୪୦ ଟପିଥିଲେ ମହିଳାମାନେ ଖାଆନ୍ତୁ ଏହି ପରିବା; ବୟସ ବଢ଼ିଲେ ବି ଦିଶିବେ ଯବାନ ଓ ରହିବେ ଫିଟ୍!

Tapas Ranjan Nanda Picture
Published On

ପ୍ରାୟତଃ ଦେଖାଯାଏ ଯେ ମହିଳାମାନେ ପରିବାରର ଯତ୍ନ ନେବା ଭିତରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତି। ତେବେ ପୁରୁଷଙ୍କ ତୁଳନାରେ ମହିଳାମାନେ ବୟସ ବଢିବା ସହ ଶୀଘ୍ର ଦୁର୍ବଳ ଅନୁଭବ କରନ୍ତି। ବିଶେଷକରି ୪୦ ବର୍ଷ ବୟସ ପରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସେ। ମେନୋପଜ୍ କାରଣରୁ ହରମୋନ୍ ଅସନ୍ତୁଳନ ଏବଂ ହାଡ ଦୁର୍ବଳ ହେବା ଭଳି ସମସ୍ୟା ଦେଖାଦିଏ। ଏହି ସମୟରେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ। ବ୍ରିଟେନର ଜଣେ ପୋଷଣ ବିଶେଷଜ୍ଞ ତଥା ଡାଇବେଟିସ୍ ଏଜୁକେଟର ଦୀପଶିଖା ଜୈନ ଏକ ଏମିତି ପରିବା ବିଷୟରେ କହିଛନ୍ତି ଯାହା ୪୦ ପାର୍ କରିଥିବା ମହିଳାଙ୍କ ପାଇଁ କୌଣସି ‘ସୁପରଫୁଡ୍’ ଠାରୁ କମ୍ ନୁହେଁ।

ଆହୁରି ପଢ଼ନ୍ତୁ: ଆପଣଙ୍କ ଡିଏନ୍ଏରେ ଲୁଚି ରହିଛି କି ଆଲଜାଇମର୍ସ? ପରିବାରର ଇତିହାସ ବିଷୟରେ କ'ଣ କହୁଛନ୍ତି ଡାକ୍ତର ଜାଣନ୍ତୁ

ସପ୍ତାହକୁ କେତେ ଥର ଖାଇବେ ଏହି ପରିବା?

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ୪୦ ବର୍ଷରୁ ଅଧିକ ବୟସର ମହିଳାମାନେ ନିୟମିତ ଭାବରେ ସୋୟାବିନ୍ ଫଳି ବା ଏଡାମାମେ (Edamame) ଖାଇବା ଉଚିତ୍। ସପ୍ତାହକୁ ଅନ୍ତତଃ ୨ ରୁ ୩ ଥର ଏକ କପ୍ ସୋୟାବିନ୍ ଫଳି ଖାଇବା ଦ୍ୱାରା ଶରୀରକୁ ପ୍ରଚୁର ଲାଭ ମିଳିଥାଏ। ଏହାର ସ୍ୱାଦ ମଧ୍ୟ ବହୁତ ଭଲ ଏବଂ ଆପଣ ଏହାକୁ ସାଲାଡ, ସୁପ୍ କିମ୍ବା ତରକାରୀ ଭାବରେ ପ୍ରସ୍ତୁତ କରି ଖାଇପାରିବେ।

ଆହୁରି ପଢ଼ନ୍ତୁ: ଭିଟାମିନ୍ 'ଡି' ସପ୍ଲିମେଣ୍ଟ: ହାଡ଼ର ସୁସ୍ଥତା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ୧୦ଟି ଶ୍ରେଷ୍ଠ ବିକଳ୍ପ

ଏଡାମାମେ ବା ସୋୟାବିନ୍ ଫଳିର ଫାଇଦା

୧. ପ୍ରୋଟିନ୍ ର ଉତ୍ସ: ବୟସ ବଢିବା ସହ ଶରୀରରେ ମାଂସପେଶୀ ଦୁର୍ବଳ ହେବାକୁ ଲାଗେ। ଏଡାମାମେରେ ପ୍ରଚୁର ପରିମାଣରେ ପ୍ଲାଣ୍ଟ ବେସ୍‌ଡ ପ୍ରୋଟିନ୍ ରହିଛି, ଯାହା ମାଂସପେଶୀକୁ ମଜବୁତ କରିବା ସହ ଶରୀରର ରିକଭରୀରେ ସାହାଯ୍ୟ କରେ।

୨. ମଜବୁତ ହାଡ: ଏଥିରେ ଥିବା କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ହାଡକୁ ଶକ୍ତ କରେ। ଏହାଦ୍ୱାରା ବୟସାଧିକ ମହିଳାଙ୍କ ଠାରେ ଦେଖାଯାଉଥିବା ଅଷ୍ଟିଓପୋରୋସିସ୍ (ହାଡ ଫମ୍ପା ହେବା) ଆଶଙ୍କା କମିଥାଏ।

୩. ହରମୋନ୍ ସନ୍ତୁଳନ: ସୋୟାବିନ୍ ରେ ଥିବା ଆଇସୋଫ୍ଲେଭୋନ୍ସ (Isoflavones) ମହିଳାଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ପ୍ରାକୃତିକ ଭାବେ ଏଷ୍ଟ୍ରୋଜେନ୍ ଭଳି ଗୁଣ ଧାରଣ କରିଥାଏ, ଯାହା ମେନୋପଜ୍ ସମୟରେ ହେଉଥିବା ହରମୋନାଲ ପରିବର୍ତ୍ତନ, ମୁଡ୍ ସ୍ୱିଙ୍ଗ୍ସ ଏବଂ ହଟ୍ ଫ୍ଲାସେସ୍ ସମସ୍ୟାରୁ ମୁକ୍ତି ଦିଏ।

ହୃଦରୋଗ ଏବଂ ମଧୁମେହ ପାଇଁ ରାମବାଣ

ଏହି ପରିବାରେ ଥିବା ଫାଇବର ଏବଂ ହେଲ୍ଦି ଫ୍ୟାଟ୍ସ ଶରୀରରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଫଳରେ ହୃଦରୋଗର ଆଶଙ୍କା କମିଯାଏ। ଏହା ବ୍ୟତୀତ, ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ କମ୍ ଥିବାରୁ ଏହା ରକ୍ତରେ ଶର୍କରା ସ୍ତରକୁ ହଠାତ୍ ବଢାଏ ନାହିଁ। ତେଣୁ ମଧୁମେହ ସମସ୍ୟା ଭୋଗୁଥିବା ମହିଳାଙ୍କ ପାଇଁ ମଧ୍ୟ ଏହା ବେଶ୍ ଉପକାରୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp