ରିଲିଜ ହେଲା ଶାହରୁଖଙ୍କ ଜବରଦସ୍ତ ଆକ୍ସନଭରା ଫିଲ୍ମ ‘ଯବାନ୍’ର ଟ୍ରେଲର

ମୁମ୍ବାଇ: ରିଲିଜ ହେଲା କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ `ଯବାନ୍’ର ଟ୍ରେଲର । ଜବରଦସ୍ତ ଆକ୍ସନ, ଦମଦାର ଡାଇଲଗ୍ ନେଇ ଆସୁଥିବା ଫିଲ୍ମ ‘ଯବାନ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ରୋମାଣ୍ଟିକ, ଷ୍ଟାଇଲିସ ଓ ଡ୍ୟାସିଂ ହିରୋଙ୍କ ଏପରି ଲୁକ୍ସ ଫିଲ୍ମ ଲଭରଙ୍କୁ ଖୁବ୍ ପସନ୍ଦ ଆସିଛି। ଟ୍ରେଲରରେ ଶାହରୁଖ ଟ୍ରେନ୍ ହାଇଜାକ୍ କରୁଥିବା ନଜର ଆସିଛି । ଏଟ୍‌ଲିଙ୍କ ନିର୍ଦ୍ଦେଶିତ `ଯବାନ୍‌’ ସେେପ୍ଟମ୍ବର ୭ରେ ରିଲିଜ୍‌ ହେବ। ଏହି ଫିଲ୍ମରେ ଶାହାରୁଖ୍‌ଙ୍କ ସହ […]

ମୁମ୍ବାଇ: ରିଲିଜ ହେଲା କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ `ଯବାନ୍’ର ଟ୍ରେଲର । ଜବରଦସ୍ତ ଆକ୍ସନ, ଦମଦାର ଡାଇଲଗ୍ ନେଇ ଆସୁଥିବା ଫିଲ୍ମ ‘ଯବାନ’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ରୋମାଣ୍ଟିକ, ଷ୍ଟାଇଲିସ ଓ ଡ୍ୟାସିଂ ହିରୋଙ୍କ ଏପରି ଲୁକ୍ସ ଫିଲ୍ମ ଲଭରଙ୍କୁ ଖୁବ୍ ପସନ୍ଦ ଆସିଛି। ଟ୍ରେଲରରେ ଶାହରୁଖ ଟ୍ରେନ୍ ହାଇଜାକ୍ କରୁଥିବା ନଜର ଆସିଛି । ଏଟ୍‌ଲିଙ୍କ ନିର୍ଦ୍ଦେଶିତ `ଯବାନ୍‌’ ସେେପ୍ଟମ୍ବର ୭ରେ ରିଲିଜ୍‌ ହେବ।

ଏହି ଫିଲ୍ମରେ ଶାହାରୁଖ୍‌ଙ୍କ ସହ ନୟନତାରା, ପ୍ରିୟାମଣି, ସାନ୍ୟା ମଲହୋତ୍ରା, ବିଜୟ ସେତୁପତୀ ପ୍ରମୁଖ ଦେଖାଯିବେ। ଏଥିରେ ଦୀପିକା ପାଦ୍ୟୁକୋନ୍‌ ଅତିଥି କଳାକାର ଭାବେ ଦେଖାଯିବେ। ଫିଲ୍ମରେ ପୋଲିସ କ୍ୟାରେକ୍ଟର ପ୍ଲେ କରୁଛନ୍ତି ସାଉଥ ସୁନ୍ଦରୀ ନୟନତାରା । ତାଙ୍କର ଧୂଆଁଧାର ଆକ୍ସନ ଫିଲ୍ମରେ ଲଗାଇଛି ଚାରଚାନ୍ଦ । ଫିଲ୍ମରେ ଶାହରୁଖଙ୍କ ମିଶନର ମୁଦ୍ଦା ହୋଇଥିବା ଭିଲେନ୍ ବିଜୟ ସେତୁପତିଙ୍କୁ ବଲିଉଡ଼ରେ ଦେଖିବାକୁ ଫ୍ୟାନ୍ ବି ୱେଟ୍ କରିଛନ୍ତି । ଶାହରୁଖ ଓ ବିଜୟ ସେତୁପତିଙ୍କର ଦମଦାର ଟକ୍କର ହେବ ବୋଲି ଫିଲ୍ମର ଟ୍ରେଲରରୁ ବାରି ହୋଇପଡ଼ୁଛି । ଇତିମଧ୍ୟରେ ଫିଲ୍ମର ଗୀତ ‘ ଜିନ୍ଦା ବନ୍ଦା’ ଓ ‘ଚଲେୟା’ ରିଲିଜ୍‌ ହୋଇଛି। ନୟନତାରା ଓ ଶାହାରୁଖ୍‌ଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ‘ଯବାନ୍‌’ ମଧ୍ୟ ‘ପଠାନ୍’ ଭଳି ହିଟ୍‌ ହେବ ବୋଲି ଶାହାରୁଖ୍‌ଙ୍କ ପ୍ରଶଂସକମାନେ ଆଶା ରଖିଛନ୍ତି ।

About The Author: The Sakala