‘କେଜିଏଫ୍-୨’ କ୍ରେଜ୍‌ : ବାହାଘର କାର୍ଡରେ ଫିଲ୍ମର ସଂଳାପ

କନ୍ନଡ଼ ସୁପର୍‌ଷ୍ଟାର୍‌ ୟଶ୍‌ଙ୍କ ଫିଲ୍ମ ‘କେଜିଏଫ୍‌-୨’ ବକ୍ସ ଅଫିସ୍‌ରେ ସୁନାମି ଆଣିଛି। ‘କେଜିଏଫ୍‌-୨’ ଏବେ ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଆଡଭାନ୍ସ ବୁକିଂ ମାମଲାରେ ଏହା ‘ବାହୁବଳୀ-୨’ ଓ ‘ଆର୍‌ଆର୍‌ଆର୍‌’ର ରେକର୍ଡ ଭାଙ୍ଗି ସାରିଛି। ସାରା ଦେଶରେ ଏବେ ‘କେଜିଏଫ୍’ କ୍ରେଜ୍। ୟଶ୍‌ଙ୍କ ଅଭିନୟ,ଷ୍ଟାଇଲ୍‌ ଓ ଡାଇଲଗ୍‌ର ସମସ୍ତେ ଏବେ ଦିୱାନା। ୟଶ୍‌ଙ୍କ ଲୋକପ୍ରିୟତା ଆଗରେ ରାତାରାତି ବହୁତ ପଛକୁ ପଳାଇଛନ୍ତି ବଲିଉଡ୍‌ର ଆଗଧାଡ଼ିର ନାୟକମାନେ। ତେବେ ‘କେଜିଏଫ୍‌-୨’ରେ ରକି ଭାଇ (ୟଶ୍‌)ଙ୍କ […]

କନ୍ନଡ଼ ସୁପର୍‌ଷ୍ଟାର୍‌ ୟଶ୍‌ଙ୍କ ଫିଲ୍ମ ‘କେଜିଏଫ୍‌-୨’ ବକ୍ସ ଅଫିସ୍‌ରେ ସୁନାମି ଆଣିଛି। ‘କେଜିଏଫ୍‌-୨’ ଏବେ ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଆଡଭାନ୍ସ ବୁକିଂ ମାମଲାରେ ଏହା ‘ବାହୁବଳୀ-୨’ ଓ ‘ଆର୍‌ଆର୍‌ଆର୍‌’ର ରେକର୍ଡ ଭାଙ୍ଗି ସାରିଛି। ସାରା ଦେଶରେ ଏବେ ‘କେଜିଏଫ୍’ କ୍ରେଜ୍। ୟଶ୍‌ଙ୍କ ଅଭିନୟ,ଷ୍ଟାଇଲ୍‌ ଓ ଡାଇଲଗ୍‌ର ସମସ୍ତେ ଏବେ ଦିୱାନା। ୟଶ୍‌ଙ୍କ ଲୋକପ୍ରିୟତା ଆଗରେ ରାତାରାତି ବହୁତ ପଛକୁ ପଳାଇଛନ୍ତି ବଲିଉଡ୍‌ର ଆଗଧାଡ଼ିର ନାୟକମାନେ। ତେବେ ‘କେଜିଏଫ୍‌-୨’ରେ ରକି ଭାଇ (ୟଶ୍‌)ଙ୍କ ପ୍ରସିଦ୍ଧ ସଂଳାପ ‘ଭାଓଲେନ୍ସ…ଭାଓଲେନ୍ସ…ଭାଓଲେନ୍ସ’ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।

ଏବେ ରକି ଭାଇଙ୍କ ଏହି ପ୍ରସିଦ୍ଧ ସଂଳାପର ଝଲକ ବିବାହ ନିମନ୍ତ୍ରଣ ପତ୍ରରେ ଦେଖିବାକୁ ମିଳିଛି। ଏହି ନିମନ୍ତ୍ରଣ ପତ୍ରଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ମେ’ ୧୩ରେ କର୍ଣ୍ଣାଟକର ବେଲେଗବିରେ ଶ୍ବେତା ନାମ୍ନୀ ଜଣେ ଯୁବତୀ ଚନ୍ଦ୍ରଶେଖର ନାମକ ଜଣେ ଯୁବକଙ୍କୁ ବିବାହ କରିବେ। ବର ଜଣକ ୟଶ୍‌ଙ୍କ ପ୍ରସିଦ୍ଧ ସଂଳାପକୁ କିଛି ଏହିପରି ଅନ୍ଦାଜରେ କାର୍ଡରେ ଲେଖିଛନ୍ତି, ‘ବାହାଘର…ବାହାଘର…ବାହାଘର, ମୋତେ ପସନ୍ଦ ନୁହେଁ, ମୁଁ ଟାଳି ଚାଲିଥିଲି। କିନ୍ତୁ ମୋ ସମ୍ପର୍କୀୟଙ୍କୁ ବିବାହ ପସନ୍ଦ, ତେଣୁ ମୁଁ ଏହାକୁ ଟାଳି ପାରିବି ନାହିଁ। ’

About The Author: The Sakala