ଔଷଧୀୟ ଗୁଣରେ ଭରପୁର ଲାଉ; ରକ୍ତଚାପକୁ ନିୟନ୍ତ୍ରିତ ରଖେ ଲାଉ ଜୁସ୍‌

Madhusudan Das Picture
Published On

ଆୟୁର୍ବେଦରେ ଲାଉର ଅନେକ ଔଷଧୀୟ ଗୁଣ ଭରି ରହିଛି। ଲାଉରୁ ପ୍ରସ୍ତୁତ ଜୁସ୍‌ ପିଇଲେ ଏହା ଶରୀରରୁ ବିଷାକ୍ତ ତତ୍ତ୍ବ ବାହାର କରିପାରେ। ଲାଉ ଜୁସ୍‌ରେ ଭିଟାମିନ୍‌, ମିନେରାଲ ଅନେକ ପୋଷକତତ୍ତ୍ବ ରହିଛି। ତେଣୁ ନିୟମିତ ରୂପେ ସଠିକ ମାତ୍ରାରେ ଏହାକୁ ସେବନ କଲେ, ଶରୀରର ବିଭିନ୍ନ ରୋଗ ଦୂର ହୋଇପାରେ। ଶୀତଦିନେ ଲାଉ ଜୁସ୍‌ ପିଇବା ଅତ୍ୟନ୍ତ ହିତକର।

ଆହୁରି ପଢ଼ନ୍ତୁ: ଯୁବବର୍ଗଙ୍କ ମଧ୍ୟରେ କାହିଁକି ବଢ଼ୁଛି ହୃତସ୍ପନ୍ଦନ ସମସ୍ୟା? ହୃଦରୋଗ ବିଶେଷଜ୍ଞ କହିଲେ କେବେ ଆବଶ୍ୟକ ଚିକିତ୍ସା

-ଲାଉରେ ଥିବା ପଟାସିୟମ ରକ୍ତଚାପକୁ ନିୟନ୍ତ୍ରିତ ରଖେ। ପାଚନତନ୍ତ୍ରକୁ ସକ୍ରିୟ ରଖିବାରେ ଏହାର ଭୂମିକା ରହିଛି। ସେହିପରି ଲାଉରେ ଭିଟାମିନ-ସି, ପଟାସିୟମ, ମ୍ୟାଗ୍ନେସିୟମ, ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ହୃଦୟକୁ ସୁସ୍ଥ ରଖେ। ଶରୀରରେ ଜଳୀୟଅଂଶ ସନ୍ତୁଳିତ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ। 

-ମୁଣ୍ଡବିନ୍ଧା ସମସ୍ୟାରୁ ରକ୍ଷା ପାଇବାକୁ ପ୍ରତିଦିନ ଲାଉ ଜୁସ୍ ପିଇବା  ହିତକର। ଏହା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଏ। କେବଳ ସେତିକି ନୁହେଁ, ଏହା ଓଜନ ନିୟନ୍ତ୍ରଣ କରିବାରେ ବିଶେଷ ଭୂମିକା ନିଭାଏ। ସକାଳୁ ଖାଲି ପେଟରେ ଏହି ଜୁସ୍‌ ପିଇପାରିବେ। ନିୟମିତ ରୂପେ ୧୦୦ରୁ ୧୫୦ ମିଲି ତଟକା ଲାଉ ଜୁସ୍‌ ପିଇବାକୁ ପରାମର୍ଶ ଦିଆଯାଏ।  ଯଦି କାହାର ସ୍ବାସ୍ଥ୍ୟ ସମସ୍ୟା ରହିଥାଏ, ସେମାନେ ଡାକ୍ତରଙ୍କ  ବିନା ପରାମର୍ଶରେ ଲାଉ ଜୁସ୍‌ ସେବନ କରିବା ଅନୁଚିତ। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp