ଆଲୁମିନିୟମ୍ ଫଏଲ୍ରେ ଖାଦ୍ୟ ରଖିବା ଦ୍ବାରା ଅଧିକ ସମୟ ପର୍ଯ୍ୟନ୍ତ ଗରମ ହୋଇ ରହିଥାଏ ଏବଂ ଏହା ଜୀବାଣୁମୁକ୍ତ ବୋଲି କୁହାଯାଉଥବାରୁ ଆଲୁମିନିୟମ୍ ଫଏଲ୍ର ଚାହିଦା ବଢ଼ିବାରେ ଲାଗିଛି। ବଜାରରେ ମିଳୁଥିବା ରେଡିମେଡ୍ ଖାଦ୍ୟ ମଧ୍ୟ ଫଏଲ୍ ପ୍ୟାକ୍ ହୋଇ ଆସୁଛି । କିନ୍ତୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଏହି ଆଲୁମିନିୟମ୍ ଫଏଲ୍ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ । ଏଥ୍ରେ ପ୍ୟାକ୍ ହୋଇଥିବା କିମ୍ବା ଫଏଲ୍ ଉପରେ ରଖି ଗରମ କରାଯାଉଥିବା ଖାଦ୍ୟ ଏକ ଧିମା ବିଷ ଭଳି ଆମ ଶରୀର ଭିତରକୁ ଯାଉଥିବାରୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି।
– ଆଲୁମିନିୟମ୍ ଫଏଲ୍ରେ ପ୍ୟାକ୍ ହୋଇଥିବା ଖାଦ୍ୟ ଅଧିକ ଆଲୁମିନିୟମ୍ ଶୋଷକରେ। ମସଲାଯୁକ୍ତ ଖାଦ୍ୟ ପାଇଁ ଏହା ଆହୁରି ହାନିକାରକ। ଏହି ଖାଦ୍ୟ ଖାଇବା ଦ୍ବାରା ଶରୀରରେ ଆଲୁମିନିୟମ୍ର ମାତ୍ରା ଅଧିକ ହୋଇଥାଏ । ଯାହାଦ୍ୱାରା କ୍ୟାନସର୍ ଓ ଆଲଜାଇମର୍ ହେବାର ଆଶଙ୍କା ବଢ଼ିଯାଏ। ଏହା ମସ୍ତିଷ୍କର କୋଷ ବୃଦ୍ଧିରେ ବାଧା ସୃଷ୍ଟି କରେ, ଯାହାଦ୍ବାରା ସ୍ମୃତିଶକ୍ତି ହ୍ରାସ ପାଏ।
-ଶରୀରରେ ଆଲୁମିନିୟମ୍ର ମାତ୍ରା ଅଧିକ ହେଲେ ହାଡ଼ ଦୁର୍ବଳ ହୋଇଯାଏ । ଏହା ଦ୍ବାରା ଗଣ୍ଠି ଯନ୍ତ୍ରଣା ଓ ଅଷ୍ଟିଓପୋରୋସିସ୍ ଭଳି ହାଡ଼ରୋଗ ହୋଇଥାଏ।
-ରକ୍ତରେ ଆଲୁମିନିୟମ୍ ମିଶିବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି କମିଯାଏ ।
– କିଡ୍ନୀ ସମସ୍ୟା ଓ ଡିମେସିଆ ଭଳି ରୋଗ ଦେଖାଯାଏ ।
-ବିଭିନ୍ନ ପ୍ରକାର ଫଳକୁ କାଟି ଆଲୁମିନିୟମ୍ ଫଏଲ୍ରେ ରଖିବା ଯୋଗୁଁ ଫଳରେ ଥିବା ପୋଷକତତ୍ତ୍ବରେ ଅସନ୍ତୁଳନ ଦେଖାଯାଏ, ଯାହାଦ୍ବାରା ଫୁଡ୍ ପଏଜନ୍ ହେବାର ଆଶଙ୍କା ଥାଏ।