ପଣସରେ ଭିଟାମିନ୍ ଏ, ବି୬, ସି, କ୍ୟାଲସିୟମ୍, ପୋଟାସିୟମ୍,ମ୍ୟାଗ୍ନେସିୟମ୍, ଆଇରନ୍,ଫଲିକ ଏସିଡ୍, ଥାୟାମିନ୍ ଏବଂ ନିୟାମିନ୍ ପରି ଭଳି ଅନେକ ପୋଷକ ତତ୍ତ୍ବ ଥାଏ। ପଣସକୁ ଉଭୟ କଞ୍ଚା ଓ ପାଚିଲା ଖିଆଯାଏ। ତେବେ ପଣସ ଶରୀର ପାଇଁ କିପରି ସ୍ବାସ୍ଥ୍ୟପ୍ରଦ, ଆସନ୍ତୁ ଜାଣିବା।
-
ପଣସ ଖାଇବା ଦ୍ବାରା ତ୍ବଚାରେ କୁଞ୍ଚନ, ବ୍ରଣ ଦାଗ ଏବଂ ତ୍ବଚାରେ ବୟସର ଛାପ ଦୂର ହୋଇଥାଏ।
-
ଏଥିରେ ପ୍ରଚୁର ମାତ୍ରାରେ ଆଇରନ୍ ଥିବାରୁ ଶରୀରରେ ଲାଲ୍ ରକ୍ତ କଣିକା ସୃଷ୍ଟି କରିଥାଏ। ସପ୍ତାହରେ ତିନିଥର ପଣସକଠା ଖାଇବା ଦ୍ବାରା ରକ୍ତର ଅଭାବ ଦୂର ହୁଏ। ଏନିମିଆ ରୋଗୀଙ୍କ ପାଇଁ ଏହା ବହୁତ ଫଳପ୍ରଦ।
-
ପଣସରେ ମ୍ୟାଗ୍ନେସିୟମ୍,ପୋଟାସିୟମ୍, ଆଇରନ୍,କ୍ୟାଲସିୟମ ଓ ଫଲିକ୍ ଏସିଡ୍ ପ୍ରଚୁର ମାତ୍ରାରେ ଥିବାରୁ, ଥାଇରଏଡ୍ ରୋଗୀଙ୍କ ପାଇଁ ଏହା ବହୁତ ହିତକାରୀ ହୋଇଥାଏ।
-
ପଣସରେ ମିଳୁଥିବା ପୋଷକତତ୍ତ୍ବ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ଏବଂ ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଋତୁଜନିତ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ।
-
ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ‘ଏ ’ ଓ ‘ ସି ’ଥିବାରୁ ଏହା ଆଖିପାଇଁ ବହୁ ଉପକାରୀ। ଚକ୍ଷୁ ରୋଗ ଦୂର କରିବା ପାଇଁ ପଣସ ଖାଇବା ଉଚିତ। ବିଶେଷ ଭାବେ ମୋତିଆ ବିନ୍ଦୁ ରୋଗୀଙ୍କ ପାଇଁ ପଣସ ବେଶ୍ ଲାଭପ୍ରଦ।
-
ପଣସରେ ଥିବା ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଦ୍ବାରା ଶରୀରରେ ଶକ୍ତି ବୃଦ୍ଧି ପାଇଥାଏ।
-
ପଣସରେ ଥିବା ଆଣ୍ଟି ଅକ୍ସିଡାଣ୍ଟ, ଆଇରନ ଏବଂ ମ୍ୟାଗ୍ନେସିୟମ୍ କେଶ ପାଇଁ ବହୁ ଉପକାରୀ ହୋଇଥାଏ। କେଶଜନିତ ସମସ୍ତ ସମସ୍ୟାରୁ ସମାଧାନ ମିଳିଥାଏ।
-
ଅସ୍ଥିକୁ ମଜଭୁତ କରିବା ପାଇଁ କ୍ୟାଲସିୟମ୍ ଆବଶ୍ୟକ, ଯାହାକି ପଣସରେ ପ୍ରଚୁର ପରିମାଣରେ ଅଛି। ତେଣୁ ପଣସ ଖାଇବା ଦ୍ବାରା ହାଡ଼ ମଜଭୁତ୍ ହୋଇଥାଏ।
-
ପଣସରେ ଆଣ୍ଟିକ୍ୟାନ୍ସର୍ ଗୁଣ ଥିବାରୁ , କ୍ୟାନସର୍ ହେବାର ଆଶଙ୍କାକୁ ମଧ୍ୟ ଏହା କମ୍ କରିଥାଏ।