ଆଲିଆଙ୍କ ବିଜ୍ଞାପନକୁ ନେଇ ବିବାଦ

ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ଏକ ବିଜ୍ଞାପନକୁ ନେଇ ଏବେ ଚର୍ଚ୍ଚାରେ । ଏହି ବିଜ୍ଞାପନରେ ଆଲିଆ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଲେହେଙ୍ଗା ପିନ୍ଧିଥିବାର ଦେଖାଯାଇଛନ୍ତି । ସେ ଏହି ବିଜ୍ଞାପନରେ କନ୍ୟାଦାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ଅନେକ ନାପସନ୍ଦ କରିଛନ୍ତି । ବିଶେଷକରି ସୋସିଆଲ ମିଡିଆ ୟୁଜର୍ସ, ଆଲିଆଙ୍କ ଏହି କଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ହିନ୍ଦୁଧର୍ମର ଆଲିଆ ଅପମାନ କରିଛନ୍ତି କହି ଅନେକ ୟୁଜର୍ସ ତାଙ୍କୁ ଟାର୍ଗେଟ କରିଛନ୍ତି । […]

ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ଏକ ବିଜ୍ଞାପନକୁ ନେଇ ଏବେ ଚର୍ଚ୍ଚାରେ । ଏହି ବିଜ୍ଞାପନରେ ଆଲିଆ ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଲେହେଙ୍ଗା ପିନ୍ଧିଥିବାର ଦେଖାଯାଇଛନ୍ତି । ସେ ଏହି ବିଜ୍ଞାପନରେ କନ୍ୟାଦାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ଅନେକ ନାପସନ୍ଦ କରିଛନ୍ତି । ବିଶେଷକରି ସୋସିଆଲ ମିଡିଆ ୟୁଜର୍ସ, ଆଲିଆଙ୍କ ଏହି କଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି। ହିନ୍ଦୁଧର୍ମର ଆଲିଆ ଅପମାନ କରିଛନ୍ତି କହି ଅନେକ ୟୁଜର୍ସ ତାଙ୍କୁ ଟାର୍ଗେଟ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଆଲିଆ ନବବଧୂ ବେଶରେ ନଜର ଆସିଛନ୍ତି। ପରିବାର ସଦସ୍ୟମାନେ ତାଙ୍କୁ କେତେମାତ୍ରାରେ ଭଲ ପାଉଛନ୍ତି, ତାହା ସେ ଏଥିରେ କହୁଛନ୍ତି। ଏହି ସମୟରେ ସେ କନ୍ୟାଦାନ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଝିଅମାନଙ୍କୁ ‘ପରଧନ’ କାହିଁକି କୁହାଯାଏ? ଏହାବାଦ୍ କନ୍ୟା ଦାନର ଜିନିଷ ନୁହେଁ ବୋଲି ସେ କହିଛନ୍ତି। ନୂଆ ଆଇଡିଆ ‘କନ୍ୟାମାନ’ ଆଲିଆ କହିବା ପରେ ଭିଡିଓଟି ଶେଷ ହୋଇଛି। ଅନେକ ୟୁଜର୍ସ ବାରମ୍ବାର ପୋଷାକ ବ୍ରାଣ୍ଡଗୁଡ଼ିକ ହିନ୍ଦୁ ଦେବୀ ଦେବତାଙ୍କ ସହ ପରମ୍ପରା ଓ ସଂସ୍କୃତିକୁ ଅପମାନ କରୁଛନ୍ତି ବୋଲି କହିଛନ୍ତି । ସେମାନେ ଆଲିଆଙ୍କ ସହ ଏହି ବ୍ରାଣ୍ଟକୁ ବୟକଟ୍ କରିବା ପାଇଁ କହିଛନ୍ତି।

About The Author: The Sakala