୨୦୧୮ରେ ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ୍’ ଆସିଥିଲା। ଏହା ଏକ ହିଟ୍ ଫିଲ୍ମ ଥିଲା। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମକୁ ଆଇଏମ୍ଡି ୧୦ରୁ ୭.୪ ରେଟିଂ ଦେଇଥିଲା। ରାଜ୍ କୁମାର ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସ୍ରୁ ୧୫୦ କୋଟି ଆୟ କରିଥିଲା। ଏଥିରେ ଅଜୟଙ୍କ ସହ ଇଲିଆନା ଡିକ୍ରୁଜ୍, ସୌରଭ ଶୁକ୍ଳା ନଜର ଆସିଥିଲେ। ଦର୍ଶକେ ଏହାର ଦ୍ବିତୀୟ ପାର୍ଟକୁ ଅନେକ ଦିନରୁ ଅପେକ୍ଷା କରିଛନ୍ତି। ଇତିମଧ୍ୟରେ ଏହାର ନିର୍ମାତା ଫିଲ୍ମ ରିଲିଜ୍ ବିଷୟରେ ସୂଚନା ଦେଇଛନ୍ତି। ‘ରେଡ୍-୨’ ୨୧ ଫେବୃଆରୀ, ୨୦୨୫ରେ ରିଲିଜ୍ ହେବ। ପୂର୍ବରୁ ଏହା ଚଳିତବର୍ଷ ୧୫ ନଭେମ୍ବରରେ ରିଲିଜ୍ ହେବ ବୋଲି କୁହାଯାଉଥିଲା। ତେବେ ଚଳିତବର୍ଷ ଦୀପାବଳି ଅବସରରେ ରୋହିତ୍ ସେଟ୍ଟୀଙ୍କ ଫିଲ୍ମ ‘ସିଂଘମ୍ ଏଗେନ୍’ ରିଲିଜ୍ ହେବ। ଏହା ବକ୍ସ ଅଫିସ୍ରୁ ୫୦୦ କୋଟିରୁ ଅଧିକ ଆୟ କରିବ ବୋଲି ଆକଳନ କରଯାଉଛି। ଏହାର ପ୍ରଭାବ ‘ରେଡ୍-୨’ ଉପରେ ପଡ଼ିବାର ଆଶଙ୍କା ଥିବାରୁ ଫିଲ୍ମ ନିର୍ମାତା ଏହାର ମୁକ୍ତିଲାଭ ଦିନକୁ ଟାଳି ଦେଇଥିବା ଚର୍ଚ୍ଚା ହେଉଛି। ଏବେ ଏକ ପୋଷ୍ଟର୍ ସେୟାର୍ କରାଯାଇ ଫିଲ୍ମର ନୂଆ ରିଲିଜ୍ ଡେଟ୍ ବିଷୟରେ ସୂଚନା ଦିଆଯାଇଛି। ପୋଷ୍ଟର୍ରେ କେତେଗୁଡ଼ିଏ ଫାଇଲ୍ ଉପରେ ‘କନ୍ଫିଡେନ୍ସିଆଲ’ ଲେଖାଯାଇଥିବାର ଦେଖାଯାଇଛି। ରାଜ୍ କୁମାର ଗୁପ୍ତା ଏହାର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି। ଏଥିରେ ଅଜୟଙ୍କ ସହ ବାଣୀକପୁର, ରିତେଶ ଦେଶମୁଖ ଲିଡ୍ ରୋଲରେ ନଜର ଆସିବେ। ଏଥିରେ ଅଜୟ, ଦୁର୍ନୀତିକୁ ବିରୋଧ କରୁଥିବା ଜଣେ ଆଇଆର୍ଏସ୍ ଅଫିସର ଭୂମିକାରେ ଦେଖାଯିବେ।
‘ସିଂଘମ୍ ଏଗେନ୍’ ପାଇଁ ବଦଳିଲା ‘ରେଡ୍-୨’ର ରିଲିଜ୍
୨୦୧୮ରେ ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ୍’ ଆସିଥିଲା। ଏହା ଏକ ହିଟ୍ ଫିଲ୍ମ ଥିଲା। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମକୁ ଆଇଏମ୍ଡି ୧୦ରୁ ୭.୪ ରେଟିଂ ଦେଇଥିଲା। ରାଜ୍ କୁମାର ଗୁପ୍ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସ୍ରୁ ୧୫୦ କୋଟି ଆୟ କରିଥିଲା। ଏଥିରେ ଅଜୟଙ୍କ ସହ ଇଲିଆନା ଡିକ୍ରୁଜ୍, ସୌରଭ ଶୁକ୍ଳା ନଜର ଆସିଥିଲେ। ଦର୍ଶକେ ଏହାର ଦ୍ବିତୀୟ ପାର୍ଟକୁ ଅନେକ ଦିନରୁ ଅପେକ୍ଷା କରିଛନ୍ତି। ଇତିମଧ୍ୟରେ ଏହାର ନିର୍ମାତା ଫିଲ୍ମ […]