଦାରି କାର୍ଯ୍ୟରେ ସମୟ ଅତିବାହିତ କରିବେ।

ବୃଷ:  ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କ୍ୟାରିୟରରେ ଭିନ୍ନ ମୋଡ଼ ଦେଖିବାକୁ ମିଳିବ।  ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହଁୁଥିଲେ  ସଫଳତା ପାଇବେ।  ଦାମ୍ପତ୍ୟ ଜୀବନରେ ସୁଖ ବୃଦ୍ଧି ପାଇବ। 

ମିଥୁନ: ଗରିବ ବ୍ୟକ୍ତିଙ୍କୁ ସାହାଯ୍ୟ କରି ଶାନ୍ତି ପାଇବେ। ସମସ୍ୟାର ସମାଧାନ ହୋଇପାରେ। ତରବରିଆ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜ ଭାବନାକୁ ଅନ୍ୟକୁ ବାଣ୍ଟି ହାଲୁକା ଅନୁଭବ କରିବେ।

କର୍କଟ: ମହତ୍ତ୍ବକାଂକ୍ଷୀ ମନୋଭାବ ରଖି ଅନ୍ୟକୁ ସାହାଯ୍ୟ କରିବେ। ଆୟର ନୂତନ ପଥ ଉନ୍ମୁକ୍ତ ହେବ। ନିଜର ଦୁର୍ବଳତା ପ୍ରକାଶ କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ତିକ୍ତତା ଦେଖାଯାଇପାରେ।

ସିଂହ: ସମୟର ସଦୁପଯୋଗ କରିବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟର ଭାବନାକୁ ସମ୍ମାନ ଦିଅନ୍ତୁ। ନୂତନ ପୁଞ୍ଜି ନିବେଶ କରି ଲାଭବାନ ହେବେ।

କନ୍ୟା: ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ସହକର୍ମୀଙ୍କ ସହ ସମ୍ପର୍କ ଦୃଢ଼ ହେବ। ଆର୍ଥିକ କ୍ଷେତ୍ରରେ ପରିବାରବର୍ଗଙ୍କ ସହାୟତା ପାଇବେ। ଅଧିକ ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ।

ତୁଳା: ଜୀବନରେ ଭିନ୍ନମୋଡ଼ ଉପୁଜିବାରୁ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିବେ। ସାଙ୍ଗସାଥୀଙ୍କ ସହ ସମ୍ପର୍କ ନିବିଡ଼ ହେବ। ବାଦବିବାଦରୁ ନିବୃତ୍ତ ରୁହନ୍ତୁ। ଆର୍ଥିକ ଅନଟନ ଦେଖାଦେଇପାରେ।

ବିଛା: ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ। ଜୀବନସାଥୀଙ୍କ ସହଯୋଗ ପାଇବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

ଧନୁ: ମନରେ ସକାରାତ୍ମକ ଚିନ୍ତା ରଖନ୍ତୁ। କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଦରକାରୀ କାଗଜପତ୍ର ଦାୟିତ୍ବର ସହ ରଖନ୍ତୁ। ନୂତନ ନିବେଶ କରି ଲାଭବାନ ହେବେ।

ମକର: ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। କର୍ମକ୍ଷେତ୍ରରେ ନିଜକୁ ପ୍ରମାଣିତ କରିବେ। ପରିବାର ସହ ଅଧିକ ସମୟ କଟାଇବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ଅନୁଭବ କରିବେ।

କୁମ୍ଭ: ପ୍ରିୟଜନଙ୍କ ପାଇଁ ସମ୍ବେଦନଶୀଳ ହୋଇ ପଡ଼ିବେ। ନୂତନ ନିବେଶ କରିବାରୁ ନିବୃତ୍ତ ରୁହନ୍ତୁ।  ରାସ୍ତାରେ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ ସମ୍ପର୍କରେ ତିକ୍ତତା ଦେଖା ଦେଇପାରେ।

ମୀନ: ଆଜି ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଉତ୍ସାହର ସହ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପରେ ତୁଲାଇବେ। ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ।

About The Author: The Sakala