‘ଟାଇଗର୍-୩’ରେ କ୍ୟାଟ୍ରିନାଙ୍କ ଜବରଦସ୍ତ ଆକ୍ସନ୍

ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ ତାଙ୍କର ଆଗାମୀ ଫିଲ୍ମ ‘ଟାଇଗର୍-୩’ ପାଇଁ ବେଶ୍ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏଥିରେ ସଲମାନ୍‌ଙ୍କ ସହିତ ଲିଡ୍‌ ରୋଲରେ କ୍ୟାଟ୍ରିନା କୈଫ୍ ଦେଖାଯିବେ। ‘ଏକ୍‌ ଥା ଟାଇଗର’, ‘ଟାଇଗର୍‌ ଜିନ୍ଦା ହୈ’ର ସଫଳତା ପରେ ଏହାର ନିର୍ମାତା ପୁଣି ଏହି ଯୋଡ଼ିକୁ ଏକାଠି ପରଦାକୁ ଆଣିବାକୁ ସ୍ଥିର କରିଥିଲେ। କ୍ୟାଟ୍ରିନା ମଧ୍ୟ ‘ଟାଇଗର-୩’ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ଏଥିରେ କ୍ୟାଟ୍ରିନାଙ୍କର ଜବରଦସ୍ତ ଆକ୍ସନ ସିନ୍‌ ରହିଛି। ‘ଟାଇଗର୍-୩ରେ କ୍ୟାଟ୍ରିନା ଆଇଏସ୍‌ଆଇ […]

ବଲିଉଡ୍ ଅଭିନେତା ସଲମାନ୍ ଖାନ୍‌ ତାଙ୍କର ଆଗାମୀ ଫିଲ୍ମ ‘ଟାଇଗର୍-୩’ ପାଇଁ ବେଶ୍ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି। ଏଥିରେ ସଲମାନ୍‌ଙ୍କ ସହିତ ଲିଡ୍‌ ରୋଲରେ କ୍ୟାଟ୍ରିନା କୈଫ୍ ଦେଖାଯିବେ। ‘ଏକ୍‌ ଥା ଟାଇଗର’, ‘ଟାଇଗର୍‌ ଜିନ୍ଦା ହୈ’ର ସଫଳତା ପରେ ଏହାର ନିର୍ମାତା ପୁଣି ଏହି ଯୋଡ଼ିକୁ ଏକାଠି ପରଦାକୁ ଆଣିବାକୁ ସ୍ଥିର କରିଥିଲେ।

କ୍ୟାଟ୍ରିନା ମଧ୍ୟ ‘ଟାଇଗର-୩’ ପାଇଁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ଏଥିରେ କ୍ୟାଟ୍ରିନାଙ୍କର ଜବରଦସ୍ତ ଆକ୍ସନ ସିନ୍‌ ରହିଛି। ‘ଟାଇଗର୍-୩ରେ କ୍ୟାଟ୍ରିନା ଆଇଏସ୍‌ଆଇ ଏଜେଣ୍ଟ ଭାବେ ଦେଖାଯିବେ । ଏଥିପାଇଁ ସେ କିକ୍‌ ବକ୍ସିଂ ତାଲିମ ମଧ୍ୟ ନେଉଥିଲେ। କ୍ୟାଟ୍ରିନା ଏଥିପାଇଁ ଫିଟ୍‌ନେସ୍‌ ଟ୍ରେନର୍‌ ୟାସ୍ମିନ୍ କରାଚୀୱାଲାଙ୍କଠାରୁ ତାଲିମ୍‌ ନେଉଛନ୍ତି। ‘ଟାଇଗର୍-୩’ରେ ଆକ୍ସନ ସିନ୍‌ କରିବା ପାଇଁ ଉଭୟ ସଲମାନ୍‌ ଓ କ୍ୟାଟ୍ରିନା ମଧ୍ୟ ଦକ୍ଷିଣ କୋରିଆର ଗୋଟିଏ ଫିଟନେସ୍‌ ଟିମ୍‌ ମାର୍ସାଲ ଆର୍ଟସ୍‌ ତାଲିମ୍ ଦେଉଛନ୍ତି।

About The Author: The Sakala