ମାଫିଆ କ୍ବିନ୍‌ ହେବେ ଆଲିଆ

ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଈ କାଠିଆୱାଡି’ର ଟିଜର୍‌ ଇତିମଧ୍ୟରେ ରିଲିଜ୍‌ ହୋଇଛି। ଏଥିରେ ଆଲିଆ ବେଶ୍ ଚଉଡା କାଜଲ, ମୁଣ୍ଡରେ ବଡ଼ ଟିକିଲି ଓ ଚଉଡା ବର୍ଡରର ଶାଢି ପିନ୍ଧି ବେଶ୍ ଆକର୍ଷଣୀୟ ଦେଖା ଯାଇଥିଲେ। ଏସ୍‌ ହୁସେନ୍‌ ଜୈଦୀଙ୍କ ଲିଖିତ ପୁସ୍ତକ ‘ମାଫିଆ କ୍ବିନ୍ସ ଅଫ୍ ମୁମ୍ବାଇ’ ଉପରେ ନିର୍ମିତ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡି’ ଟିଜରରେ ଆଲିଆ ବେଶ୍ ଜବରଦସ୍ତ ଛାପ ଛାଡି ଦେଇଛନ୍ତି। ଫେବୃଆରୀ ୨୪ ତାରିଖ ଦିନ ସଞ୍ଜୟ ଲୀଲା ବନ୍‌ସାଲି ତାଙ୍କର […]

ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗଙ୍ଗୁବାଈ କାଠିଆୱାଡି’ର ଟିଜର୍‌ ଇତିମଧ୍ୟରେ ରିଲିଜ୍‌ ହୋଇଛି। ଏଥିରେ ଆଲିଆ ବେଶ୍ ଚଉଡା କାଜଲ, ମୁଣ୍ଡରେ ବଡ଼ ଟିକିଲି ଓ ଚଉଡା ବର୍ଡରର ଶାଢି ପିନ୍ଧି ବେଶ୍ ଆକର୍ଷଣୀୟ ଦେଖା ଯାଇଥିଲେ। ଏସ୍‌ ହୁସେନ୍‌ ଜୈଦୀଙ୍କ ଲିଖିତ ପୁସ୍ତକ ‘ମାଫିଆ କ୍ବିନ୍ସ ଅଫ୍ ମୁମ୍ବାଇ’ ଉପରେ ନିର୍ମିତ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡି’ ଟିଜରରେ ଆଲିଆ ବେଶ୍ ଜବରଦସ୍ତ ଛାପ ଛାଡି ଦେଇଛନ୍ତି। ଫେବୃଆରୀ ୨୪ ତାରିଖ ଦିନ ସଞ୍ଜୟ ଲୀଲା ବନ୍‌ସାଲି ତାଙ୍କର ୫୮ତମ ଜନ୍ମଦିନ ପାଳନ କରିଛନ୍ତି।

ତେଣୁ ଫିଲ୍ମ ନିର୍ମାତାମାନେ ଏହି ଦିନ ଫିଲ୍ମର ଟିଜର୍‌ ରିଲିଜ୍ କରିବା ପାଇଁ ଭାବିଥିଲେ। ଆଲିଆ ଏହାର ଟିଜର୍‌ ସଞ୍ଜୟଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ସେୟାର କରି ଲେଖିଥିଲେ ଯେ, ‘ହ୍ୟାପି ବର୍ଥଡେ’ ସାର୍‌ ଲେଖିଥିଲେ। ମୁଁ ଆପଣଙ୍କ ଜନ୍ମଦିନ ପାଳନ ମଉକାକୁ କୌଣସି ମତେ ହାତଛଡା କରିବାକୁ ଚାହୁଁନାହିଁ। ଟିଜର୍‌ରେ ଆଲିଆ କହିଥିବା ଡାଇଲଗ୍‌ ‘ଗଙ୍ଗୁ ଚାନ୍ଦ ଥି, ଚାନ୍ଦ ହିଁ ରହେଗି’ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ଫିଲ୍ମ ଜୁଲାଇ ୩୦ରେ ମୁକ୍ତିଲାଭ କରିବ।

About The Author: The Sakala