ମୁମ୍ବଇ: ‘ବାହୁବଳୀ’ ପରେ ଏବେ ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଆଗାମୀ ଫିଲ୍ମ ‘ଆରଆରଆର’କୁ ଚାତକ ପରି ଚାହିଁ ରହିଛନ୍ତି ସିନେପ୍ରେମୀ। ତେବେ ମୁକ୍ତିଲାଭ ପୂର୍ବରୁ ଏହା ନୂଆ ରେକର୍ଡ ପ୍ରତିଷ୍ଠା କରିଛି। ଜୁନିଆର ଏନଟିଆର, ରାମ ଚରଣ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ୯୦୦ କୋଟି ଟଙ୍କାର ବ୍ୟବସାୟ କରିନେଇଛି। ରିପୋର୍ଟ ଅନୁଯାୟୀ ଏହା ମୁକ୍ତିଲାଭ ପୂର୍ବରୁ ‘ବାହୁବଳୀ(୫୦୦ କୋଟି)’ ଠାରୁ ଦୁଇ ଗୁଣ ବ୍ୟବସାୟ କରିଛି। ଏହି ୯୦୦ କୋଟିରେ ଥିଏଟ୍ରିକାଲ, ଡିଜିଟାଲ, ମ୍ୟୁଜିକ ଏବଂ ସାଟେଲାଇଟ ରାଇଟ୍ସ ସାମିଲ ରହିଛି। ଥିଏଟ୍ରିକାଲ ରାଇଟ୍ସରେ ଏହା ଆନ୍ଧ୍ରପ୍ରଦେଶରେ ୧୬୫ କୋଟି, ଉତ୍ତର ଭାରତରେ ୧୪୦ କୋଟି, ହାଇଦ୍ରାବାଦରେ ୭୫ କୋଟି, ତାମିଲନାଡୁରେ ୪୮ କୋଟି,କର୍ଣ୍ଣାଟକରେ ୪୫ କୋଟି,କେରଳରେ ୧୫ କୋଟି ଏବଂ ବିଦେଶରେ ୭୦ କୋଟିରେ ରାଇଟ୍ସ ବିକ୍ରି ହୋଇଛି।
ବାହୁବଳୀକୁ ପଛରେ ପକାଇଲା ଆର୍ଆର୍ଆର୍, ମୁକ୍ତିଲାଭ ପୂର୍ବରୁ ଆୟ କଲା ୯୦୦ କୋଟି
ମୁମ୍ବଇ: ‘ବାହୁବଳୀ’ ପରେ ଏବେ ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଆଗାମୀ ଫିଲ୍ମ ‘ଆରଆରଆର’କୁ ଚାତକ ପରି ଚାହିଁ ରହିଛନ୍ତି ସିନେପ୍ରେମୀ। ତେବେ ମୁକ୍ତିଲାଭ ପୂର୍ବରୁ ଏହା ନୂଆ ରେକର୍ଡ ପ୍ରତିଷ୍ଠା କରିଛି। ଜୁନିଆର ଏନଟିଆର, ରାମ ଚରଣ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ୯୦୦ କୋଟି ଟଙ୍କାର ବ୍ୟବସାୟ କରିନେଇଛି। ରିପୋର୍ଟ ଅନୁଯାୟୀ ଏହା ମୁକ୍ତିଲାଭ ପୂର୍ବରୁ ‘ବାହୁବଳୀ(୫୦୦ କୋଟି)’ ଠାରୁ ଦୁଇ ଗୁଣ ବ୍ୟବସାୟ କରିଛି। ଏହି ୯୦୦ କୋଟିରେ ଥିଏଟ୍ରିକାଲ, ଡିଜିଟାଲ, […]