ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉପଜିଲ୍ଲାପାଳ: ଚଢାଉ ବେଳେ ପଡ଼ୋଶୀଙ୍କ ଛାତ ଉପରୁ ମିଳିଳା ପେଟି ପେଟି ଟଙ୍କା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରିଛି। ଏକକାଳୀନ ୯ ଟି ସ୍ଥାନରେ ଚାଲିଛି ଚଢ଼ାଉ।  ତେବେ ଚଢାଉ ବେଳେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ବର କାନନ ବିହାର ପଡ଼ୋଶୀଙ୍କ ଘରୁ ପେଟି ପେଟି ଟଙ୍କା ଜବତ କରାଯାଇଛି। ୫୦୦ ଟଙ୍କିଆ ନୋଟ ଭର୍ତ୍ତି ୬ଟି ପେଟ ଜବତ ହୋଇଛି । ଟଙ୍କା ଗଣା ମେସିନ ଆଣି ଗଣା ହେଉଛି ବିଡ଼ା […]

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସର ଚଢ଼ାଉ କରିଛି। ଏକକାଳୀନ ୯ ଟି ସ୍ଥାନରେ ଚାଲିଛି ଚଢ଼ାଉ।  ତେବେ ଚଢାଉ ବେଳେ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ବର କାନନ ବିହାର ପଡ଼ୋଶୀଙ୍କ ଘରୁ ପେଟି ପେଟି ଟଙ୍କା ଜବତ କରାଯାଇଛି। ୫୦୦ ଟଙ୍କିଆ ନୋଟ ଭର୍ତ୍ତି ୬ଟି ପେଟ ଜବତ ହୋଇଛି । ଟଙ୍କା ଗଣା ମେସିନ ଆଣି ଗଣା ହେଉଛି ବିଡ଼ା ବିଡ଼ା ଟଙ୍କା । ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ବେଳେ ଗଣତି ପ୍ରକ୍ରିୟା ଜାରି ରହିଛି।

ଭିଜିଲାନ୍ସ ବିଭାଗର ୯ ଟି ଟିମ ପ୍ରଶାନ୍ତ ରାଉତଙ୍କ ନବରଙ୍ଗପୁର ସରକାରୀ ବାସଭବନ ,କାର୍ଯ୍ୟାଳୟ ସହ ଭଦ୍ରକରେ ନିଜ ବାସ ଭବନ ଓ ଭୁବନେଶ୍ୱର ସ୍ଥିତ କାନନ ବିହାରର ଏକ ଘରେ ରେଡ଼  ଚାଲିଛି।

ସୂଚନା ଅନୁଯାୟୀ, ପ୍ରଶାନ୍ତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡ଼ିଓ ଥିବା ସମୟରେ ଜିରିପାଣି ପଞ୍ଚାୟତରେ ୧୧ ଲକ୍ଷ ଟଙ୍କାର ଏକ ପ୍ରୋଜେକ୍ଟର ବିଲ କରେଇଦେବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ। ଏ ମାମଲା ସହ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଶ୍ରୀ ରାଉତଙ୍କ ନାଁ ରେ ଅନେକ ଅଭିଯୋଗ ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡ଼ିଛି।

About The Author: The Sakala