ମେଷ: ଦିନଟି ଭଲରେ କଟିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ। କୌଣସି କଥାକୁ ନେଇ ଚିନ୍ତାରେ ରହିବେ। ନୂଆ କାମରେ ପରିବାରର ସହଯୋଗ ମିଳିବ। କଥାରେ ମଧୁରତା ରଖିବେ।
ବୃଷ: ଦିନଟିରେ ମିଶ୍ରିତ ଫଳ ମିଳିବ। କାର୍ଯ୍ୟରେ ପଦୋନ୍ନତି ସମ୍ଭାବନା ରହିବ। ମନ ପ୍ରସନ୍ନ ରହିବ। ଛାତ୍ରଛାତ୍ରୀଙ୍କୁ ଶୁଭ ଫଳ ମିଳିବ। ବ୍ୟବସାୟରେ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ମିଥୁନ: ଅବିବାହିତଙ୍କ ବିବାହ ସ୍ଥିର ହେବ। ନିଜ ଦାୟିତ୍ବ ସୁଚାରୁରୂପେ ତୁଲାଇବେ। ଧନ ବ୍ୟୟର ଯୋଗ ରହିଛି। ଭାଇ, ଭଉଣୀଙ୍କ ମନୋମାଳିନ୍ୟ ଦୂର ହେବ। ରାଜନୀତିରେ ସଫଳତା ମିଳିବ।
କର୍କଟ: ଚାକିରିଆଙ୍କୁ ଧନ ପ୍ରାପ୍ତି ଯୋଗ ଅଛି। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। କୌଣସି ଇଚ୍ଛା ପୂରଣ ହେବ। ମାଆ-ବାପାଙ୍କ ସହ ସମୟ ଅତିବାହିତ କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖା ଦେବ।
ସିଂହ: ବ୍ୟବସାୟକୁ ନେଇ ନୂଆ ଯୋଜନା କରିବେ। ଦୂର ସ୍ଥାନକୁ ଯାତ୍ରା କରିବେ। ନୂଆ ଲୋକଙ୍କ ସହ ସମ୍ପର୍କ ଘନିଷ୍ଠ ହେବ। ଧାର୍ମିକ ସ୍ଥାନକୁ ଯିବାର ଯୋଜନା କରିବେ। ଛାତ୍ରଛାତ୍ରୀ ବିଦେଶ ଯାତ୍ରା କରିବେ।
କନ୍ୟା: ବନ୍ଧୁଙ୍କ ସହାୟତାରେ ଆୟର ନୂଆ ମାର୍ଗ ଉନ୍ମୁକ୍ତ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପୂଜାପାଠରେ ସାମିଲ ହେବେ। ପ୍ରେମ ଜୀବନରେ ମଧୁରତା ଆସିବ। ବ୍ୟବସାୟରେ ପରିବର୍ତ୍ତନ ଆସିବ।
ତୁଳା: ଚାକିରିରେ ବଦଳି ସମ୍ଭାବନା ଅଛି। ପୈତୃକ ସମ୍ପତ୍ତିରେ ବିବାଦ ଦେଖା ଦେବ। ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିବ। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।
ବିଛା: କାମରେ ଧୈର୍ଯ୍ୟର ଅଭାବ ରହିବ। ଆଇଟି ଓ ବ୍ୟାଙ୍କ ଚାକିରିଆଙ୍କୁ କୌଣସି ଖୁସି ଖବର ମିଳିବ। ପିଲାଙ୍କ ସହ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ଧନୁ: ଅର୍ଥ ସଞ୍ଚୟ କରିବେ। ଭବିଷ୍ୟତର କୌଣସି ଯୋଜନାକୁ ନେଇ ଚିନ୍ତାରେ ରହିବେ। ପାରିବାରିକ ଜୀବନ ସୁଖମୟ ହେବ। ଅନ୍ଲାଇନ୍ କାର୍ଯ୍ୟରୁ ଲାଭ ମିଳିବ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।
ମକର: ସମୟ ପୂର୍ବରୁ କାର୍ଯ୍ୟ ଶେଷ କରିବେ। ଅଯଥା ଖର୍ଚ୍ଚ ବଢ଼ିବ। ବ୍ୟବସାୟରେ ପରିବର୍ତ୍ତନ ଆଣିବା ଲାଗି ଘରର ଗୁରୁଜନଙ୍କ ସହ ଆଲୋଚନା କରିବେ। ଜମି କିଣାବିକାକୁ ନେଇ ନୂଆ ଯୋଜନା କରିବେ।
କୁମ୍ଭ: ଦିନଟି ବ୍ୟସ୍ତତା ଭିତରେ ଅତିବାହିତ ହେବ। ପ୍ରେମ ଜୀବନରେ ପ୍ରଗାଢ଼ତା ଆସିବ। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ। ପଡ଼ୋଶୀଙ୍କ ସହ ମତାନ୍ତର ଦେଖା ଦେବ।
ମୀନ: ଯୋଗାସନ ପ୍ରତି ଆଗ୍ରହ ବଢ଼ିବ। ଚାକିରିଆଙ୍କୁ ନୂଆ ନିଯୁକ୍ତି ସମ୍ଭାବନା ଅଛି। ଭଜନ, କୀର୍ତ୍ତନରେ ସାମିଲ ହେବେ। କୌଣସି କାମରେ ପରିବାରର ସହଯୋଗ ମିଳିବ। ବିରୋଧୀଙ୍କଠାରୁ ଦୂରତ୍ବ ରକ୍ଷା କରିବେ।