ସୁସ୍ଥ ରହିବା ପାଇଁ ଔଷଧ ବଦଳରେ ଡାଏଟ୍ ଉପରେ ଧ୍ୟାନ ଦିଅନ୍ତୁ

ସଂକ୍ରମଣ ବଢ଼ୁଥିବାରୁ ଏବେ ମର୍ଣ୍ଣିଂ ୱାକ୍‌, ଇଭ୍‌ନିଂ ୱାକ୍‌, ସାଇକଲିଂ ଉପରେ କଟକଣା ଲାଗୁ ହୋଇଛି। ତେବେ ବାହାରେ ଚଲାବୁଲା କଲେ କି ଜିମ୍‌ ଯାଇ ଏକ୍ସରସାଇଜ୍ କରିବା ଦ୍ବାରା ଶରୀର ଫିଟ୍ ରହିବ ତାହା ନୁହେଁ; ଘରେ କିଛି ଏକ୍ସରସାଇଜ୍ କରିବା ଦ୍ବାରା ଯେକେହି ବି ନିଜକୁ ଫିଟ୍ ରଖିପାରିବେ ବୋଲି କହିଛନ୍ତି ଫିଟ୍‌ନେସ୍ କାଉନ୍‌ସିଲର୍ ପୁପୁନ୍ କୁମାର ସ୍ବାଇଁ। ସୁସ୍ଥ ହେବାର ଦୁଇ ସପ୍ତାହ ପରେ କରନ୍ତୁ ଏକ୍ସର୍‌ସାଇଜ୍: ଏବେ ତ ଜିମ୍ ବନ୍ଦ। […]

ସଂକ୍ରମଣ ବଢ଼ୁଥିବାରୁ ଏବେ ମର୍ଣ୍ଣିଂ ୱାକ୍‌, ଇଭ୍‌ନିଂ ୱାକ୍‌, ସାଇକଲିଂ ଉପରେ କଟକଣା ଲାଗୁ ହୋଇଛି। ତେବେ ବାହାରେ ଚଲାବୁଲା କଲେ କି ଜିମ୍‌ ଯାଇ ଏକ୍ସରସାଇଜ୍ କରିବା ଦ୍ବାରା ଶରୀର ଫିଟ୍ ରହିବ ତାହା ନୁହେଁ; ଘରେ କିଛି ଏକ୍ସରସାଇଜ୍ କରିବା ଦ୍ବାରା ଯେକେହି ବି ନିଜକୁ ଫିଟ୍ ରଖିପାରିବେ ବୋଲି କହିଛନ୍ତି ଫିଟ୍‌ନେସ୍ କାଉନ୍‌ସିଲର୍ ପୁପୁନ୍ କୁମାର ସ୍ବାଇଁ।

ସୁସ୍ଥ ହେବାର ଦୁଇ ସପ୍ତାହ ପରେ କରନ୍ତୁ ଏକ୍ସର୍‌ସାଇଜ୍: ଏବେ ତ ଜିମ୍ ବନ୍ଦ। ଜରୁରୀ ନୁହେଁ, ଜିମ୍‌ ଆସି ଏକ୍ସରସାଇଜ୍ କରିବା। କିଛି ବଡି ୱେଟ୍ ଏକ୍ସରସାଇଜ୍ ଘରେ କରିବା ସମ୍ଭବ। ଏଇ ଯେମିତି ସ୍କାର୍ଟ, ପ୍ଲାଙ୍କ୍‌ ଭଳି କିଛି ଏକ୍ସରସାଇଜ୍ ସମେତ ସୂର୍ଯ୍ୟ ନମସ୍କାର ଆଦି କରାଯାଇପାରିବ। ଏହାବାଦ୍ ଯୁବପିଢ଼ି ଘରେ ଛୋଟ ତଥା ବଡ଼ ଡମ୍ବେଲ ଉଠାନ୍ତୁ। ଏସବୁ ଦ୍ବାରା ଶରୀର ଫିଟ୍‌ ରହିଥାଏ। ତେବେ କୋଭିଡ୍‌ରୁ ସୁସ୍ଥ ହେବାର ଦୁଇ ସପ୍ତାହ ପରେ ଏକ୍ସରସାଇଜ୍ ଘରେ କରାଯାଇପାରିବ।

ସମସ୍ତେ ଯୋଗ କରନ୍ତୁ: ସବୁ ବୟସବର୍ଗର ଲୋକମାନେ ଘରେ ଯୋଗ କରିବା ଉଚିତ୍। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିରେ ଯୋଗ ସାହାଯ୍ୟ କରେ। ଛୋଟପିଲାଙ୍କ ପାଇଁ ଷ୍ଟ୍ରେଚିଂ, ଜିମନାସିଟ୍ ଭଳି କିଛି ଏକ୍ସରସାଇଜ୍ ଅଛି ସେସବୁ ସେମାନେ କରିପାରିବେ।

ଡାଏଟ୍ ଉପରେ ଗରୁତ୍ବ ଦିଅନ୍ତୁ: ଅନ୍ୟପଟେ ଯେଉଁମାନେ ପ୍ରୋଟିନ୍ ସପ୍ଲିମେଣ୍ଟ୍ ନେଉଥିବେ ସେସବୁକୁ ମଧ୍ୟ କିଛି ସମୟ ପାଇଁ ବନ୍ଦ କରିବାକୁ ପଡ଼ିବ। କାରଣ ଏହାଦ୍ବାରା ଶରୀରରେ କ’ଣ ପ୍ରତିକ୍ରିୟା ଘଟିବ, କିଛି କହି ହେବ ନାହିଁ। ସେଥିପାଇଁ ସପ୍ଲିମେଣ୍ଟ୍ ଉପରେ ନିର୍ଭରଶୀଳ ନ ହୋଇ ଡାଏଟ୍ ଉପରେ ଧ୍ୟାନ ଦେବାକୁ ପଡ଼ିବ।

ଫାଷ୍ଟଫୁଡ୍ ଖାଦ୍ୟରୁ ଦୂରରେ ରୁହନ୍ତୁ: କୋଭିଡ୍ ହେବା ପରେ ଲୋକେ ଅଧିକ ଫାଷ୍ଟ୍‌ଫୁଡ୍ ଖାଦ୍ୟ ଖାଉଛନ୍ତି। ଅର୍ଥାତ୍ ବିରିଆନୀ, ରୋଲ୍, ତେଲ-ମସଲା, ମଇଦାଯୁକ୍ତ ଖାଦ୍ୟପଦାର୍ଥଠାରୁ ଦୂରେଇ ରହିବା ଦରକାର। ଏହି ଖାଦ୍ୟ ଦ୍ବାରା ଆଉଥରେ ସଂକ୍ରମଣ ହେବା ଆଶଙ୍କା ରହିଛି। ଅନ୍ୟପଟେ ଆମିଷ ଖାଦ୍ୟ ଟିକେ କମ୍ ଖାଇବା ଉଚିତ। ଶରୀରକୁ ଉପଯୁକ୍ତ ଖାଦ୍ୟ ମିଳିଲେ ଶରୀର ସୁସ୍ଥ ରହିବ ଓ ରୋଗପ୍ରତିରୋଧକ ଶକ୍ତି ବଢ଼ିବ।

About The Author: The Sakala