ଶକ୍ତିର ଗନ୍ତାଘର ଅଶ୍ବଗନ୍ଧା…

ଅଶ୍ବଗନ୍ଧାର ବୈଜ୍ଞାନିକ ନାଁ ଉଇଥାନିଆ ସୋମନିଫେରା। ଏଥିରେ ଭିଟାମିନ୍‌ -ବି, ଡି, ଇ, କ୍ୟାଲସିୟମ, ପଟାସିୟମ,ମ୍ୟାଗ୍ନେସିୟମ, ଜିଙ୍କ ଭଳି ଅନ୍ୟାନ୍ୟ ପୋଷକତତ୍ତ୍ବ ରହିଛି। ଅଶ୍ବଗନ୍ଧାର ମୂଳଟି ମାଂସାଳ । ପତ୍ରଗୁଡ଼ିକ ଅଣ୍ଡାକୃତି। ଏହାର ଚେରରେ ବିଭିନ୍ନ ପ୍ରକାର ଆଲକାଲଏଡ଼୍‌, ଫ୍ଲାବୋନଏଡ୍‌ ଆଦି ଥିବାରୁ ଏହା ବହୁ ଔଷଧ ତିଆରିରେ ବ୍ୟବହୃତ ହୁଏ। ଆୟୁର୍ବେଦରେ ଅଶ୍ବଗନ୍ଧାକୁ ଔଷଧ ଭାବେ ବ୍ୟବହାର କରାଯାଏ। ଏଥିରେ ଥିବା ହେମାଟିନିକ ରକ୍ତରେ ଲୌହ ଅଂଶ ବୃଦ୍ଧି କରାଏ। କୃମିନାଶକ, ବ୍ୟଥା ଉପଶମକାରୀ, ରକ୍ତବିଶୋଧକ, […]

ଅଶ୍ବଗନ୍ଧାର ବୈଜ୍ଞାନିକ ନାଁ ଉଇଥାନିଆ ସୋମନିଫେରା। ଏଥିରେ ଭିଟାମିନ୍‌ -ବି, ଡି, ଇ, କ୍ୟାଲସିୟମ, ପଟାସିୟମ,ମ୍ୟାଗ୍ନେସିୟମ, ଜିଙ୍କ ଭଳି ଅନ୍ୟାନ୍ୟ ପୋଷକତତ୍ତ୍ବ ରହିଛି। ଅଶ୍ବଗନ୍ଧାର ମୂଳଟି ମାଂସାଳ । ପତ୍ରଗୁଡ଼ିକ ଅଣ୍ଡାକୃତି। ଏହାର ଚେରରେ ବିଭିନ୍ନ ପ୍ରକାର ଆଲକାଲଏଡ଼୍‌, ଫ୍ଲାବୋନଏଡ୍‌ ଆଦି ଥିବାରୁ ଏହା ବହୁ ଔଷଧ ତିଆରିରେ ବ୍ୟବହୃତ ହୁଏ। ଆୟୁର୍ବେଦରେ ଅଶ୍ବଗନ୍ଧାକୁ ଔଷଧ ଭାବେ ବ୍ୟବହାର କରାଯାଏ।

ଏଥିରେ ଥିବା ହେମାଟିନିକ ରକ୍ତରେ ଲୌହ ଅଂଶ ବୃଦ୍ଧି କରାଏ। କୃମିନାଶକ, ବ୍ୟଥା ଉପଶମକାରୀ, ରକ୍ତବିଶୋଧକ, ପୌରୁଷତ୍ବବର୍ଦ୍ଧକ ପାଇଁ ଏହା ବହୁତ ହିତକର। ରାତିରେ ଶୋଇବା ପୂର୍ବରୁ ନଖ ଉଷୁମ କ୍ଷୀରରେ ଏକ ଚାମଚ ଅଶ୍ବଗନ୍ଧା ପାଉଡର ପିଇବା ସର୍ବୋତ୍ତମ। ମହୁ ସହିତ ମଧ୍ୟ ସେବନ କରଯାଇପାରେ।

ଏହାର ମୂଳର ଚୂର୍ଣ୍ଣ କ୍ଷୀର କିମ୍ବା ଘିଅ ସହିତ ସେବନ କଲେ ସ୍ବାସ୍ଥ୍ୟ ଏବଂ ମେଧା ଉଭୟ ବୃଦ୍ଧି ପାଏ। ଅଶ୍ବ ଗନ୍ଧାର ପତ୍ରଗୁଡିକ ଜ୍ବର, ଆଖିଫୁଲା ଆଦିରେ ବ୍ୟବହାର କରାଯାଏ। ଏହା ଚିନ୍ତା ଓ ଥକ୍କାପଣ ଦୂର କରେ। ଓଜନ ହ୍ରାସ କରେ।

ତିନି ଗ୍ରାମ୍‌ ଅଶ୍ବଗନ୍ଧାକୁ ୫୦ ମିଲି ଗ୍ରାମ୍‌ ପିପ୍ପଳି, ୫ଗ୍ରାମ୍‌ ଘିଅ ଓ ୫ଟି ତୁଳସୀ ପତ୍ର ସହିତ ମିଶାଇ ସେବନ କଲେ ଅର୍ଶ ରୋଗରୁ ଉପଶମ ଦିଏ। ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ପାଏ। ମାନସିକ ସ୍ବାସ୍ଥ୍ୟକୁ ସୁଦୃଢ଼ କରିବା ସହ ଶରୀରକୁ ଶକ୍ତି ପ୍ରଦାନ କରେ।

ମହିଳାଙ୍କ ଋତୁସ୍ରାବ ଅନିୟମିତତାକୁ ଦୂର କରେ। ତେବେ ଅଶ୍ବଗନ୍ଧା ସେବନ ପୂର୍ବରୁ ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରି। ଗର୍ଭବତୀ ମହିଳା, ରକ୍ତଚାପ କିମ୍ବା ଥାଇରଏଡ ରୋଗୀ ଚିକିତ୍ସକଙ୍କ ବିନା ପରାମର୍ଶରେ ଏହାକୁ ସେବନ କରିବା ଅନୁଚିତ।

About The Author: The Sakala