ଭିଜିଲାନ୍ସ ଜାଲରେ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ: ପ୍ରସବ ଅପରେସନ୍ ପାଇଁ ନେଉଥିଲେ ଲାଞ୍ଚ

ଭୁବନେଶ୍ୱର:  ଭିଜିଲାନ୍ସ ଜାଲରେ କଣାସ ଚାରିଛକ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ସୁକାନ୍ତ କୁମାର ଜେନା । ୪ ଘଣ୍ଟାର ରେଡରେ ମିଳିଲା ୧ କୋଟିରୁ ଅଧିକ ଟଙ୍କା । ପ୍ରସବ ଅପରେସନ୍ ପୂର୍ବରୁ ୩ ହଜାର ଟଙ୍କା ଲାଞ୍ଚ ନେଇଥିଲ । ଆଉ ଅପରେସନ୍ ପରେ ୫ ହଜାର ଟଙ୍କା ନେବା ବେଳେ ଧରା ପଡ଼ିଥିଲେ ଡାକ୍ତର ସୁକାନ୍ତ ଜେନା । ତାଙ୍କ ଠାରୁ ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ […]

ଭୁବନେଶ୍ୱର:  ଭିଜିଲାନ୍ସ ଜାଲରେ କଣାସ ଚାରିଛକ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ସୁକାନ୍ତ କୁମାର ଜେନା । ୪ ଘଣ୍ଟାର ରେଡରେ ମିଳିଲା ୧ କୋଟିରୁ ଅଧିକ ଟଙ୍କା । ପ୍ରସବ ଅପରେସନ୍ ପୂର୍ବରୁ ୩ ହଜାର ଟଙ୍କା ଲାଞ୍ଚ ନେଇଥିଲ । ଆଉ ଅପରେସନ୍ ପରେ ୫ ହଜାର ଟଙ୍କା ନେବା ବେଳେ ଧରା ପଡ଼ିଥିଲେ ଡାକ୍ତର ସୁକାନ୍ତ ଜେନା ।

ତାଙ୍କ ଠାରୁ ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିଛି । ଏହାପରେ ଡାକ୍ତର ଜେନାଙ୍କ ଭୁବନେଶ୍ୱର ପଟିଆ ସ୍ଥିତ ବାସଭବନରେ ଭିଜିଲାନ୍ସ ରେଡ୍ କରିବା ବେଳେ ତାଜୁବ୍ ହୋଇଯାଇଛି । ମାତ୍ର ୪ ଘଣ୍ଟାର ରେଡରେ ଭିଜିଲାନ୍ସ ବିଭାଗ ଜବତ କରିଛି ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା । ଗୋଟିଏ ଥରରେ ଏତେ ପରିମାଣର ନଗଦ ଟଙ୍କା ଜବତ ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଟଙ୍କା ଗଣିବାକୁ ଭିଜିଲାନ୍ସ ଟିମ୍ ମେସିନ୍ ମଗାଇଛି ।

About The Author: The Sakala