ବଢୁଛି ଆତ୍ମହତ୍ୟା ମାନସିକତା: ଦେଢ଼ବର୍ଷରେ ୬୮୦ ଆତ୍ମହତ୍ୟା, ପୁରୁଷ ଆତ୍ମହତ୍ୟା ମାମଲା ଅଧିକ…

ଭୁବନେଶ୍ୱର: କମୁନି ଆତ୍ମହତ୍ୟା ପ୍ରବଣତା। ଯେଉଁ ହାରରେ ଆତ୍ମହତ୍ୟା ବଢ଼଼ିଚାଲିଛି, ତାହା ବର୍ତ୍ତମାନ ସାଧାରଣରେ ଖୁବ୍‌‌ ଚିନ୍ତାର ବିଷୟ ପାଲଟିଛି। ଗତ ଦେଢ଼ବର୍ଷରେ ଭୁବନେଶ୍ୱରରେ ୬୮୦ଜଣ ଆତ୍ମହତ୍ୟା କରିଛନ୍ତି। ୨୦୨୩ରେ ୪୨୭ଜଣ ଆତ୍ମହତ୍ୟା କରିଥିଲେ। ଚଳିତବର୍ଷ ପ୍ରଥମ ୬ ମାସରେ ୨୫୩ଜଣ ଆତ୍ମହତ୍ୟା କରିଛନ୍ତି। ସେଥିରୁ ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ୧୧୮ଜଣ ଆତ୍ମହତ୍ୟା କରିଥିବା ବେଳେ ନନ୍ଦନକାନନ ଥାନା ଅଞ୍ଚଳରେ ସର୍ବନିମ୍ନ ୨ଜଣ ଆତ୍ମହତ୍ୟା କରିଛନ୍ତି। ଅନୁରୂପ ଭାବେ ଭରତପୁର, ମଞ୍ଚେଶ୍ୱର ଓ ଇନ୍‌‌ଫୋସିଟି ବି […]

ଭୁବନେଶ୍ୱର: କମୁନି ଆତ୍ମହତ୍ୟା ପ୍ରବଣତା। ଯେଉଁ ହାରରେ ଆତ୍ମହତ୍ୟା ବଢ଼଼ିଚାଲିଛି, ତାହା ବର୍ତ୍ତମାନ ସାଧାରଣରେ ଖୁବ୍‌‌ ଚିନ୍ତାର ବିଷୟ ପାଲଟିଛି। ଗତ ଦେଢ଼ବର୍ଷରେ ଭୁବନେଶ୍ୱରରେ ୬୮୦ଜଣ ଆତ୍ମହତ୍ୟା କରିଛନ୍ତି। ୨୦୨୩ରେ ୪୨୭ଜଣ ଆତ୍ମହତ୍ୟା କରିଥିଲେ। ଚଳିତବର୍ଷ ପ୍ରଥମ ୬ ମାସରେ ୨୫୩ଜଣ ଆତ୍ମହତ୍ୟା କରିଛନ୍ତି। ସେଥିରୁ ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ୧୧୮ଜଣ ଆତ୍ମହତ୍ୟା କରିଥିବା ବେଳେ ନନ୍ଦନକାନନ ଥାନା ଅଞ୍ଚଳରେ ସର୍ବନିମ୍ନ ୨ଜଣ ଆତ୍ମହତ୍ୟା କରିଛନ୍ତି। ଅନୁରୂପ ଭାବେ ଭରତପୁର, ମଞ୍ଚେଶ୍ୱର ଓ ଇନ୍‌‌ଫୋସିଟି ବି ଆତ୍ମହତ୍ୟାର ହଟ୍‌‌ସ୍ପଟ ଭାବେ ଗଣନା କରାଯାଉଛି। ସେସବୁ ଉପାୟ ମଧ୍ୟରେ କୀଟନାଶକ ସେବନ କରିବା, ବେକରେ ରଶି ଲଗାଇ ଝୁଲିପଡ଼ିବା ଓ ପାଣିକୁ ଡେଇଁ ଏବଂ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରୁଥିବା ନଜିର ରହିଛି।

