କେଜିଏଫ-୨କୁ ନେଇ ବଡ ଘୋଷଣା କଲେ ସୁପରଷ୍ଟାର ୟଶ, ନୂଆ ପୋଷ୍ଟର ସହ ସେୟାର କଲେ ରିଲିଜ ତାରିଖ

ମୁମ୍ବାଇ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ୍- ୨’ର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଫିଲ୍ମର ନିର୍ମାତା ପ୍ରଶଂସକଙ୍କ ମାନଙ୍କ ଉତ୍ସାହକୁ ନଜରରେ ରଖି ନୂଆ ରିଲିଜ୍‌ ତାରିଖ ସାମ୍ନାକୁ ଆଣିଛନ୍ତି।   କନ୍ନଡ ସୁପରଷ୍ଟାର ୟଶ ନିଜେ ରିଲିଜ ତାରିଖ ଘୋଷଣା କରିଛନ୍ତି। ଫିଲ୍ମରେ ମୁଖ୍ୟ ନାୟକ ଭୁମିକାରେ ଥିବା ୟାସ୍ ଫିଲ୍ମର ନୂଆ ପୋଷ୍ଟର ସେୟାର କରିବା ସହ ଫିଲ୍ମ ରିଲିଜର ତାରିଖ ଘୋଷଣା କରିଛନ୍ତି । ଆଉ ଏହି […]

ମୁମ୍ବାଇ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ୍- ୨’ର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଫିଲ୍ମର ନିର୍ମାତା ପ୍ରଶଂସକଙ୍କ ମାନଙ୍କ ଉତ୍ସାହକୁ ନଜରରେ ରଖି ନୂଆ ରିଲିଜ୍‌ ତାରିଖ ସାମ୍ନାକୁ ଆଣିଛନ୍ତି।   କନ୍ନଡ ସୁପରଷ୍ଟାର ୟଶ ନିଜେ ରିଲିଜ ତାରିଖ ଘୋଷଣା କରିଛନ୍ତି। ଫିଲ୍ମରେ ମୁଖ୍ୟ ନାୟକ ଭୁମିକାରେ ଥିବା ୟାସ୍ ଫିଲ୍ମର ନୂଆ ପୋଷ୍ଟର ସେୟାର କରିବା ସହ ଫିଲ୍ମ ରିଲିଜର ତାରିଖ ଘୋଷଣା କରିଛନ୍ତି । ଆଉ ଏହି ତାରିଖ ଘୋଷଣା ପରେ ସିନେପ୍ରେମୀ ବେଶ ଉତ୍ସାହିତ ଅଛନ୍ତି । କାରଣ ଦୀର୍ଘଦିନ ହେବ କେଜିଏଫ-୨ର ରିଲିଜ ତାରିଖକୁ ନେଇ ସସପେନ୍ସରେ ଥିଲେ ସିନେପ୍ରେମୀ । ୟଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଆଜିର ଅନିଶ୍ଚିତତା କେବଳ ଆମର ସଂକଳ୍ପକୁ ବିଳମ୍ବ କରିବ, କିନ୍ତୁ ପ୍ରତିଜ୍ଞା ଅନୁଯାୟୀ ହେବ। ଆମେ ୧୪ ଏପ୍ରିଲ ୨୦୨୨ ରେ ପ୍ରେକ୍ଷାଳୟକୁ ଆସିବୁ। ‘ୟଶଙ୍କ ଏହି ପୋଷ୍ଟ ଆସିବା ମାତ୍ରେ ସୋସିଆଲ  ମିଡିଆରେ ଭାଇରାଲ ହେବାରେ ଲାଗିଛି।


କେବଳ କେଜିଏଫ-୨ର ନାୟକ  ୟାସ୍ ନୁହଁନ୍ତି ଖଳନାୟକ ସଞ୍ଜୟ ଦତ୍ତ ମଧ୍ୟ ଫିଲ୍ମର ନୂଆ ଫଟୋ ଥିବା ପୋଷ୍ଟର ସେୟାର କରିଛନ୍ତି । ଯେଉଁ ପୋଷ୍ଟରରେ ଫିଲ୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଅଭିନେତା ଓ ଅଭନେତ୍ରୀ ରହିଛନ୍ତି । ଫିଲ୍ମରେ ଅଧୀରା ଭୂମିକାରେ ନଜର ଆସିବାକୁ ଥିବା ସଞ୍ଜୟ ନୂଆ ପୋଷ୍ଟର ସହ ପ୍ରଂଶସକଙ୍କୁ ଫିଲ୍ମ ରିଲିଜର ତାରିଖ ବାବଦରେ ମଧ୍ୟ ସୂଚନା ଦେଇଛନ୍ତି।


କେଜିଏଫ-୧କୁ ଦେଖିବା ପରେ ଦର୍ଶକମାନେ ‘କେଜିଏଫ-୨’ ପାଇଁ ବହୁତ ଉତ୍ସାହିତ। ଏହାପୂର୍ବରୁ କେଜିଏଫ-୨ର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ବେଶ ପସନ୍ଦ କରିଥିଲେ ଦର୍ଶକ । କିନ୍ତୁ ଟ୍ରେଲର ରିଲିଜ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଫିଲ୍ମ ରିଲିଜକୁ ନେଇ କୌଣସି ସୂଚନା ମିଳିପାରୁନଥିଲା । ପୂର୍ବରୁ କେଜିଏଫର ପ୍ରଥମ ପାର୍ଟକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଦ୍ୱିତୀୟ ଭାଗକୁ ଅପେକ୍ଷା କରି ରହିଛନ୍ତି । ୨୦୧୮ରେ କେଜିଏଫର ପ୍ରଥମ ପାର୍ଟ ରିଲିଜ ହୋଇଥିଲା । କେଜିଏଫ-୨ରେ ଅନେକ ନୂଆ ଅଭିନେତା ଓ ଅଭିନେତ୍ରୀ ନଜର ଆସିବେ ।

About The Author: The Sakala