ସାବଧାନ ! ରାତିରେ ଲାଇଟ୍‌ ଜଳାଇ ଶୋଉଛନ୍ତି କି, ଆପଣଙ୍କ ହୃଦୟ ଓ ମସ୍ତିଷ୍କ ଉପରେ ପଡିପାରେ ପ୍ରଭାବ

ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ ଲାଇଟ୍‌ ବନ୍ଦ କରିକି ଶୁଅନ୍ତି। ଆଉ କେତେ ଜଣ ଅନ୍ଧାରକୁ ଡରି ରାତିରେ ଲାଇଟ୍ ଜଳାଇ ଶୁଅନ୍ତି। ତେବେ ହାଭାର୍ଡ ବିଶ୍ବବିଦ୍ୟାଳୟର ଏକ ଗବେଷଣାରେ ରାତିରେ ଲାଇଟ୍ ଜଳାଇ ଶୋଇବା ଆଦୌ ଭଲ ନୁହେଁ ବୋଲି କୁହାଯାଇଛି। ବିଶ୍ବବିଦ୍ୟାଳୟର ଗବେଷକମାନେ ଲୋକଙ୍କ ଶୋଇବା ଉପରେ ଏକ ଗବେଷଣା କରିଥିଲେ। ଏହି ଗବେଷଣାରୁ ସାମ୍ନାକୁ ଆସିଲା ଯେ, ରାତିରେ ଶୋଇବା ବେଳେ କୃତ୍ରିମ ଆଲୋକ ଆଖି ଉପରେ ପଡ଼ିଲେ ଏହାଦ୍ବାରା ହୃଦୟ ଓ ମସ୍ତିଷ୍କ ପ୍ରଭାବିତ ହୋଇଥାଏ। ଗବେଷଣାରେ ଦେଖା ଯାଇଛି ଯେ, ଶୋଇବା ବେଳେ ଅଳ୍ପ ଆଲୋକ ଯଦି ଆଖି ଉପରେ ପଡ଼େ, ମସ୍ତିଷ୍କ ସକ୍ରିୟ ହୋଇ ଉଠେ। ଏଥିଯୋଗୁଁ ଧମନୀରେ ରକ୍ତ ସଞ୍ଚାର ଦ୍ରୁତ ଗତିରେ ହୁଏ। ତେବେ ରକ୍ତ ପ୍ରବାହ ଦ୍ରୁତ ଗତିରେ ହେଲେ ଏହା ହୃଦୟ ଉପରେ ପ୍ରଭାବ ପକାଏ। ତେଣୁ ରାତିରେ ଲାଇଟ୍‌ ଲଗାଇ ଶୋଇବା ଉଭୟ ହୃଦୟ ଏବଂ ମସ୍ତିଷ୍କ ପାଇଁ କ୍ଷତିକାରକ। ରାତିରେ ଲାଇଟ୍ ଜଳାଇବା ଦ୍ବାରା ଏହାର ପ୍ରଭାବ ପୂରା ଶରୀର ଉପରେ ପଡ଼େ। ଅନ୍ୟପଟେ ଲାଇଟ୍ ଲଗାଇ ରାତିରେ ଶୋଇବା ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ଗବେଷକମାନେ ପରାମର୍ଶ ଦେଇଛନ୍ତି। 

About The Author: Madhusudan Das