ସେହିପରି ସହରରେ ଯେତିକି ଏବେ ଆତ୍ମହତ୍ୟା ଘଟଣା ସାମ୍‌‌ନାକୁ ଆସୁଛି ୭୦ପ୍ରତିଶତ ଯୁବଗୋଷ୍ଠୀ। ୧୮ରୁ ୨୫ ବର୍ଷର ଯୁବବର୍ଗ ବା ବିଦ୍ୟାର୍ଥୀଙ୍କ ଆତ୍ମହତ୍ୟା କରିବାର ମୁଖ୍ୟ କାରଣ ପ୍ରେମ, ପାଠପଢ଼଼ାରେ ଚାପ, ପରିବାର ଲୋକଙ୍କ ତାଗିଦ୍‌‌। ପ୍ରେମ ଯଜ୍ଞରେ ବୁଡି ଆତ୍ମହତ୍ୟା କରିବା ହାର ଢ଼େର୍‌‌ ଅଧିକ। ପ୍ରେମ-ପ୍ରତାରଣା ଓ ତିକ୍ତତାରୁ ପ୍ରହେଳିକାରୁ ଜୀବନ ଚାଲିଯାଉଛି। ଆଉ ଏକ ବର୍ଗ ହେଲେ ୨୫ରୁ ୪୦। ପାରିବାରିକ କହଳ, ସଂସାର ବୋଝ, କର୍ମକ୍ଷେତ୍ରରେ ଚାପ ଆଦିକୁ ନେଇ ମାନସିକ ଚାପରେ ଗତି କରି ଆତ୍ମହତ୍ୟା କରୁଛନ୍ତି। ସେମାନେ ମାନସିକ ଦେବାଳିଆପଣ ଏହି ଆତ୍ମହତ୍ୟା ପ୍ରବୃତ୍ତି ସର୍ବାଧିକ ଦେଖିବାକୁ ମିଳୁଛି।

ପୁରୁଷ ଆତ୍ମହତ୍ୟା ଅଧିକ
ରାଜଧାନୀରେ ଗତ ୬ ବର୍ଷରେ ୧୬୦୮ଜଣ ଆତ୍ମହତ୍ୟା କରିଛନ୍ତି। ପାଠପଢ଼଼ୁଆ ଠାରୁ ଶିକ୍ଷିତ ରହୁଥିବା ଏହି ସ୍ମାର୍ଟସିଟିରେ କେଉଁଠି ମାନସିକ ଦୁଶ୍ଚିନ୍ତା ତ ଆଉ କେଉଁଠି ପ୍ରେମଜନିତ ଆତ୍ମହତ୍ୟା ଘଟଣା ସାମ୍‌‌ନାକୁ ଆସିଥିଲା। ଏଥିରେ ନେତାଠୁ ଅଭିନେତା, ପୁଲିସ ବାବୁଙ୍କଠୁ କିରାଣିଙ୍କ ଶେଷ ନିଷ୍ପତ୍ତି ହୋଇଛି ଆତ୍ମହତ୍ୟା। ୨୦୨୨ରେ ୩୪୧ ଜଣ, ୨୦୨୧ରେ ୨୮୨, ୨୦୨୦ରେ ୩୧୦, ୨୦୧୯ରେ ୨୨୦, ୨୦୧୮ରେ ୨୨୪ ଏବଂ ୨୦୧୭ରେ ୨୩୧ଜଣ ଆତ୍ମହତ୍ୟା କରିଥିଲେ। ପରିସଂଖ୍ୟାନ ଦେଖିଲେ, ମହିଳାଙ୍କ ତୁଳନାରେ ପୁରୁଷ ସଂଖ୍ୟା ଅଧିକ ରହିଛି।

