ମେଷ: କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଅଫିସ୍ରେ କାର୍ଯ୍ୟ ଚାପ ରହିବ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ଯୋଜନା କରିବେ। ଗୁରୁଜନଙ୍କ କଥା ମାନି ଚଳିଲେ ସମସ୍ୟା ଦୂର ହେବ।
ବୃଷ: ପରିବାର ଲୋକଙ୍କ ସହ ମଜାମସ୍ତି କରିବେ। କାର୍ଯ୍ୟରେ ଅନ୍ୟମନସ୍କ ରହିପାରନ୍ତି। ବନ୍ଧୁଙ୍କଠାରୁ ପ୍ରତାରିତ ହୋଇପାରନ୍ତି। ଅନୁଭବୀ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ଲୋଡ଼ିବେ।
ମିଥୁନ: ବ୍ୟସ୍ତତା ଭିତରେ ଦିନ ବିତିବ। ନୂତନ ସାମଗ୍ରୀ କ୍ରୟ କରିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ। ମହିଳାମାନଙ୍କ ଦାୟିତ୍ବ ବଢ଼ିବ। ଧାର୍ମିକ ସମାବେଶରେ ସମୟ ବିତିବ।
କର୍କଟ: ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଭଲ ସମୟ। ସନ୍ତାନଙ୍କ ଶିକ୍ଷା କଥାକୁ ନେଇ ଚିନ୍ତାରେ ରହିବେ। ସଫଳତା ପାଇବାକୁ ଅଧିକ ପରିଶ୍ରମ କରିବେ।
ସିଂହ: କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସହଯୋଗ ପାଇବେ। ଝାମେଲାରେ ମୁଣ୍ଡ ପୂରାଇବା ଅନୁଚିତ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ହେବ। ଘରର ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।
କନ୍ୟା: ଅଚାନକ ଖୁସି ଖବର ପାଇପାରନ୍ତି। ପେଟ ସମ୍ବନ୍ଧୀୟ ସମସ୍ୟା ରହିବ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ମନ ଅଶାନ୍ତ ରହିବ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ।
ତୁଳା: ଅକସ୍ମାତ୍ ଧନ ଯୋଗ ରହିଛି। ଆୟ ଅନୁସାରେ ବ୍ୟୟ ହେବ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ପ୍ରେମ ସମ୍ପର୍କରେ ସଫଳ ହେବେ। ଦୂରଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ଖେଳମନସ୍କ ହେବେ।
ବିଛା: ଅଯଥା ଯୁକ୍ତି କରନ୍ତୁନି। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଖର୍ଚ୍ଚ ବଢ଼ିବ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ମହିଳାଙ୍କ ଦାୟିତ୍ବ ବଢ଼ିବ।
ଧନୁ: ଗୁରୁଜନଙ୍କ ପରାମର୍ଶରେ କାମ କରନ୍ତୁ। ଆଶା କରିଥିବା ଦିଗରୁ ଶୁଭ ସଙ୍କେତ ପାଇବେ। ବ୍ୟବସାୟରେ ଲାଭବାନ ହେବେ। ଘରର କୌଣସି ସଦସ୍ୟଙ୍କ ପାଇଁ ବ୍ୟସ୍ତ ହୋଇପଡ଼ିବେ। ପୂଜାର୍ଚ୍ଚନାରେ ସମୟ ବିତାନ୍ତୁ।
ମକର: ସନ୍ତାନଙ୍କ ଉନ୍ନତିରେ ଖୁସି ଅନୁଭବ କରିବେ। କଟୁକଥା କୁହନ୍ତୁନି। ବ୍ୟବସାୟରେ କ୍ଷତି ସହିପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଉଧାର ଟଙ୍କା ଫେରିପାଇବାରେ ସମସ୍ୟା ଦେଖାଦେବ।
କୁମ୍ଭ: ମହିଳାମାନେ ଧାର୍ମିକ କାର୍ଯ୍ୟକ୍ରମରେ ସମୟ ବିତାଇବେ। ପ୍ରିୟଜନଙ୍କ ସହ ଦୂରସ୍ଥାନ ଯାତ୍ରା କରିବେ। ସୃଜନାତ୍ମକ ଦକ୍ଷତାରେ ବିକାଶ ଘଟିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ।
ମୀନ: ନିଜ ଲୋକଙ୍କଠାରୁ ଆଘାତ ପାଇପାରନ୍ତି। କଠିନ ସମସ୍ୟାରେ ଧୈର୍ଯ୍ୟହରା ହୁଅନ୍ତୁନି। ଅତିଥି ଚର୍ଚ୍ଚା କରିବେ। କ୍ୟାରିୟରକୁ ନେଇ ପିଲାମାନେ ଯୋଜନା କରିବେ। ବ୍ୟବସାୟରେ ଲାଭ ମିଳିବ।