‘ୱାର୍-୨’ ରେ ହିତ୍ରିକ୍‌ ଙ୍କୁ ଟକ୍କର ଦେବେ ପ୍ରଭାସ

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ୱାର୍‌’ ବ୍ଲକ୍‌ ବ୍ଲଷ୍ଟର୍ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଆୟ ମାମଲାରେ ଏହା ବଲିଉଡ୍‌ର ବହୁ ଫିଲ୍ମକୁ ପଛରେ ପକାଇ ଦେଇଥିଲା। ଏହାର ସଫଳତାକୁ ଆଖି ଆଗରେ ରଖି ସିଦ୍ଧାର୍ଥ ଏହି ଫିଲ୍ମର ସ୍ବିକେଲ ଏବେ ନିର୍ମାଣ କରିବାକୁ ଯାଉଛନ୍ତି। ‘ୱାର୍-୨’ ରେ ‘ୱାର୍’ ଭଳି ଦମଦାର୍ ଆକ୍ସନ୍ ସିନ୍‌ ରହିଛି। ଏହା ଏକ ଆକ୍ସନ୍‌ ଥ୍ରିଲର୍‌ ଫିଲ୍ମ ହେବ। ଏହି ଫିଲ୍ମରେ ହ୍ରିତିକ୍‌ ରୋଶନଙ୍କ ସହିତ ସାଉଥ୍‌ […]

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ୱାର୍‌’ ବ୍ଲକ୍‌ ବ୍ଲଷ୍ଟର୍ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଆୟ ମାମଲାରେ ଏହା ବଲିଉଡ୍‌ର ବହୁ ଫିଲ୍ମକୁ ପଛରେ ପକାଇ ଦେଇଥିଲା। ଏହାର ସଫଳତାକୁ ଆଖି ଆଗରେ ରଖି ସିଦ୍ଧାର୍ଥ ଏହି ଫିଲ୍ମର ସ୍ବିକେଲ ଏବେ ନିର୍ମାଣ କରିବାକୁ ଯାଉଛନ୍ତି। ‘ୱାର୍-୨’ ରେ ‘ୱାର୍’ ଭଳି ଦମଦାର୍ ଆକ୍ସନ୍ ସିନ୍‌ ରହିଛି। ଏହା ଏକ ଆକ୍ସନ୍‌ ଥ୍ରିଲର୍‌ ଫିଲ୍ମ ହେବ। ଏହି ଫିଲ୍ମରେ ହ୍ରିତିକ୍‌ ରୋଶନଙ୍କ ସହିତ ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସ ମଧ୍ୟ ଲିଡ୍ ରୋଲ୍‌ରେ ଦେଖାଯିବେ। ଅବଶ୍ୟ ଏଥିରେ ପ୍ରଭାସ ନେଗେଟିଭ୍‌ ରୋଲ୍‌ରେ ଦେଖାଯିବେ। ସିଦ୍ଧାର୍ଥ ଅନେକ ଦିନରୁ ପ୍ରଭାସଙ୍କୁ ନେଇ ଏକ ବିଗ୍‌ ବଜେଟ୍‌ର ଫିଲ୍ମ ତିଆରି କରିବାକୁ ଚାହୁଁଥିଲେ।

ସେ ‘ୱାର୍-୨’ ପାଇଁ ପ୍ରଭାସଙ୍କୁ ନେବା ପାଇଁ ଗତବର୍ଷ ଅନେକଥର ହାଇଦ୍ରାବାଦ୍‌ ଯାଇଥିଲେ। ଶେଷରେ ପ୍ରଭାସ ଏଥିରେ କାମ କରିବା ପାଇଁ ରାଜି ହୋଇଯାଇଛନ୍ତି। ତେବେ ଏହି ଫିଲ୍ମରେ ଉଭୟ ହ୍ରିତିକ୍‌ ଓ ପ୍ରଭାସ ଦୁଇ ସୁପରଷ୍ଟାର୍‌ କାମ କରୁଥିବାରୁ ଉଭୟଙ୍କ ମଧ୍ୟରେ ଅଭିନୟକୁ ନେଇ କଡ୍ଡା ଟକ୍କର ହେବ ବୋଲି ଆଶା କରାଯାଉଛି। ତେବେ ‘ୱାର୍’ରେ କାମ କରିଥିବା ଟାଇଗର ସ୍ରଫ୍‌ ‘ୱାର୍-୨’ରେ କାମ କରିବେକି ନାହିଁ ତାହା ଏଯାବତ୍ ସ୍ପଷ୍ଟ ହୋଇନାହିଁ। ସିଦ୍ଧାର୍ଥ ଏବେ ଶାହାରୁଖ୍ ଖାନ୍‌ ଓ ଦୀପିକା ପାଦ୍ୟୁକୋନଙ୍କ ସହ ସାଉଦି ଆରବରେ ‘ପଠାନ୍‌’ର ସୁଟିଂରେ ବ୍ୟସ୍ତ। ‘ପଠାନ୍‌’ ସୁଟିଂ ସରିବା ପରେ ସିଦ୍ଧାର୍ଥ ‘ୱାର୍-୨’ର ସୁଟିଂ ଆରମ୍ଭ କରିବେ।

About The Author: The Sakala