ମୃତ୍ୟୁ ପୂର୍ବର ଅକୁହା କଥା
ପ୍ରେମ କରିବା ମହାପାପ। ପ୍ରେମିକା ଲାଗି ବରବାଦ୍‌‌ ହୋଇଗଲି। ଆଉ ଜୀବନକୁ ରଖି ଲାଭ ନାହିଁ। ଏଭଳି ଭାବେ ଇନ୍‌‌ଷ୍ଟାଗ୍ରାମ, ହ୍ୱାଟ୍ସଆପ୍‌‌ ଓ ଟୁଇଟ୍‌‌ରରେ ଆତ୍ମହତ୍ୟା ପୂର୍ବରୁ ଅନେକ ବିଷୋଦଗାର କରୁଛନ୍ତି। କିଏ ଜୀବନ ପ୍ରତି ଆସିଯାଇଛି ମତେ ବିତୃଷ୍ନାଭାବ ବଖାଣୁଥିବା ବେଳେ ଆଉ କିଏ ପ୍ରେମରୁ ଧୋକା ଖାଇବା ପରେ ଜୀବନରୁ ହାରିବା ଲାଗି ଲେଖୁଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସୋସିଆଲ ମିଡ଼ିଆରେ ଏଭଳି ଲମ୍ବା ଚଉଡ଼ା ହୃଦୟ ବିଦାରକ ପୋଷ୍ଟ ଲେଖିବା ପରେ ଲାଇଭ୍‌‌କୁ ଆସି ଜୀବନ ହାରି ଦେଉଛନ୍ତି।

ମାନସିକ ସହଯୋଗ ଲୋଡ଼ା
ଅନେକ ସମୟରେ ଆତ୍ମହତ୍ୟା କରିବା ଲାଗି ମନସ୍ଥ କରିଥିବା ବ୍ୟକ୍ତିଙ୍କୁ ସହଯୋଗ ମିଳିଲେ, ଆତ୍ମହତ୍ୟାକୁ ରୋକାଯାଇପାରିବ। ପରିବାର ଲୋକେ ସହଯୋଗ କଲେ ଆତ୍ମହତ୍ୟା ଉପରେ ରୋକ୍‌‌ ଲାଗିପାରନ୍ତି। ମାନସିକ ଅବସାନ ହେଲେ ମନସ୍ତତ୍ତ୍ୱବିତ୍‌‌ଙ୍କ ସହ ପରାମର୍ଶ କରିବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି କମିସନରେଟ୍‌‌ ପୁଲିସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ମନସ୍ତତ୍ତ୍ୱବିତ୍‌‌ଙ୍କ କହିବା କଥା ମାନସିକଚାପରେ ରହିବା ପରେ ଅନେକ ଆତ୍ମହତ୍ୟାର କରୁଛନ୍ତି। ସେହି ଗୁରୁତ୍ୱପୂର୍ଣ୍ଣ କେଇ ମିନିଟ୍‌‌ ସେମାନଙ୍କ ସହ କେହି କଥାବାର୍ତ୍ତା ହେଲେ ବଡ଼ ବିପଦ ଟଳିଯିବା ସହ ଗୋଟିଏ ଜୀବନ ବଞ୍ଚିଯାଇପାରନ୍ତା। ଯୁବପିଢ଼ିଙ୍କ ଆତ୍ମହତ୍ୟା ପଛରେ ପ୍ରେମ ବିଫଳତା, ବିଭିନ୍ନ ପରୀକ୍ଷାରେ ବିଫଳତା, ଉଚ୍ଚ ଅଭିଳାଶା, ନିଶା ସେବନ, ଇଣ୍ଟରନେଟ୍‌‌ ପ୍ରତି ମାତ୍ରାଧିକ ମୋହ ବୋଲି କୁହାଯାଉଛି।

About The Author: The Sakala