ବୋନି ଆଣିବେ ‘ୱାଣ୍ଟେଡ୍‌’ର ସିକ୍ବେଲ

ବୋନି କପୁର ବଲିଉଡ୍‌ର ଜଣେ ସଫଳ ପ୍ରଯୋଜକ ଭାବେ ଜଣାଶୁଣା। ସେ ଇଣ୍ଡଷ୍ଟ୍ରୀକୁ ଅନେକ ସୁପର୍‌ହିଟ୍‌ ଫିଲ୍ମ ଦେଇଛନ୍ତି। ଏବେ ବୋନି ତାଙ୍କ କ୍ୟାରିୟର୍‌ର ଦୁଇଟି ବ୍ଲକ୍‌ବଷ୍ଟର୍‌ ଫିଲ୍ମର ସିକ୍ବେଲ ଆଣିବା ପାଇଁ ଘୋଷଣା କରିଛନ୍ତି। ଏହି ଦୁଇଟି ଫିଲ୍ମ ହେଲା ‘ୱାଣ୍ଟେଡ୍-୨’ ଓ ‘ମିଷ୍ଟର୍‌ ଇଣ୍ଡିଆ -୨’। ସୁପର୍‌ଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ଅଭିନୀତ ‘ୱାଣ୍ଟେଡ୍‌’ ଫିଲ୍ମ ୨୦୦୮ରେ ମୁକ୍ତିଲାଭ କରିଥିଲା। ଏଥିରେ ସଲମାନ୍‌ ରାଧେ ଭୂମିକାରେ ବେଶ୍‌ ଜବରଦସ୍ତ ଅଭିନୟ କରିଥିଲେ। ସଲମାନ୍‌ଙ୍କ ସହ ଏଥିରେ […]

ବୋନି କପୁର ବଲିଉଡ୍‌ର ଜଣେ ସଫଳ ପ୍ରଯୋଜକ ଭାବେ ଜଣାଶୁଣା। ସେ ଇଣ୍ଡଷ୍ଟ୍ରୀକୁ ଅନେକ ସୁପର୍‌ହିଟ୍‌ ଫିଲ୍ମ ଦେଇଛନ୍ତି। ଏବେ ବୋନି ତାଙ୍କ କ୍ୟାରିୟର୍‌ର ଦୁଇଟି ବ୍ଲକ୍‌ବଷ୍ଟର୍‌ ଫିଲ୍ମର ସିକ୍ବେଲ ଆଣିବା ପାଇଁ ଘୋଷଣା କରିଛନ୍ତି। ଏହି ଦୁଇଟି ଫିଲ୍ମ ହେଲା ‘ୱାଣ୍ଟେଡ୍-୨’ ଓ ‘ମିଷ୍ଟର୍‌ ଇଣ୍ଡିଆ -୨’। ସୁପର୍‌ଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ଅଭିନୀତ ‘ୱାଣ୍ଟେଡ୍‌’ ଫିଲ୍ମ ୨୦୦୮ରେ ମୁକ୍ତିଲାଭ କରିଥିଲା। ଏଥିରେ ସଲମାନ୍‌ ରାଧେ ଭୂମିକାରେ ବେଶ୍‌ ଜବରଦସ୍ତ ଅଭିନୟ କରିଥିଲେ। ସଲମାନ୍‌ଙ୍କ ସହ ଏଥିରେ ପ୍ରକାଶରାଜ, ଆୟେଶା ଟାକିଆ, ମହେଶ ମାଞ୍ଜେରକର, ବିନୋଦ ଖାନ୍ନା ନଜର ଆସିଥିଲେ। ଏହାର ସିକ୍ବେଲକୁ ଦର୍ଶକେ ୧୬ ବର୍ଷ ଧରି ଅପେକ୍ଷା କରିଛନ୍ତି। ଫିଲ୍ମର ପ୍ରଯୋଜକ ବୋନି କପୁରଙ୍କ ସହ ସଲମାନ୍‌ଙ୍କ ସମ୍ପର୍କ ଖରାପ ହେବାରୁ ଏହାର ସିକ୍ବେଲକୁ ନେଇ ଅନିଶ୍ଚିତତା ଦେଖାଯାଇଥିଲା। କିନ୍ତୁ ନିକଟରେ ବୋନି ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ ‘ୱାଣ୍ଟେଡ୍‌’ର ସିକ୍ବେଲ ଆଣୁଥିବା କଥା କହିଥିଲେ। ସଲମାନ୍‌ ମଧ୍ୟ ଏହି ଫିଲ୍ମରେ କାମ କରିବା ପାଇଁ ରାଜି ଥିବା କଥା ସେ କହିଛନ୍ତି। ବୋନି ‘ମିଷ୍ଟର ଇଣ୍ଡିଆ’ର ମଧ୍ୟ ସିକ୍ବେଲ ନିର୍ମାଣ ପାଇଁ ସ୍ଥିର କରିଥିବା ଜଣାପଡ଼ିଛି।

About The Author: The Sakala