କେମୋଥେରାପିରେ କ’ଣ ଖାଇବେନି…

ଆମ ଶରୀରର ପ୍ରତ୍ୟେକ ଜୀବକୋଷ ଏକ ନିର୍ଦ୍ଦିଷ୍ଟ ସମୟରେ ବଢ଼େ ଓ ମୃତ୍ୟୁବରଣ କରିଥାଏ। ମାତ୍ର ଶରୀର କୋଷ ଗୁଡ଼ିକର ଅନିୟନ୍ତ୍ରିତ ଅଭିବୃଦ୍ଧିକୁ କର୍କଟ କୁହାଯାଏ। କର୍କଟ କୋଷକୁ ନଷ୍ଟ କରିବାକୁ କେମୋଥେରାପି ଦିଆଯାଏ। କର୍କଟ ଯଥା ଲିମ୍ଫୋମା/ରକ୍ତ କର୍କଟ/ଜର୍ମ ସେଲ୍‌ ଟ୍ୟୁମର୍‌ ଆଦିରୁ କେମୋଥେରାପି ଦ୍ବାରା ଆରୋଗ୍ୟ ମିଳିଥାଏ। ତେବେ କେମୋଥେରାପି ନେଉଥିବା ବ୍ୟକ୍ତି କ’ଣ ଖାଇବା ଉଚିତ ବା ଅନୁଚିତ, ସେ ବିଷୟରେ ଜାଣନ୍ତୁ। -କେମୋଥେରାପି ନେଉଥିଲେ, କଞ୍ଚା କିମ୍ବା ଅଧାସିଝା ମାଂସ, ମାଛ […]

ଆମ ଶରୀରର ପ୍ରତ୍ୟେକ ଜୀବକୋଷ ଏକ ନିର୍ଦ୍ଦିଷ୍ଟ ସମୟରେ ବଢ଼େ ଓ ମୃତ୍ୟୁବରଣ କରିଥାଏ। ମାତ୍ର ଶରୀର କୋଷ ଗୁଡ଼ିକର ଅନିୟନ୍ତ୍ରିତ ଅଭିବୃଦ୍ଧିକୁ କର୍କଟ କୁହାଯାଏ। କର୍କଟ କୋଷକୁ ନଷ୍ଟ କରିବାକୁ କେମୋଥେରାପି ଦିଆଯାଏ। କର୍କଟ ଯଥା ଲିମ୍ଫୋମା/ରକ୍ତ କର୍କଟ/ଜର୍ମ ସେଲ୍‌ ଟ୍ୟୁମର୍‌ ଆଦିରୁ କେମୋଥେରାପି ଦ୍ବାରା ଆରୋଗ୍ୟ ମିଳିଥାଏ। ତେବେ କେମୋଥେରାପି ନେଉଥିବା ବ୍ୟକ୍ତି କ’ଣ ଖାଇବା ଉଚିତ ବା ଅନୁଚିତ, ସେ ବିଷୟରେ ଜାଣନ୍ତୁ।

-କେମୋଥେରାପି ନେଉଥିଲେ, କଞ୍ଚା କିମ୍ବା ଅଧାସିଝା ମାଂସ, ମାଛ ଆଦି ଖାଦ୍ୟ ଖାଆନ୍ତୁନି। ଏହାଦ୍ବାରା ଜୀବାଣୁ ସଂକ୍ରମଣ ବୃଦ୍ଧିର ଆଶଙ୍କା ଥାଏ। ସେହିପରି ଭଲ ଭାବେ ସିଝା ହୋଇ ନ ଥିବା ଦୁଗ୍ଧ କିମ୍ବା ଦୁଗ୍ଧଜାତୀୟ ଖାଦ୍ୟ ଖାଇବା ଅନୁଚିତ। ଫଳ କିମ୍ବା ପରିବା ଜୁସ୍‌ରେ ଜୀବାଣୁ ଥାଇପାରନ୍ତି। ତେଣୁ ଜୁସ୍‌ ବଦଳରେ ମୋଟା ଚୋପା ଯୁକ୍ତ ଧୁଆଫଳକୁ ଛୋଟ ଖଣ୍ଡ କରି ଖାଇବା ଭଲ।

-ଅଧିକ ତେଲ ମସଲାଯୁକ୍ତ ଓ ପ୍ରୋସେସ୍‌ଡ ଖାଦ୍ୟ, ରାସ୍ତାକଡ଼ରେ ମିଳୁଥିବା ଖାଦ୍ୟ ଆଦିକୁ ଖାଆନ୍ତୁନି। ଏହାଦ୍ବାରା ପେଟ ଜଳାପୋଡ଼ା ସହ ବାନ୍ତି ହେବାର ଆଶଙ୍କା ଅଧିକ ଥାଏ। ଏହାଦ୍ବାରା ପାଚନ ସମସ୍ୟା ସୃଷ୍ଟି ହୁଏ। ନିଶାସେବନରୁ ଦୂରେଇ ରୁହନ୍ତୁ।

-ଅନ୍ୟପଟେ ସିଝା ତଥା କମ୍ ତେଲ ମସଲାଯୁକ୍ତ ମାଛ, ମାଂସ ଅଣ୍ଡା ଆଦି ଖାଇପାରିବେ। କେମୋଥେରାପି ନେବା ସମୟରେ ପାଣି, ସୁପ୍‌ ଆଦି ପିଇବା ସବୁଠୁ ଭଲ। ଏହି ସମୟରେ ଭଲ ଭାବେ ହଜମ ହେଉଥିବା ପୁଷ୍ଟିକର ଖାଦ୍ୟ ଖାଇବାକୁ ଗୁରୁତ୍ବ ଦିଅନ୍ତୁ।

About The Author: The Sakala