ସଙ୍ଗୀତ କେବେ ମରେନା: ସଲମନ୍

ଜୀ ଟିଭିରେ ପ୍ରସାରିତ ସଙ୍ଗୀତଭିତ୍ତିକ ରିଆଲିଟି ଶୋ’  ‘ଇଣ୍ଡିଆନ ପ୍ରୋ ମ୍ୟୁଜିକ୍ ଲିଗ୍’ର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ଶୋ’ର ବ୍ରାଣ୍ଡ ଆମ୍ବାସଡର ହେଉଛନ୍ତି ବଲିଉଡ୍‌ ଅଭିନେତା ସଲମାନ ଖାନ।  ଏହି ଶୋ’ ବିଷୟରେ ତାଙ୍କ ପ୍ରଶଂସକମାନଙ୍କର ଉତ୍ତର ଦେଇ ସଲମାନ୍ କହିଛନ୍ତି ଯେ, ଯାହା ହେଉନା କାହିଁକି, ସଙ୍ଗୀତ ସବୁ ପରିସ୍ଥିତିରେ ଦର୍ଶକଙ୍କୁ ମନୋରଞ୍ଜନ କରିଥାଏ। ସଲ୍‌ମାନ୍‌ ତାଙ୍କ ତିନି ଦଶନ୍ଧିର ବଲିଉଡ୍ କ୍ୟାରିୟରରେ  ଅନେକ ଚଳଚ୍ଚିତ୍ର ପାଇଁ ଗୀତ ରେକର୍ଡ […]

ଜୀ ଟିଭିରେ ପ୍ରସାରିତ ସଙ୍ଗୀତଭିତ୍ତିକ ରିଆଲିଟି ଶୋ’  ‘ଇଣ୍ଡିଆନ ପ୍ରୋ ମ୍ୟୁଜିକ୍ ଲିଗ୍’ର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ଶୋ’ର ବ୍ରାଣ୍ଡ ଆମ୍ବାସଡର ହେଉଛନ୍ତି ବଲିଉଡ୍‌ ଅଭିନେତା ସଲମାନ ଖାନ।  ଏହି ଶୋ’ ବିଷୟରେ ତାଙ୍କ ପ୍ରଶଂସକମାନଙ୍କର ଉତ୍ତର ଦେଇ ସଲମାନ୍ କହିଛନ୍ତି ଯେ, ଯାହା ହେଉନା କାହିଁକି, ସଙ୍ଗୀତ ସବୁ ପରିସ୍ଥିତିରେ ଦର୍ଶକଙ୍କୁ ମନୋରଞ୍ଜନ କରିଥାଏ। ସଲ୍‌ମାନ୍‌ ତାଙ୍କ ତିନି ଦଶନ୍ଧିର ବଲିଉଡ୍ କ୍ୟାରିୟରରେ  ଅନେକ ଚଳଚ୍ଚିତ୍ର ପାଇଁ ଗୀତ ରେକର୍ଡ କରିଛନ୍ତି। ଗତ ବର୍ଷ ଲକଡାଉନ୍ ସମୟରେ ସଲମାନଙ୍କ ତିନୋଟି ଗୀତ – ‘ପ୍ୟାର କରୋନା’, ‘ତେରେ ବିନା’ ଏବଂ ‘ଭାଇ ଭାଇ’ ମୁକ୍ତିଲାଭ କରିଥିଲା। ସେ ଆଗାମୀ ଶୋ’ରେ ଗୀତ ଗାଇବେ କି ବୋଲି ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ଯେତେବେଳେ ଆପଣମାନେ ଏହି ଶୋ’କୁ ଦେଖିବେ ଆପଣଙ୍କୁ ସବୁ ପ୍ରଶ୍ନର ଉତ୍ତର ମିଳିଯିବ। ଏହା ଏକ ନିଆରା ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ, ଯେଉଁଠାରେ ଆମେ ଦର୍ଶକଙ୍କ ନିକଟରେ ବିଭିନ୍ନ ପ୍ରକାରର ସଂଗୀତ ଉପସ୍ଥାପନ କରିବାକୁ ଚେଷ୍ଟା କରିବୁ। ଆହୁରି ମଧ୍ୟ ସେ କହିଛନ୍ତି ଯେ, ‘ଲକ୍‌ଡାଉନ୍ ସମୟରେ ମୋ ସହିତ କେବଳ ସଙ୍ଗୀତ ଥିଲା। ଏହି ସମୟରେ ମୁଁ ତିନୋଟି ଗୀତ ପ୍ରସ୍ତୁତ କରିଥିଲି ଏବଂ ଆମେ ସେଗୁଡିକୁ ଆମର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଅପଲୋଡ୍ କରିଥିଲୁ, ଯାହାକୁ ଦର୍ଶକେ ବେଶ୍  ପ୍ରଶଂସା କରିଥିଲେ।  ସଙ୍ଗୀତ ଏପରି ଏକ ଜିନିଷ ଯେ ଏହା କେବେ ବି ମରେ ନାହିଁ କି ଲୋପ ପାଏ ନାହିଁ।’

About The Author: The Sakala