ମେଷ: ଅନ୍ୟମାନଙ୍କ ଉପରେ ଭରସା କରନ୍ତୁନି। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଧୈର୍ଯ୍ୟର ସହ କାମ କରନ୍ତୁ। ଅଚାନକ ଖୁସି ଖବର ପାଇବେ। ମାନସମ୍ମାନ ବୃଦ୍ଧି ପାଇବ।
ବୃଷ: ଅଟକି ଥିବା କାମ ପୂରା ହେବ। ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ବିଦେଶ ଯାତ୍ରା କରିପାରନ୍ତି। ବ୍ୟୟ ଅଧିକ ହେବ। ଆଇଟି କର୍ମଚାରୀଙ୍କ ପାଇଁ ଆଜି ଦିନଟି ବହୁତ ଭଲ।
ମିଥୁନ: ସୁସମ୍ବାଦ ମିଳିପାରେ। ଧନପ୍ରାପ୍ତି ଯୋଗ ରହିଛି। ପ୍ରତ୍ୟେକ କ୍ଷେତ୍ରରେ ମାନସମ୍ମାନ ଓ ପ୍ରଶଂସିତ ହେବେ । ସାମାଜିକ କାର୍ଯ୍ୟ କରିବାରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବେ।
କର୍କଟ: ବ୍ୟବସାୟରେ ଲାଭବାନ ହେବେ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ନିଜର ଦାୟିତ୍ବକୁ ସୁରୁଖୁରୁରେ ସମ୍ଭାଳିବେ। ଅତିଥି ସତ୍କାର କରିପାରନ୍ତି। ଗୁରୁଜନଙ୍କ ପରାମର୍ଶ ମାନି ଚଳିବା ଭଲ।
ସିଂହ: କାମଚାପ ଅଧିକ ରହିବ। ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଭଲ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅଫିସ୍ ସହକର୍ମୀଙ୍କ ସହଯୋଗ ମିଳିବ ନାହିଁ।
କନ୍ୟା: ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରକୁ ନେଇ ଚିନ୍ତିତ ହୁଅନ୍ତୁନି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ପ୍ରେମ ବ୍ୟାପାରରେ ସଫଳ ହେବେ।
ତୁଳା: ଘର ମାହୋଲ ଶାନ୍ତିପୂର୍ଣ୍ଣ ରହିବ। କାର୍ଯ୍ୟକ୍ଷେତ୍ରରେ ଚାପ ଯୋଗୁଁ ଅସ୍ଥିରତା ଅନୁଭବ କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ। ଛାତ୍ରଛାତ୍ରୀ ଖେଳପ୍ରିୟ ହେବେ।
ବିଛା: ବିଦ୍ୟାର୍ଥୀମାନେ ନିଜ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦେବା ଦରକାର। ଆଳସ୍ୟ ଓ ଚିନ୍ତାରେ ଦିନଟି ବିତିବ। ପ୍ରେମ ବ୍ୟାପାରରେ ଶୁଭ ଖବର ପାଇବେ । ଘର କାମରେ ବ୍ୟସ୍ତ ରହିପାରନ୍ତି।
ଧନୁ: ନକାରାତ୍ମକ ପ୍ରବୃତ୍ତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। ଅଫିସ୍ ଓ ଘର କାମରେ ବ୍ୟସ୍ତ ରହିବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ। ଶତ୍ରୁଠାରୁ ଦୂରେଇ ରହିବା ଭଲ।
ମକର: ଟଙ୍କା ନେଣଦେଣ କାର୍ଯ୍ୟରେ ଅନ୍ୟ ଉପରେ ଅଧିକ ଭରସା କରନ୍ତୁନି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କୋର୍ଟ କଚେରୀ ମାମଲାର ଶୁଣାଣି ହେବ।
କୁମ୍ଭ: ପରିସ୍ଥିତି ଅନୁସାରେ କାମ କରନ୍ତୁ। ମନକୁ ଆୟତ୍ତରେ ରଖିବା ଭଲ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ପେଟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ହାତେ ମାପି ଚାଖଣ୍ଡେ ଚାଲିବା ଭଲ।
ମୀନ: କର୍ମକ୍ଷେତ୍ରରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପୁରୁଣା ସମସ୍ୟା ଦେଖାଦେଇପାରେ। ପ୍ରେମ ବ୍ୟପାରରେ ଦିନଟି ଭଲରେ ବିତିବ। ବୈବାହିକ ଜୀବନ ସୁଖମୟ ହେବ।