ମୁମ୍ବଇ : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମହାମାରୀ କରୋନା ପାଇଁ ସାରା ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଡାକ୍ତରଖାନାର ଅବସ୍ଥା ବିଗିଡି ଯାଉଛି। ଶଯ୍ୟା, ଔଷଧ ଏବଂ ଅମ୍ଳଜାନର ସଙ୍କଟ ଏବେ ସବୁଠି ଦେଖାଦେଇଛି। ଅନେକ ଲୋକ ସାହାଯ୍ୟ ପାଇଁ ଆଗକୁ ଆସୁଛନ୍ତି ତଥାପି ଏହି ସଙ୍କଟ ଦୂର ହୋଇପାରୁନାହିଁ । ଏହିଭଳି ପରିସ୍ଥିତିରେ ସଲମାନ ଖାନଙ୍କ ଫିଲ୍ମ ‘ Radhe : Your Most Wanted Bhai’ ଏକ ବଡ଼ ଘୋଷଣା କରିଛି ।
କରୋନା ସହ ସଂଘର୍ଷ କରୁଥିବା ସାଧାରଣ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ଫିଲ୍ମରେ ରୋଜଗାର ହୋଇଥିବା ଟଙ୍କାକୁ ବିନିଯୋଗ କରିବାକୁ ସଲମାନ ଖାନ ଫିଲ୍ମସ ଏବଂ ଜି ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ନିଷ୍ପତ୍ତି ନେଇଛନ୍ତି । ରାଧେ ଚଳଚ୍ଚିତ୍ରରୁ ରିଲିଜ ହୋଇଥିବା ଆୟ ମହାମାରୀ କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଆଶ୍ବସ୍ତି ଯୋଗାଇବାରେ ସହାୟକ ହେବ ବୋଲି ଆମେ ଆଶା କରୁଛୁ ।
ସଲମାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଇ ୧୩ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ରିଲିଜ୍ ଗୀତ ବର୍ତ୍ତମାନ ଦମାଲ ମଚାଉଛି। ଏହି ଫିଲ୍ମରେ ସଲମାନ ଖାନଙ୍କ ସହ ଦିଶା ପାଟନୀ, ରଣଦୀପ ହୁଡା ଏବଂ ଜ୍ୟାକି ଶ୍ରଫ ପ୍ରମୁଖ ଭୂମିକାରେ ନଜର ଆସିବେ।