କଙ୍ଗନାଙ୍କ ପ୍ରେମରେ ଅନୀଲ୍‌

ବଲିଉଡ୍‌ର ଦବଙ୍ଗ ଗାର୍ଲ ଭାବେ ପରିଚିତ କଙ୍ଗନା ରାନାୱତ୍‌ଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ୩୪ ବର୍ଷୀୟା କଙ୍ଗନା ଏଯାବତ୍‌ ଅବିବାହିତା ଅଛନ୍ତି। କଙ୍ଗନାଙ୍କୁ ବିବାହ କରିବା ପାଇଁ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବହୁ ଆଗଧାଡ଼ିର ବିଜିନେସ୍‌ମ୍ୟାନ୍‌ ଆଗ୍ରହ ଦେଖାଇଛନ୍ତି। ଇତିମଧ୍ୟରେ ବଲିଉଡ୍‌ର ଜଣେ ଅଭିନେତା କଙ୍ଗନାଙ୍କୁ ବିବାହ କରିବା ପାଇଁ ତାଙ୍କ ପତ୍ନୀଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି କହି ସୋସିଆଲ ମିଡିଆରେ ଏବେ ଟ୍ରୋଲ୍‌ ହୋଇଛନ୍ତି। ଏହି ଅଭିନେତା ଜଣକ ହେଉଛନ୍ତି ଅନୀଲ୍‌ କପୁର। […]

ବଲିଉଡ୍‌ର ଦବଙ୍ଗ ଗାର୍ଲ ଭାବେ ପରିଚିତ କଙ୍ଗନା ରାନାୱତ୍‌ଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ୩୪ ବର୍ଷୀୟା କଙ୍ଗନା ଏଯାବତ୍‌ ଅବିବାହିତା ଅଛନ୍ତି। କଙ୍ଗନାଙ୍କୁ ବିବାହ କରିବା ପାଇଁ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବହୁ ଆଗଧାଡ଼ିର ବିଜିନେସ୍‌ମ୍ୟାନ୍‌ ଆଗ୍ରହ ଦେଖାଇଛନ୍ତି। ଇତିମଧ୍ୟରେ ବଲିଉଡ୍‌ର ଜଣେ ଅଭିନେତା କଙ୍ଗନାଙ୍କୁ ବିବାହ କରିବା ପାଇଁ ତାଙ୍କ ପତ୍ନୀଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି କହି ସୋସିଆଲ ମିଡିଆରେ ଏବେ ଟ୍ରୋଲ୍‌ ହୋଇଛନ୍ତି। ଏହି ଅଭିନେତା ଜଣକ ହେଉଛନ୍ତି ଅନୀଲ୍‌ କପୁର।

ସେ କଙ୍ଗନାଙ୍କୁ ପାଇବା ପାଇଁ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି। ଅନୀଲ ନିଜେ ଏହି କଥା ‘କଫି ୱିଥ୍ କରନ୍’ ଶୋ’ ରେ କହିଛନ୍ତି। ଶୋ’ କରନ୍‌ ଯେତେେବଳେ ପଚାରିଥିଲେ- ଏପରି ଜଣେ ମହିଳାଙ୍କ ନାମ କୁହନ୍ତୁ ଯାହା ପାଇଁ ଆପଣ, ଆପଣଙ୍କ ପତ୍ନୀ ସୁନୀତାଙ୍କୁ ଛାଡିବାକୁ ପ୍ରସ୍ତୁତ ଅଛନ୍ତି। ଏହାର ଜବାବରେ ଅନୀଲ ତୁରନ୍ତ କଙ୍ଗନାଙ୍କ ନାମ ନେବା ସହ ତାଙ୍କ ପ୍ରଶଂସା କରିଥିଲେ। ଅନୀଲ ମଜାରେ କଙ୍ଗନାଙ୍କ ନାଁ ନେଇଥିଲେ ସୁଦ୍ଧା ୟୁଜର୍ସଙ୍କୁ କିନ୍ତୁ ତାଙ୍କୁ ଏଥିପାଇଁ ଟ୍ରୋଲ୍‌ କରିଛନ୍ତି। ଅନୀଲ ୧୯୮୪ରେ ସୁନୀତାଙ୍କୁ ବିବାହ କରିଥିଲେ। ସେତେବେଳେ ସୁନୀତା ଜଣେ ମଡେଲ ଥଲେ। ଏବେ ସୁନୀତା ଜଣେ କଷ୍ଟ୍ୟୁମ୍‌ ଡିଜାଇନର୍‌। ଉଭୟଙ୍କର ତିନିଜଣ ସନ୍ତାନ ଅଛନ୍ତି-ସୋନମ୍ କପୁର, ରିହା କପୁର ଓ ହର୍ଷବର୍ଦ୍ଧନ କପୁର। ସୋନମ୍‌ ଓ ହର୍ଷବର୍ଦ୍ଧନ ଅଭିନୟ ଜଗତରେ ସକ୍ରିୟ ଥିବାବେଳେ ରିୟା ଓ ପ୍ରଯୋଜକ ଅଛନ୍ତି। କିଛିଦିନ ପୂର୍ବରୁ କଙ୍ଗନାଙ୍କ ଅଭିନୀତ ‘ଥଲାଇଭି’ ବକ୍ସ ଅଫିସ୍‌ରେ ରିଲିଜ୍‌ ହୋଇଥିଲା। ଏହା କଙ୍ଗନାଙ୍କ କ୍ୟାରିୟର୍‌ର ଏକ ଶ୍ରେଷ୍ଠ ଚଳଚ୍ଚିତ୍ର ବୋଲି କୁହାଯାଉଛି।

About The Author: The Sakala