ସଲମାନ୍‌ ମୋର ଭଲ ବନ୍ଧୁ:କଙ୍ଗନା

ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ୍‌ ତାଙ୍କର ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ। କଙ୍ଗନା ବିବାଦୀୟ ବୟାନ ଦେଇ ଅନେକ ସମୟରେ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି। କିଛିଦିନ ପୂର୍ବରୁ କଙ୍ଗନାଙ୍କୁ ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଇଦ୍‌ ପାର୍ଟିରେ ଦେଖାଯାଇଥିଲା। କଙ୍ଗନାଙ୍କୁ ଅର୍ପିତାଙ୍କ ପାର୍ଟିରେ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ନିଜେ କଙ୍ଗନା ଏକଥା ଉପରୁ ପରଦା ହଟାଇଛନ୍ତି। ନିକଟରେ କଙ୍ଗନା ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ […]

ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ୍‌ ତାଙ୍କର ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ। କଙ୍ଗନା ବିବାଦୀୟ ବୟାନ ଦେଇ ଅନେକ ସମୟରେ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି। କିଛିଦିନ ପୂର୍ବରୁ କଙ୍ଗନାଙ୍କୁ ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ଙ୍କ ଇଦ୍‌ ପାର୍ଟିରେ ଦେଖାଯାଇଥିଲା। କଙ୍ଗନାଙ୍କୁ ଅର୍ପିତାଙ୍କ ପାର୍ଟିରେ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ନିଜେ କଙ୍ଗନା ଏକଥା ଉପରୁ ପରଦା ହଟାଇଛନ୍ତି। ନିକଟରେ କଙ୍ଗନା ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ- ସଲମାନ୍‌ ମୋର ଭଲ ବନ୍ଧୁ। ଯେତେବେଳେ ସଲମାନ୍‌ଙ୍କ ଭଉଣୀ ମତେ ଇଦ୍‌ ପାର୍ଟିକୁ ଡାକିଥିଲେ, ମୁଁ ମନା କରିପାରି ନଥିଲି। ପାର୍ଟିକୁ ଯିବା ପାଇଁ ଭାବିଥିଲି। ଏମିତି ନୁହେଁ ଯେ, ମୁଁ ସବୁ ବଲିଉଡ୍‌ ପାର୍ଟିକୁ ଯାଏ ନାହିଁ। ଯେଉଁଠିକି ଯିବାକୁ ଇଚ୍ଛା କରେ, ସେଠିକି ଯାଏ। ’

ସଲମାନ୍‌ ଯେତେେବଳେ କଙ୍ଗନାଙ୍କ ଫିଲ୍ମ ‘ଧାକଡ୍‌’ ପାଇଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ ସେତେବେଳେ ଦୁଇ ଜଣକ ବନ୍ଧୁତା ବିଷୟରେ ଦର୍ଶକେ ଅବଗତ ହୋଇଥିଲେ। ସଲମାନ୍‌ ପୋଷ୍ଟ ସେୟାର କରି ଲେଖିଥିଲେ- ‘ଧାକଡ୍‌’ ଟିମ୍‌କୁ ଶୁଭେଚ୍ଛା। ଏହି ପୋଷ୍ଟକୁ କଙ୍ଗନା ସେୟାର କରିବା ସହ ସଲମାନ୍‌ଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ। କଙ୍ଗନା ବହୁତ ଜଲ୍‌ଦି ‘ଧାକଡ୍‌’ ଫିଲ୍ମରେ ନଜର ଆସିବେ। ଏହା ଏକ ଗୁଇନ୍ଦା ଥ୍ରିଲର୍‌ ଫିଲ୍ମ ହେବ। ଏଥିରେ ସେ ‘ଏଜେଣ୍ଟ ଅଗ୍ନି’ ଭୂମିକାରେ ନଜର ଆସିବେ। ଏଥିରେ କଙ୍ଗନାଙ୍କ ସହ ଅର୍ଜୁନ୍‌ ରାମପାଳ ମଧ୍ୟ ଅଭିନୟ କରୁଛନ୍ତି।

About The Author: The Sakala