ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକେ କମ୍‌ ଆମିଷ ଖାଇବା ଉଚିତ

The Sakala Picture
Published On

ଅନେକ ଲୋକ ନିଜ ସ୍ବାସ୍ଥ୍ୟକୁ ନେଇ ଖୁବ୍‌ ସଚେତନ ଥାଆନ୍ତି। ଏଥିପାଇଁ ସେମାନେ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ଗୁରୁତ୍ବ ଦିଅନ୍ତି। ତେବେ ପୁଷ୍ଟିକର ଓ ଅଧିକ ପୋଷକତତ୍ତ୍ବ ଥ଄ବା ଖାଦ୍ୟ ଖାଇବା ସତ୍ତ୍ବେ ମଧ୍ୟ କିଛି ଲୋକ ସୁସ୍ଥ ରହି ନ ଥାନ୍ତି। ଏହା ପଛରେ ଅନେକ କାରଣ ଥାଇପାରେ,କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ଜଣେ ବ୍ୟକ୍ତି ଯଦି ନିଜର ବ୍ଲଡ୍‌ ଗ୍ରୁପ୍ ହିସାବରେ ଖାଦ୍ୟ ଖାଏ, ତେବେ ଏହା ତା’ର ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ। […]

ଅନେକ ଲୋକ ନିଜ ସ୍ବାସ୍ଥ୍ୟକୁ ନେଇ ଖୁବ୍‌ ସଚେତନ ଥାଆନ୍ତି। ଏଥିପାଇଁ ସେମାନେ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ଗୁରୁତ୍ବ ଦିଅନ୍ତି। ତେବେ ପୁଷ୍ଟିକର ଓ ଅଧିକ ପୋଷକତତ୍ତ୍ବ ଥ଄ବା ଖାଦ୍ୟ ଖାଇବା ସତ୍ତ୍ବେ ମଧ୍ୟ କିଛି ଲୋକ ସୁସ୍ଥ ରହି ନ ଥାନ୍ତି। ଏହା ପଛରେ ଅନେକ କାରଣ ଥାଇପାରେ,କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ଜଣେ ବ୍ୟକ୍ତି ଯଦି ନିଜର ବ୍ଲଡ୍‌ ଗ୍ରୁପ୍ ହିସାବରେ ଖାଦ୍ୟ ଖାଏ, ତେବେ ଏହା ତା’ର ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ। ବ୍ଲଡ୍‌ ଗ୍ରୁପ୍ ଆଧାରରେ ଖାଦ୍ୟ ଖାଇଲେ ହଜମ ମଧ୍ୟ ଠିକ୍‌ ଭାବେ ହୋଇଥାଏ। ବ୍ଲଡ୍‌ ଗ୍ରୁପ୍‌ର ସାଧାରଣ ପ୍ରକାର ହେଉଛି ଓ, ଏ, ବି, ଏବି। ତେବେ କେଉଁ ବ୍ଲଡ୍‌ ଗ୍ରୁପର ଲୋକଙ୍କୁ ଚିକେନ୍ ଓ ମଟନ୍‌ଠାରୁ ଦୂରେଇ ରହିବା ଦରକାର ତାହା ଜାଣିବା ନିହାତି ଆବଶ୍ୟକ। ‘ଓ’ ବ୍ଲଡ୍‌ ଗ୍ରୁପ୍‌ର ଲୋକେ ହାଇପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଦରକାର।

ଯେପରିକି ଡାଲି, ମଟନ୍, ମାଛ, ଫଳ ଆଦିକୁ ‘ଓ’ ବ୍ଲଡ୍‌ ଗ୍ରୁପ୍‌ର ଲୋକେ ଡାଏଟ୍‌ରେ ସାମିଲ କରନ୍ତୁ। ଯେତେସମ୍ଭବ ଶସ୍ୟ ଜାତୀୟ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ଏ’ ବ୍ଲଡ୍‌ ଗ୍ରୁପ୍ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ବହୁତ ସମ୍ବେଦନଶୀଳ ହୋଇଥାଏ। ତେଣୁ ଏମାନଙ୍କୁ ନିଜର ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି ଶ୍ରେଣୀର ଲୋକେ ମାଂସ କମ୍ ଖାଇବା ଦରକାର। କାରଣ ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକଙ୍କ ପାଇଁ ଏହା ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ। ତେଣୁ ‘ଏ’ ବ୍ଲଡ୍‌ ଗ୍ରୁପ୍‌ର ଲୋକମାନେ ଚିକେନ୍-ମଟନ କମ୍‌ ଖାଇବା ଉଚିତ୍‌। ଏହା ପରିବର୍ତ୍ତେ ଗାଜର, ସବୁଜ ପରିବା ପତ୍ର, ନାସପାତି ଆଦି ବିଭିନ୍ନ ଫଳ ସେବନ କରିବା ଦ୍ବାରା ଏହି ଗ୍ରୁପ୍‌ର ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଠିକ୍‌ ରହିଥାଏ।

‘ବି’ ବ୍ଲଡ୍‌ ଗ୍ରୁପର ଲୋକେ ସବୁଠାରୁ ସୁରକ୍ଷିତ ବୋଲି କୁହାଯାଏ। ଏହି ବର୍ଗର ଲୋକଙ୍କ ପାଇଁ ବିଶେଷ କିଛି ଖାଦ୍ୟ ବାରଣ ନାହିଁ। ଏମାନେ ସବୁଜ ପନିପରିବା, ଫଳ, ମାଛ, ମଟନ ଓ ଚିକେନ୍ ସବୁ କିଛି ଖାଇପାରିବେ। ‘ବି’ ବ୍ଲଡ୍‌ ଗ୍ରୁପ୍ ଲୋକ ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଜିନିଷ, ଅଣ୍ଡା ଆଦି ପ୍ରଚୁର ମାତ୍ରାରେ ଖାଇ ପାରିବେ । ‘ଏବି’ ବ୍ଲଡ୍‌ ଗ୍ରୁପ୍ ଖୁବ୍ କମ୍ ଲୋକଙ୍କର ହୋଇଥାଏ। ଏମାନଙ୍କୁ ଫଳ ଓ ସବୁଜ ପନିପରିବା ଅଧିକ ମାତ୍ରାରେ ଖାଇବା ଉଚିତ। ଆମିଷ ଜିନିଷ ଖୁବ୍ କମ୍ ଖାଇବା ଆବଶ୍ୟକ। କ୍ଷୀରରେ ପ୍ରସ୍ତୁତ ଜିନିଷ ଖାଇବା ଭଲ।

10 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର