ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ପ୍ରସୂଚି ପଣ୍ଡା, ଆନ୍ତର୍ଜାତୀୟ ମଞ୍ଚରେ କରିବେ ଭାରତର ପ୍ରତିନିଧିତ୍ୱ

Suryakanta Picture
Published On

ଓଡ଼ିଶା ପାଇଁ ଗର୍ବ ଆଣିଦେଇଛନ୍ତି ଗଞ୍ଜାମ ଜିଲ୍ଲାର ଝିଅ ପ୍ରସୂଚି ପଣ୍ଡା। ନିକଟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସେ ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ (Miss Teen Universe India 2026) ର ସମ୍ମାନଜନକ ମୁକୁଟ ନିଜ ନାମରେ କରିଛନ୍ତି। ଗତ ଜୁଲାଇ ୨୦ ତାରିଖରେ ଏହି ବିଜୟ ହାସଲ କରିବା ପରେ, ନିକଟରେ ଭୁବନେଶ୍ୱରରେ ପହଞ୍ଚିବା କ୍ଷଣି ତାଙ୍କୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ, ହେଲା 'ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ'

ପ୍ରଥମ ପ୍ରୟାସରେ ମିଳିଲା ବଡ଼ ସଫଳତା

ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରସୂଚି ଚଳିତ ବର୍ଷ ଏପ୍ରିଲ୍ ମାସରୁ ହିଁ ନିଜର ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ନିଜର ରନ୍‌ୱେ ୱାକ୍ ଏବଂ ଯୋଗାଯୋଗ କୌଶଳ ଉପରେ ବିଶେଷ ଧ୍ୟାନ ଦେଇଥିଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ହିଲପାଟଣା ନିବାସୀ ଧରଣୀଧର ପଣ୍ଡା ଏବଂ ସ୍ୱପ୍ନା ରାଣୀ ପଣ୍ଡାଙ୍କ ସୁକନ୍ୟା ପ୍ରସୂଚିଙ୍କ ପାଇଁ ଏହା ଥିଲା ପ୍ରଥମ ଜାତୀୟ ସ୍ତରର ସୌନ୍ଦର୍ଯ୍ୟ ପ୍ରତିଯୋଗିତା। ପିଲାଦିନୁ ମଡେଲିଂ ପ୍ରତି ଆକର୍ଷିତ ଥିବା ପ୍ରସୂଚି ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ଦିଲ୍ଲୀ ଯାଇ ନିଜର ପ୍ରଶିକ୍ଷଣ ଜାରି ରଖିଥିଲେ। ତାଙ୍କର ଏହି କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

ଆନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗୌରବ ଆଣିବା ଲକ୍ଷ୍ୟ

ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସହ ଆଲୋଚନା କରି ପ୍ରସୂଚି କହିଛନ୍ତି, "ବିଜୟ ପରେ ପ୍ରଥମ ଥର ପାଇଁ ନିଜ ରାଜ୍ୟକୁ ଫେରିବା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣର ମୁହୂର୍ତ୍ତ। ଆନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିବା କେବଳ ଗୋଟିଏ ସମ୍ମାନ ନୁହେଁ, ବରଂ ଏକ ବଡ଼ ଦାୟିତ୍ୱ। ଏହା ମୋ ଯାତ୍ରାର କେବଳ ଆରମ୍ଭ ମାତ୍ର। ମୋ ପିତାମାତା, ଓଡ଼ିଶା ତଥା ସମଗ୍ର ଦେଶକୁ ଗର୍ବିତ କରିବା ପାଇଁ ମୁଁ ଆହୁରି କଠିନ ପରିଶ୍ରମ କରିବି।"

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ସୂଚନାଯୋଗ୍ୟ ଯେ, ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ମୁକୁଟ ଜିତିବା ପରେ ଆସନ୍ତା ବର୍ଷ ହେବାକୁ ଥିବା ଆନ୍ତର୍ଜାତୀୟ ମିସ୍ ଟିନ୍ ୟୁନିଭର୍ସ ପ୍ରତିଯୋଗିତାରେ ପ୍ରସୂଚି ଭାରତର ପ୍ରତିନିଧିତ୍ୱ କରିବେ, ଯାହାକି କିଶୋରୀମାନଙ୍କ ପାଇଁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଟେ।

