ଭୁବନେଶ୍ୱର: ତ୍ରିକୋଣୀୟ ପ୍ରେମକୁ ନେଇ ରାଜଧାନୀ ରାସ୍ତା ଲହୁଲୁହାଣ ହୋଇଛି। ପ୍ରେମିକା ରାଗ ସୁଝାଇବାକୁ ଯାଇ ନୂତନ ପ୍ରେମିକକୁ ଲଗାଇ ପ୍ରଥମ ପ୍ରେମିକଙ୍କୁ ଖଣ୍ଡା, ଭୁଜାଲିରେ ହାଣି ଲହୁଲୁହାଣ କରିଛନ୍ତି। ଏଭଳି ଘଟଣା ବଡ଼ଗଡ଼଼ ଥାନା ଚିଲିପୋଖରୀ ନିକଟରେ ଦେଖିବାକୁ ମିଳିଛି। ଆହତ ହୋଇଥିବା ପ୍ରେମିକ ହେଲେ ନିଆଳିର ଦେବାଶିଷ। ଭୁଜାଲି ଚୋଟରେ ଦୋବାଶିଷଙ୍କ ପେଟ, ହାତ, ବେକ,ଗୋଡ଼, ମୁଣ୍ଡରେ ଗଭିର କ୍ଷତ ହୋଇଛି। ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଡ଼କଥା ହେଲେ ପ୍ରେମିକ ନିଜକୁ ବଞ୍ଚାଇବା ପାଇଁ ଚତୁରତାର ସହ ପ୍ରେମିକ ଦୋବାଶିଷ ନାମରେ ଲିଙ୍ଗରାଜ ଥାନାରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ପୁଲିସ ଉକ୍ତ ଯୁବତୀଙ୍କ ବୟାନ ଆଧାରରେ ଦୋବାଶିଷଙ୍କୁ ଗିରଫ କରିବାକୁ ତାଙ୍କ ଘରେ ଚଢ଼ଉ କରିବା ପରେ ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଦେବାଶିଷ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦେଖି ପୂରା ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ବଡ଼ଗଡ଼଼ ଥାନା ପୁଲିସ ଏବଂ ଲିଙ୍ଗରାଜ ଥାନା ପୁଲିସ ଅଭିଯୁକ୍ତ ପ୍ରେମିକା ଏବଂ ଆକ୍ରମଣ କରିଥିବା ଯୁବକଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ସୂଚନା ଅନୁସାରେ, ନିଆଳି ଅଞ୍ଚଳରେ ଉଭୟ ଦେବାଶିଷ ଏବଂ ପ୍ରେମିକାଙ୍କ ଘର। ଛୋଟ ବେଳୁ ଉଭୟ ଉଭୟଙ୍କୁ ଭଲ ପାଉଥିଲେ। ଏପରିକି ପ୍ରେମକ ଦେବାଶିଷ ପ୍ରେମିକାଙ୍କ ଘରେ ରହୁଥିଲେ। ହେଲେ ଗତ କିଛିମାସ ହେବ ଉଭୟଙ୍କ ପ୍ରେମରେ ବ୍ରେକ୍ ଲାଗିଥିଲା। କେହି କାହା ସହ କଥା ହୋଇନଥିଲେ। ଏହି ସମୟରେ ଦେବାଶିଷଙ୍କୁ ପାରାଦୀପରେ ଚାକିରି ମିଳିଯାଇଥିଲା। ସେ ପାରାଦୀପରେ ରହି ଚାକିରି କରୁଥିଲେ। ହେଲେ ପ୍ରେମିକା ଏହି ସମୟରେ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଇ ବସିଥିଲେ। କିନ୍ତୁ ପୁରୁଣା ପ୍ରେମିକ ଉପରେ ଥିବା ରାଗକୁ ସେ ସୁଝାଇବାକୁ ଚାହୁଁଥିଲେ। ତେଣୁ ଯୋଜନା ବଦ୍ଧଭାବେ ଦେବାଶିଷଙ୍କୁ ଫୋନ୍ କରି କଥା ହୋଇଥିଲେ। ଏପରିକି ଗତ ଦୁଇଦିନ ତଳେ ତାଙ୍କୁ ଭୁବନେଶ୍ୱରକୁ ଡାକିଥିଲେ। ଦୋବାଶିଷ ପୁଣି ସେହି ପୁରୁଣା ପ୍ରେମ ଫେରି ପାଇବା ଆଶାରେ ଭୁବନେଶ୍ୱର ଆସିଥିଲେ। ହେଲେ ନୂଆ ପ୍ରେମିକ ସହ ମିଶି ଯୁବତୀ ଜଣଙ୍କୁ ତାଙ୍କୁ ଆକ୍ରମଣ କରିବେ ବୋଲି ଦେବାଶିଷ ଭାବି ନ ଥିଲେ। ଶେଷରେ ଦେବାଶିଷ ପ୍ରେମିକାକୁ ବସାଇ ରାଜଧାନୀ ବୁଲାଇଥିଲେ। ବଡ଼ଗଡ଼଼ ଥାନା ଚିଲିପୋଖରୀ ନିକଟରେ ଶୋଷ କରୁଥିବା କହି ପ୍ରେମିକା ଗାଡ଼ିରୁ ଓହ୍ଲାଇ ପଡ଼ି ସ୍ଥାନୀୟ ଦୋକାନକୁ ଯାଇଥିଲେ। ପୂର୍ବରୁ ହୋଇଥିବା ଯୋଜନା ଅନୁସାରେ ଦୋକାନ ପଛରେ ଫିଲ୍ମ ଷ୍ଟାଇଲ୍ରେ ଏକାଧିକ ଯୁବକ ଏବଂ ନୂଆପ୍ରେମିକା ଖଣ୍ଡା, ଭୁଜାଲି ଧରି ଦୋବାଶିଙ୍କୁ ହାଣିଥିଲେ। ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ବେଳେ ପ୍ରେମିକା ଏବଂ ଅନ୍ୟମାନେ ଫେରାର ହୋଇଯାଇଥିଲେ।