Amrita Nayak: ‘ଭାବିନଥିଲି ଏଇଟା ହେବ ଆମର ଶେଷ ଗୀତ’, ଦାଦାଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ କଣ୍ଠଶିଳ୍ପୀ ଅମ୍ରିତା

ଓଡ଼ିଆ ସଙ୍ଗୀତ ଜଗତର ଜଣେ ବରିଷ୍ଠ ବ୍ୟକ୍ତିତ୍ୱଙ୍କ ବିୟୋଗରେ ମର୍ମାହତ ହୋଇପଡ଼ିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଅମ୍ରିତା ନାୟକ। ସୋସିଆଲ ମିଡିଆରେ ଏକ ଅତ୍ୟନ୍ତ ଭାବବିହ୍ୱଳ ପୋଷ୍ଟ ସେୟାର କରି ସେ ନିଜର ପ୍ରିୟ 'ଦାଦା'ଙ୍କୁ ମନେ ପକାଇଛନ୍ତି ଏବଂ ତାଙ୍କ ସହ ବିତାଇଥିବା ଶେଷ ମୁହୂର୍ତ୍ତ ବିଷୟରେ ଉଲ୍ଲେଖ କରିଛନ୍ତି।

ଅମ୍ରିତା ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ହସ୍ପିଟାଲରେ ଆଡମିଟ୍ ହେବାର ଠିକ୍ ୨ ଦିନ ପୂର୍ବରୁ ସେମାନଙ୍କର ଏକ ରେକର୍ଡିଂ ହୋଇଥିଲା। ସେ ଦୁଃଖର ସହ କହିଛନ୍ତି, "ମୁଁ କେବେ ସ୍ୱପ୍ନରେ ବି ଭାବି ନଥିଲି କି ଏଇଟା ଆମ ଶେଷ ଗୀତ ଓ ଶେଷ କଥା ହେଇଯିବ ବୋଲି।" ତାଙ୍କର ଏହି ହୃଦୟସ୍ପର୍ଶୀ ଶବ୍ଦ ଏବେ ପ୍ରଶଂସକମାନଙ୍କ ଆଖିରେ ଲୁହ ଭରିଦେଇଛି।

ଏହି ଦୁଃଖଦ ଖବରକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି। ପୋଷ୍ଟ ଲେଖିବା ସମୟରେ ତାଙ୍କ ହାତ ଥରୁଥିବା ଏବଂ ସେ ନିସ୍ତବ୍ଧ ହୋଇଯାଇଥିବା କଥା ଉଲ୍ଲେଖ କରିଛନ୍ତି। ଅମୃତା କହିଛନ୍ତି ଯେ, 'ଦାଦା'ଙ୍କ ବିୟୋଗରେ ଆମେ ଆମର ଛାତ (ଅଭିଭାବକ) ହରାଇଲୁ। ସେ ଶୋକସନ୍ତପ୍ତ ପରିବାରର ସଦସ୍ୟ ବୋଉଦୀ ଏବଂ ବାବାଇଙ୍କୁ ଧୈର୍ଯ୍ୟ ଓ ସାହସ ଦେବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

About The Author: Sakala Desk