27 Jul 2026 By Suryakanta

ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ପ୍ରସୂଚି ପଣ୍ଡା, ଆନ୍ତର୍ଜାତୀୟ ମଞ୍ଚରେ କରିବେ ଭାରତର ପ୍ରତିନିଧିତ୍ୱ

ଓଡ଼ିଶା ପାଇଁ ଗର୍ବ ଆଣିଦେଇଛନ୍ତି ଗଞ୍ଜାମ ଜିଲ୍ଲାର ଝିଅ ପ୍ରସୂଚି ପଣ୍ଡା। ନିକଟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସେ ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ (Miss Teen Universe India 2026) ର ସମ୍ମାନଜନକ ମୁକୁଟ ନିଜ ନାମରେ କରିଛନ୍ତି। ଗତ ଜୁଲାଇ ୨୦ ତାରିଖରେ ଏହି ବିଜୟ ହାସଲ କରିବା ପରେ, ନିକଟରେ ଭୁବନେଶ୍ୱରରେ ପହଞ୍ଚିବା କ୍ଷଣି ତାଙ୍କୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ପ୍ରଥମ ପ୍ରୟାସରେ ମିଳିଲା ବଡ଼ ସଫଳତା

ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରସୂଚି ଚଳିତ ବର୍ଷ ଏପ୍ରିଲ୍ ମାସରୁ ହିଁ ନିଜର ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ନିଜର ରନ୍‌ୱେ ୱାକ୍ ଏବଂ ଯୋଗାଯୋଗ କୌଶଳ ଉପରେ ବିଶେଷ ଧ୍ୟାନ ଦେଇଥିଲେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ହିଲପାଟଣା ନିବାସୀ ଧରଣୀଧର ପଣ୍ଡା ଏବଂ ସ୍ୱପ୍ନା ରାଣୀ ପଣ୍ଡାଙ୍କ ସୁକନ୍ୟା ପ୍ରସୂଚିଙ୍କ ପାଇଁ ଏହା ଥିଲା ପ୍ରଥମ ଜାତୀୟ ସ୍ତରର ସୌନ୍ଦର୍ଯ୍ୟ ପ୍ରତିଯୋଗିତା। ପିଲାଦିନୁ ମଡେଲିଂ ପ୍ରତି ଆକର୍ଷିତ ଥିବା ପ୍ରସୂଚି ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ଦିଲ୍ଲୀ ଯାଇ ନିଜର ପ୍ରଶିକ୍ଷଣ ଜାରି ରଖିଥିଲେ। ତାଙ୍କର ଏହି କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି।

ଆନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଗୌରବ ଆଣିବା ଲକ୍ଷ୍ୟ

ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସହ ଆଲୋଚନା କରି ପ୍ରସୂଚି କହିଛନ୍ତି, "ବିଜୟ ପରେ ପ୍ରଥମ ଥର ପାଇଁ ନିଜ ରାଜ୍ୟକୁ ଫେରିବା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣର ମୁହୂର୍ତ୍ତ। ଆନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିବା କେବଳ ଗୋଟିଏ ସମ୍ମାନ ନୁହେଁ, ବରଂ ଏକ ବଡ଼ ଦାୟିତ୍ୱ। ଏହା ମୋ ଯାତ୍ରାର କେବଳ ଆରମ୍ଭ ମାତ୍ର। ମୋ ପିତାମାତା, ଓଡ଼ିଶା ତଥା ସମଗ୍ର ଦେଶକୁ ଗର୍ବିତ କରିବା ପାଇଁ ମୁଁ ଆହୁରି କଠିନ ପରିଶ୍ରମ କରିବି।"

ସୂଚନାଯୋଗ୍ୟ ଯେ, ମିସ୍ ଟିନ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ ମୁକୁଟ ଜିତିବା ପରେ ଆସନ୍ତା ବର୍ଷ ହେବାକୁ ଥିବା ଆନ୍ତର୍ଜାତୀୟ ମିସ୍ ଟିନ୍ ୟୁନିଭର୍ସ ପ୍ରତିଯୋଗିତାରେ ପ୍ରସୂଚି ଭାରତର ପ୍ରତିନିଧିତ୍ୱ କରିବେ, ଯାହାକି କିଶୋରୀମାନଙ୍କ ପାଇଁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅଟେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର