କ୍ୟାରିୟରରେ ସଫଳ ହେବା ପାଇଁ ଥ୍ରୀଲର ଫିଲ୍ମ ଜରୁରୀ: ତମନ୍ନା

ସାଉଥ୍‌ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଆଜିକାଲି ଖବରର ଶୀର୍ଷରେ। ଦମଦାର୍‌ ଅଭିନୟ ଯୋଗୁଁ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଏମିତିକି ଗୋଟିଏ ଫିଲ୍ମର ପାରିଶ୍ରମିକ ବାବଦରେ ତମନ୍ନା କୋଟିଏ ଟଙ୍କା ନିଅନ୍ତି। ତମନ୍ନା କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ; ଲୁକ୍‌ ପାଇଁ ମଧ୍ୟ ଚର୍ଚ୍ଚାରେ ଥାଆନ୍ତି। ଏହି ଅଭିନେତ୍ରୀ ଜଣକ କୁହନ୍ତି ଯେ, ଜଣେ କଳାକାର ଥ୍ରୀଲର ଫିଲ୍ମ ବାଛିବା ତାଙ୍କ କ୍ୟାରିୟର ପାଇଁ ବେଶ୍ […]

ସାଉଥ୍‌ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଆଜିକାଲି ଖବରର ଶୀର୍ଷରେ। ଦମଦାର୍‌ ଅଭିନୟ ଯୋଗୁଁ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଏମିତିକି ଗୋଟିଏ ଫିଲ୍ମର ପାରିଶ୍ରମିକ ବାବଦରେ ତମନ୍ନା କୋଟିଏ ଟଙ୍କା ନିଅନ୍ତି। ତମନ୍ନା କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ; ଲୁକ୍‌ ପାଇଁ ମଧ୍ୟ ଚର୍ଚ୍ଚାରେ ଥାଆନ୍ତି। ଏହି ଅଭିନେତ୍ରୀ ଜଣକ କୁହନ୍ତି ଯେ, ଜଣେ କଳାକାର ଥ୍ରୀଲର ଫିଲ୍ମ ବାଛିବା ତାଙ୍କ କ୍ୟାରିୟର ପାଇଁ ବେଶ୍ ଭଲ ହୋଇଥାଏ। କାରଣ ଏଭଳି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସିଥାଏ। ଚଳିତବର୍ଷ ଏପ୍ରିଲ୍ ମାସରେ ତମନ୍ନା ତେଲୁଗୁ ୱେବ୍‌ ସିରିଜ ‘ଇଲେଭେନ୍ଥ ଆୱାର୍’ ଜରିଆରେ ଡିଜିଟାଲ ଡେବ୍ୟୁ କରିଥିଲେ । ଏହା ଏକ କ୍ରାଇମ୍‌ ଥ୍ରୀଲର ଥିଲା। ଏଥିରେ ତମନ୍ନାଙ୍କ ସହିତ ଆଦିତ୍ୟ ଅରୁଣ ଏବଂ ବାମ୍‌ସି କ୍ରିଷ୍ଣା ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ। ଏହାବାଦ୍‌ ତମନ୍ନା ତାମିଲ ହୋଡୟୁନିଟ୍‌ ଡ୍ରାମା ‘ନଭେମ୍ବର ଷ୍ଟୋରି’ରେ ମଧ୍ୟ ନଜର ଆସିଥିଲେ। ଏହି ଲୋକପ୍ରିୟ ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆରେ ସବୁବେଳେ ସକ୍ରିୟ ରୁହନ୍ତି। ସେ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସବୁବେଳେ ଫଟୋ ଓ ଭିଡିଓ ସେୟାର କରିଥାନ୍ତି।

About The Author: The Sakala